News

ଦୋଷୀ ସାବ୍ୟସ୍ତ ସାଂସଦ ଏବଂ ବିଧାୟକଙ୍କ ବିଚାର ନିମିତ୍ତ ସ୍ୱତନ୍ତ୍ର କୋର୍ଟ – ସର୍ବୋଚ୍ଚ ନ୍ୟାୟାଳୟ

ଦୋଷୀ ସାବ୍ୟସ୍ତ ସାଂସଦ ଏବଂ ବିଧାୟକଙ୍କ ବିଚାର ନିମିତ୍ତ ସ୍ୱତନ୍ତ୍ର କୋର୍ଟ - ସର୍ବୋଚ୍ଚ ନ୍ୟାୟାଳୟ

ରାଜନୀତିରେ ଅପରାଧୀକରଣକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଦୋଷୀ ସାବ୍ୟସ୍ତ ସାଂସଦ ଏବଂ ବିଧାୟକଙ୍କୁ ଆଜୀବନ ବାସନ୍ଦ କରିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହାସହିତ ସାଂସଦ ଏବଂ ବିଧାୟକମାନଙ୍କ ବିରୋଧରେ ଚାଲିଥିବା ମାମଲାର ତ୍ୱରିତ ବିଚାର ଲାଗି ‘ଫାଷ୍ଟଟ୍ରାକ’ କୋର୍ଟ ଭଳି ସ୍ୱତନ୍ତ୍ର କୋର୍ଟ ଗଠନ କରିବାକୁ ମଧ୍ୟ ପ୍ରସ୍ତାବ ରଖିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ସ୍ୱତନ୍ତ୍ର କୋର୍ଟ ଗଠନ ପ୍ରସ୍ତାବକୁ କେନ୍ଦ୍ର ସରକାର ସମର୍ଥନ କରିବା ସହ ଦୋଷୀ ସାବ୍ୟସ୍ତ ସାଂସଦ ଓ ବିଧାୟକଙ୍କୁ ନିର୍ବାଚନରୁ ଆଜୀବନ ବାସନ୍ଦକୁ ବିରୋଧ କରିଛନ୍ତି ।

କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ସାଂସଦ ଓ ବିଧାୟକମାନଙ୍କ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଉପରେ ସାରା ଜୀବନ ପାଇଁ କଟକଣା ଜାରି କରିବା ଲାଗି ଆଗତ ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ପ୍ରସ୍ତାବ ଦେଇଛନ୍ତି । ଏଭଳି ଦୋଷୀ ବ୍ୟକ୍ତିଙ୍କୁ ନ୍ୟାୟପାଳିକା କିମ୍ବା ବ୍ୟବସ୍ଥାପକରେ ନିଯୁକ୍ତିକୁ ମଧ୍ୟ ନିଷିଦ୍ଧ କରାଯାଉ ବୋଲି ଜନସ୍ୱାର୍ଥ ମାମଲାରେ ଦାବି କରାଯାଇଛି।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୨ ତାରିଖରେ ମାମଲାର ଶୁଣାଣି ବେଳେ କୋର୍ଟ ନିର୍ବାଚନ କମିସନଙ୍କର ଭର୍ତ୍ସନା କରିଥିଲେ। ଦୋଷୀ ସାବ୍ୟସ୍ତ ନେତାଙ୍କୁ ଆଜୀବନ ବାସନ୍ଦ ପ୍ରସ୍ତାବ ଉପରେ କମିସନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନଥିବାରୁ କୋର୍ଟ ସମାଲୋଚନା କରିଥିଲେ। ନିର୍ବାଚନରେ ପ୍ରାର୍ଥୀ ହେଉଥିବା ବ୍ୟକ୍ତିଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଏବଂ ସର୍ବାଧିକ ବୟସସୀମା ଧାର୍ୟ୍ୟ କରିବା ଲାଗି ମଧ୍ୟ ପିଟିସନରେ ଅନୁରୋଧ କରାଯାଇଛି।

ଦୋଷୀ ସାବ୍ୟସ୍ତ ସାଂସଦ ଏବଂ ବିଧାୟକଙ୍କ ବିଚାର ନିମିତ୍ତ ସ୍ୱତନ୍ତ୍ର କୋର୍ଟ - ସର୍ବୋଚ୍ଚ ନ୍ୟାୟାଳୟ

ପଢନ୍ତୁ, ଜଗାର ସ୍ୱାସ୍ଥ୍ୟବସ୍ଥାରେ ଅଧିକ ପରିବର୍ତ୍ତନ, ଡାକ୍ତରଙ୍କ କଥା ବୁଝୁଛି ଓ ଗୋଡ ହାତ ହଲାଉଛି

Related posts

କଳ୍ପନା ଛକରେ ବସ୍ ଦୁର୍ଘଟଣା,୭ ଆହତ

ENO Beuro

ପଇସା ଦେଇ ଜଗାକୁ ଦେଖିବେ,ଅନ୍‌ଲାଇନରେ ବିକ୍ରି ହେବ ଦର୍ଶନ ଟିକେଟ

ENO Beuro

ହନୁମାନଙ୍କ ଭକ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା!

ENO Beuro

2 comments

Leave a Comment