Spread the loveଭାରତୀୟ କ୍ରିକେଟ ଦଳର ପ୍ରଖ୍ୟାତ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର(୧୭), ମୁମ୍ୱାଇ ଅଣ୍ଡର-୧୯ ଦଳ ପାଇଁ ମନୋନୀତ ହେଇଛନ୍ତି ।  ସେ ଲେଲେ ଏକଦିବସୀୟ ଟୁର୍ଣ୍ଣାମେଣ୍ଟରେ ମୁମ୍ୱାଇ ତରଫରୁ... କ୍ରିକେଟ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ମୁମ୍ୱାଇ ଅଣ୍ଡର-୧୯ ଦଳ ପାଇଁ ଖେଳିବେ
Spread the love

ଭାରତୀୟ କ୍ରିକେଟ ଦଳର ପ୍ରଖ୍ୟାତ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର(୧୭), ମୁମ୍ୱାଇ ଅଣ୍ଡର-୧୯ ଦଳ ପାଇଁ ମନୋନୀତ ହେଇଛନ୍ତି ।  ସେ ଲେଲେ ଏକଦିବସୀୟ ଟୁର୍ଣ୍ଣାମେଣ୍ଟରେ ମୁମ୍ୱାଇ ତରଫରୁ ଖେଳିବେ । ଲେଲେ ଏକଦିବସୀୟ ଟୁର୍ଣ୍ଣାମେଣ୍ଟ ୧୬ ରୁ ୨୩ ସେପ୍ଟେମ୍ୱର ପର୍ୟ୍ୟନ୍ତ ବରୋଦାରେ ଖେଳାଯିବ । ପୂର୍ବରୁ ଅର୍ଜୁନ, ମୁମ୍ୱାଇ ଅଣ୍ଡର-୧୪ ଏବଂ ଅଣ୍ଡର-୧୬ ଟିମ୍‌ ପାଇଁ ଖେଳି ସାରିଛନ୍ତି ।

ମୁମ୍ୱାଇ ଅଣ୍ଡର-୧୯ ଟିମ:

ଅର୍ଜୁନଙ୍କ ସମେତ  ଅଗ୍ନି ଚୋପ୍ରାଦିବ୍ୟାନ୍ସ ସକ୍ସେନାଭୁପେନ ଲାଲବାନୀଅଜଦୀପ ଲାଣ୍ଡସାଗର ଚବେରିଆଶୋଏବ ଖାନସତ୍ୟଲକ୍ଷ୍ୟ ଜୈନବେଦାନ୍ତ ମୁରକରଧ୍ରୁବ ବ୍ରିଡ଼ତାନୁଶ କୋଟିୟନନକୁଲ ମେହତାଫରହାନ କାଜିଅଥର୍ବ ଅଙ୍କୋଲେକରଅଭିମନ୍ୟୁ ବଶିଷ୍ଠସକ୍ଷମ ପାରାଶରସକ୍ଷମ ଝାସେଲ୍ବେଷ୍ଟର ଡ଼ିସୁଜା ଆଦି ମୁମ୍ୱାଇ ଅଣ୍ଡର-୧୯ ଦଳ ପାଇଁ ମନୋନୀତ ହେଇଛନ୍ତି

ଅର୍ଜୁନ ତେନ୍ଦୁଲକର:

ପୂର୍ବରୁ ବାମ ହାତ ଖେଳାଳୀ ଅର୍ଜୁନ ଜୁଲାଇରେ ଚର୍ଚ୍ଚାକୁ ଆସିଥିଲେ । ଇଂଲଣ୍ଡର ଓ୍ୱିକେଟକିପର ଏବଂ ବ୍ୟାଟ୍ସମ୍ୟାନ ଜୋନୀ ବେୟରିଷ୍ଟୋଙ୍କୁ ଅର୍ଜୁନଙ୍କ ୟୋର୍କର ବଲ ଯୋଗୁଁ ସେତେବଳେ ଆଘାତ ଲାଗିଥିଲା । ଯାହାଫଳରେ ତାଙ୍କୁ ମଇଦାନ ଛାଡ଼ି ଯିବାକୁ ପଡ଼ିଥିଲା । ଏହା ସହ ମହିଳା ବିଶ୍ୱ କପ ଫାଇନାଲ ସମୟରେ ଅର୍ଜୁନ ଭାରତୀୟ ମହିଳା ଟିମଙ୍କୁ ପ୍ରାକ୍ଟିସ ସମୟରେ ସହାୟତା କରିଥିଲେ ।

କ୍ରିକେଟ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ମୁମ୍ୱାଇ ଅଣ୍ଡର-୧୯ ଦଳ ପାଇଁ ଖେଳିବେ

ପଢନ୍ତୁ ଲୋମହର୍ଷକ ବମିଖାଲ ଅଭରବ୍ରିଜ ଭୁଶୁଡିବା ଘଟଣା

No comments so far.

Be first to leave comment below.

Your email address will not be published. Required fields are marked *