POLITICALS

ଅଙ୍ଗନୱାଡି କର୍ମୀଙ୍କ ଉଦେଶ୍ୟରେ କହିଥିବା କଥା ପାଇଁ ମନ୍ତ୍ରୀ ଦାମୋଦର ରାଉତ ଦୁଖଃ ପ୍ରକାଶ କଲେ

ଅଙ୍ଗନୱାଡି  କର୍ମୀଙ୍କ ଉଦେଶ୍ୟରେ କହିଥିବା ‘ସ୍ୱାମୀ ଛାଡି’ ଶବ୍ଦ ପାଇଁ ବହୁତ ହଟହଟା ହେଲେ ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ । ଏଥିପାଇଁ ଦୁଃଖପ୍ରକାଶ କରିଛନ୍ତି ମନ୍ତ୍ରୀ ଦାମ ।

ସେ କହିଛନ୍ତି ଯେ ତାଙ୍କ କହିବାରେ ଅର୍ଥକୁ ଅନର୍ଥ କରାଯାଇଛି । ତାଙ୍କ କଥାରୁ ଭୁଲ ବୁଝାମଣା ସୃଷ୍ଟି କରାଯାଇଛି । କାରଣ ତାଙ୍କ କହିବାରେ ଏମିତି କିଛି ଖରାପ ଉଦେଶ୍ୟ ନଥିଲା । ଯଦି ତାଙ୍କର ବକ୍ତବ୍ୟ କାହା ମନରେ ବ୍ୟଥା ସୃଷ୍ଟି କରିଛି ତେବେ ସେ ଏଥିପାଇଁ ଅତ୍ୟନ୍ତ ଦୁଃଖିତ ବୋଲି କହିଛନ୍ତି ଦାମ । ସେ କହିଛନ୍ତି ଲୋକକଥାକୁ ନେଇ ଭୁଲ ବୁଝାମଣା ସୃଷ୍ଟି କରାଯାଇଛି ।

ସେ କହିଛନ୍ତି ସେ ତାଙ୍କ ପ୍ରସଙ୍ଗରେ କୌଣସି ବ୍ୟକ୍ତିଗତ ଉଦେଶ୍ୟ ନଥିଲା  ।  କୌଣସି ପ୍ରସଙ୍ଗରେ ଉଦାହରଣ ଦିଆଗଲେ ବ୍ୟକ୍ତଗତ ସ୍ତରକୁ ନିଆଯାଏ ନାହିଁ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ କଟୁ ଭାଷାରେ ସମାଲୋଚନା କରାଗଲେ ଯଦି କିଛି ଅସୁବିଧା ନାହିଁ ତାହାହେଲେ ତାଙ୍କର କିଛି କହିବାର ନାହିଁ ବୋଲି କହିଛନ୍ତି ଦାମ ।

ଅଙ୍ଗନୱାଡି କର୍ମୀଙ୍କୁ ନେଇ ମନ୍ତ୍ରୀ ଦାମୋଦର ରାଉତ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ ମନ୍ତ୍ରୀଙ୍କୁ ଘେରିଥିଲା ବିଜେପି । ଏହା ପରେ ଅଙ୍ଗନୱାଡି କର୍ମୀ ଓ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କ ଘରକୁ ଘେରାଉ କରାଯାଇଥିଲା । ଏଥିପାଇଁ ପୋଲିସ ମୁତାୟାନ କରାଯାଇଥିଲା ଓ ଦମଙ୍କୁ କଡା ସୁରକ୍ଷା ଦିଆଯାଇଥିଲା । ତାଙ୍କୁ ପଦରୁ ଓହରିଯିବାକୁ ମଧ୍ୟ କୁହାଯାଇଥିଲା ।

ଅଙ୍ଗନୱାଡି  କର୍ମୀଙ୍କ ଉଦେଶ୍ୟରେ କହିଥିବା କଥା ପାଇଁ ମନ୍ତ୍ରୀ ଦାମୋଦର ରାଉତ ଦୁଖଃ ପ୍ରକାଶ କଲେ   ଅଙ୍ଗନୱାଡି  କର୍ମୀଙ୍କ ଉଦେଶ୍ୟରେ କହିଥିବା କଥା ପାଇଁ ମନ୍ତ୍ରୀ ଦାମୋଦର ରାଉତ ଦୁଖଃ ପ୍ରକାଶ କଲେ

Related posts

ପ୍ରତିବର୍ଷ ନଭେମ୍ବର ୮ରେ ବିଜେପି କଳାଧନ ବିରୋଧୀ ଦିବସ ପାଳନ କରିବ – ଧର୍ମେନ୍ଦ୍ର ପ୍ରଧାନ

ENO Beuro

ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ!

ENO Beuro

ଶପଥ ଗ୍ରହଣରେ ମୋଦିଙ୍କୁ ନିମନ୍ତ୍ରଣ କରିପାରନ୍ତି ଇମ୍ରାନ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More