Spread the loveହିନ୍ଦୁ ଶାସ୍ତ୍ରରେ ସବୁ କାର୍ଯ୍ୟ ପାଇଁ ନିର୍ଦ୍ଧିଷ୍ଟ ଦିନ ବାର ରହଅଛି । ଦିନ ବାର ମୁତାବକ ଏ ସବୁ କାର୍ଯ୍ୟ ନକଲେ ଆମକୁ ଅଶୁଭ ଫଳ ମିଳିଥାଏ ବୋଲି... ସପ୍ତାହର କେଉଁ ଦିନଗୁଡିକରେ ଚୁଟି କାଟିବା ପାଇଁ ଉତ୍କୃଷ୍ଟ , ଆସନ୍ତୁ ଜାଣିବା
Spread the love

ହିନ୍ଦୁ ଶାସ୍ତ୍ରରେ ସବୁ କାର୍ଯ୍ୟ ପାଇଁ ନିର୍ଦ୍ଧିଷ୍ଟ ଦିନ ବାର ରହଅଛି । ଦିନ ବାର ମୁତାବକ ଏ ସବୁ କାର୍ଯ୍ୟ ନକଲେ ଆମକୁ ଅଶୁଭ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି । ବିଦ୍ୟାରମ୍ଭ , କାନ ନାକ ଫୋଡା , ବିବାହ , ଅନ୍ନପ୍ରାଶନ ଏମିତି କି ଚୁଟି କାଟିବା ଓ ନଖ କାଟିବା ପାଇଁ ମଧ୍ୟ ସପ୍ତାହର ନିର୍ଦ୍ଧିଷ୍ଟ ବାର ଥାଏ । ଏସବୁକୁ ଆମକୁ ମନି ଚଳିବାକୁ ପଡିଥାଏ । କିଛି ଲୋକ ଏସବୁ କଥାକୁ ଗୁରୁତ୍ଵ ଦିଅନ୍ତି , ଆଉ କିଛି ଲୋକ ଦିଅନ୍ତି ନାହିଁ । ମାତ୍ର କେଉଁ ବାରରେ ଚୁଟି ଓ ନଖ କଟିଲେ କଣ ଲାଭ କ୍ଷତି ହୁଏ ଆସନ୍ତୁ ଜାଣିବା :-

  • ସେମାବାର ଦିନଟିକୁ ଚନ୍ଦ୍ର ସହ ତୁଳନା କରାଯାଇଥାଏ।  ତେଣୁ ଏହି ଦିନ ଚୁଟି କାଟିବାଦ୍ୱାରା ଅଶାନ୍ତି ଲାଗି ରହିଥାଏ। ମାନସିକ ସ୍ୱାସ୍ଥ୍ୟ ପାଇଁ ଏହି ଦିନ ଅଶୁଭ ହୋଇଥାଏ ।
  • ମଙ୍ଗଳବାର ଦିନ ଚୁଟି କାଟିବା ଦ୍ୱାରା ଆୟୁଷ ହ୍ରାସ ହୋଇଥାଏ ।
  • ବୁଧବାର ନଖ ଓ ଚୁଟି କାଟିବା ଫଳରେ ଘରର ସମୃଦ୍ଧି ବଢିଥାଏ । ଏହି ଦିନଟି ସବୁ କାର୍ଯ୍ୟ  ପାଇଁ ଶୁଭ ହୋଇଥାଏ ।
  • ଗୁରୁବାର ହେଉଛି ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଦିନ। ଏହି ବାର  ବାଳ କାଟିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡିଥାଏ। ଏଥିସହ ମାନସମ୍ମାନ ହାନି ଓ ଧନହାନି ହୋଇଥାଏ।
  • ଶୁକ୍ରକ୍ରବାର ଦିନଟିକୁ ସମସ୍ତ ସୁଖ ସୁବିଧାର ଦିନ କୁହାଯାଇଥାଏ । ଏହି ଦିନ ନଖ କିମ୍ୱା ଚୁଟି କାଟିବା ଫଳରେ ଅନେକ କିଛି ଲାଭ ହୋଇଥାଏ ।
  • ଶନିବାର ଚୁଟି ଏବଂ ନଖ କାଟିବାଠାରୁ ଦୂରେଇ ରୁହନ୍ତୁ। ନଚେତ ଅଳ୍ପ ଆୟୁ ମଧ୍ୟରେ ଜୀବନ ଚାଲିଯିବାର ଅଶଙ୍କା ରହିଛି।
  • ଅଧିକାଂଶ ଲୋକେ ସମୟ ଅଭାବରୁ ରବିବାର ଦିନ ଚୁଟି କାଟିଥାଆନ୍ତି । ରବିବାର ଦିନଟି ସୂର୍ଯ୍ୟଙ୍କ ଦିନ ହୋଇଥାଏ । ଏହି ଦିନ ଚୁଟି କାଟିବା ଦ୍ୱାରା ଧନ , ଯଶ ଓ ବୁଦ୍ଧିର ହାନି ଘଟିଥାଏ।

ସପ୍ତାହର କେଉଁ ଦିନଗୁଡିକରେ ଚୁଟି କାଟିବା ପାଇଁ ଉତ୍କୃଷ୍ଟ , ଆସନ୍ତୁ ଜାଣିବା

ପଢନ୍ତୁ, ଯୁବ ବର୍ଗଙ୍କୁ ସୋସିଆଲ୍ ମିଡିଆରୁ ଦୂରେଇ ରହିବାକୁ ମଧ୍ୟ ମରାମର୍ଶ ଦେଇଛନ୍ତି କୋହଲି

Your email address will not be published. Required fields are marked *