News

ଅଚଳ ନୋଟ୍ ବିରୋଧରେ ଦାୟର ହେବନି ଫୌଜଦାରୀ ମାମଲା – ସୁପ୍ରିମକୋର୍ଟ

ଅଚଳ ନୋଟ୍ ବିରୋଧରେ ଦାୟର ହେବନି ଫୌଜଦାରୀ ମାମଲା – ସୁପ୍ରିମକୋର୍ଟ

ବିମୁଦ୍ରାକରଣ ପରଠାରୁ ଅଚଳ ନୋଟ୍ ପାଖରେ ରଖିବା ଦଣ୍ଡନୀୟ ଅପରାଧ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ । କିନ୍ତୁ ଯେଉଁ ଲୋକମାନଙ୍କ ପାଖରେ ୨୦୧୬ ଡିସେମ୍ବର ୩୧ ପରେ ମଧ୍ୟ ଧାର୍ଯ୍ୟ ସୀମାଠାରୁ ଅଧିକ ଅଚଳ ନୋଟ୍ ରହିଛି ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରାଯିବ ନାହିଁ । କେନ୍ଦ୍ର ସରକାର ଗତକାଲି ସୁପ୍ରିମକୋର୍ଟରେ ଏହା ସୂଚନା ଦେଇଛନ୍ତି  ।

ଏହି ଅବସରରେ ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ୍ କେ କେ ବେଣୁଗୋପାଳ ଆବେଦନକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରାଯିବ ନାହିଁ । ଯେତିକି ପରିମାଣର ନୋଟ୍ ଜମା କରିପାରିନାହାନ୍ତି ବୋଲି ସେମାନେ କୋର୍ଟଙ୍କୁ ଜଣାଇଛନ୍ତି କେବଳ ସେତିକି ପରିମାଣର ଅଚଳ ନୋଟ୍ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । କିନ୍ତୁ ତା’ଠାରୁ ଅଧିକ ଅଚଳ ନୋଟ୍ ସେମାନଙ୍କ ପାଖରେ ଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟଙ୍କୁ ସେ ଜଣାଇ ଦେଇଛନ୍ତି ।

ବିମୁଦ୍ରାକରଣ ବେଳେ ଦିଆଯାଇଥିବା ୫୦ ଦିନର ସମୟ ସୀମା ଭିତରେ ଯେଉଁମାନେ ଅଚଳ ନୋଟ୍ ଜମା କରିପାରି ନଥିଲେ ସେମାନଙ୍କ ମଧ୍ୟରୁ କେତେକ ଲୋକ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ । ସେଭଳି ଏକ ମାମଲାର ଶୁଣାଣି ଗତକାଲି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ହୋଇଥିଲା ।

ମହରାଷ୍ଟ୍ରର କିଛି ଚାଷୀ, ହସ୍ପିଟାଲ୍ ଶର୍ଯ୍ୟାରେ ପଡ଼ିରହିଥିବା ରୋଗୀ ଏବଂ ବିଦେଶରେ ବାସ କରୁଥିବା କେତେକ ଭାରତୀୟ ନାଗରିକ ଅଚଳ ନୋଟ୍ ଜମା କରିବା ସମୟ ସୀମା ବଢ଼ାଇବା ପାଇଁ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ

କୋର୍ଟରେ ଯେଉଁମାନେ ମାମଲା ଦାୟର କରିଛନ୍ତି ସେମାନେ ସମ୍ବିଧାନ ପୀଠରେ ସେମାନଙ୍କ ଅଭିଯୋଗ କରିପାରିବେ । ବିମୁଦ୍ରାକରଣର ସାମ୍ବିଧାନିକ ବୈଧତା ଯାଞ୍ଚ କରିବା ପାଇଁ ପାଞ୍ଚ ଜଣ ବିଚାରପତିଙ୍କୁ ନେଇ ସମ୍ବିଧାନ ପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ୨୦୧୬ ଡିସେମ୍ବର ୧୬ରେ ନିର୍ଦେଶ ଦେଇଥିଲେ । ଗତକାଲି କୋର୍ଟ ଅଚଳ ନୋଟ୍ ଜମା କରିବା ସଂପର୍କିତ ୧୪ଟି ମାମଲାକୁ ସମ୍ବିଧାନ ପୀଠକୁ ପଠାଇ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଘୋଷଣା କରିଥିଲେ। ଫଳରେ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯାଇଥିଲା । ସେହି ନୋଟଗୁଡ଼ିକୁ ଜମା କରିବା ପାଇଁ ଦେଶରେ ବାସ କରୁଥିବା ଲୋକମାନଙ୍କୁ ୫୦ ଦିନର ସମୟ ପ୍ରଦାନ କରାଯାଇଥିଲା । ୨୦୧୬ ଡିସେମ୍ବର ୩୧ ପରେ ଦେଶବାସୀଙ୍କ ପାଇଁ ଅଚଳ ନୋଟ୍ ଜମା ସୁବିଧାକୁ ସରକାର ବନ୍ଦ କରିଦେଇଥିଲେ ।

ଅଚଳ ନୋଟ୍ ବିରୋଧରେ ଦାୟର ହେବନି ଫୌଜଦାରୀ ମାମଲା – ସୁପ୍ରିମକୋର୍ଟ

ପଢନ୍ତୁ, ସୁନା ଗହଣାର ମାନ ବିଷୟରେ ସଠିକ୍ ସୂଚନା ପାଇଁ ସରକାରଙ୍କ ନୂଆ ଯୋଜନା

Related posts

ରାଜ ଠାକରେ: ଏବେ ଦେଶକୁ ମୋଦି ମୁକ୍ତ କରିବାର ସମୟ ଆସିଛି,ସବୁ ବିପକ୍ଷ ଦଳକୁ ଏକାଠି ହେବା ଦରକାର

ENO Beuro

କର୍ଣ୍ଣାଟକ ନୌକା ବୁଡି: ୮ ମୃତ ,୧୭ ଆହତ

ENO Beuro

କୋଚିରେ ଖୋଲିଛି ଦେଶର ପ୍ରଥମ କିନ୍ନରଙ୍କ ସ୍କୁଲ,ଅଧାରୁ ପାଠ ଛାଡ଼ୁଥିବା କିନ୍ନରଙ୍କୁ ମିଳିବ ଶିକ୍ଷାର ସୁଯୋଗ!

ENO Beuro

1 comment

Leave a Comment