Spread the loveସାଇବର କ୍ରାଇମକୁ କିଛି ମାତ୍ରାରେ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କଠୋର ଉପଦେଶନାମା ଜାରି କରାଯାଇଛି । ଆଜି ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ସାଇବର ଫରେନସିକ ଲାବୋରେଟାରୀର ଉଦଘାଟନ କରିବା ଅବସରରେ ପୋଲିସ ଡିଜି... ସାଇବର କ୍ରାଇମକୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କଠୋର ଉପଦେଶନାମା ଜାରି
Spread the love

ସାଇବର କ୍ରାଇମକୁ କିଛି ମାତ୍ରାରେ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କଠୋର ଉପଦେଶନାମା ଜାରି କରାଯାଇଛି । ଆଜି ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ସାଇବର ଫରେନସିକ ଲାବୋରେଟାରୀର ଉଦଘାଟନ କରିବା ଅବସରରେ ପୋଲିସ ଡିଜି ଆର.ପି ଶର୍ମା ସୂଚନା ଦେଇଛନ୍ତି ଯେ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡ଼ିଓ ଓ ଫଟୋକୁ କେହି ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କଲେ ଏବେ ୫ ରୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ ।

ଡିପିପିଙ୍କ ସୂଚନା ଅନୁସାରେ ଜାରି ହୋଇ ଉପଦେଶନାମା ଅନୁସାରେ ୬ଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦିଆଯାଇଛି । କୌଣସି ବ୍ୟକ୍ତିଙ୍କର ଅନ୍ତରଙ୍ଗ ମୂହୂର୍ତ୍ତର ଦୃଶ୍ୟକୁ କେହି ଭିଡ଼ିଓ କିମ୍ବା ଫଟୋ ଉଠାଇ ପାରିବେ ନାହିଁ । ଯଦି କେହି ଏମିତି ଅପରାଧ କରେ ତେବେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ୍‌ (୨୦୦୦) ଅନୁସାରେ ସଂପୃକ୍ତ ବ୍ୟକ୍ତିଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ହେବ । ସେହିପରି ସେହି ଭିଡ଼ିଓ ଓ ଫଟୋକୁ କେହି ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରନ୍ତି ତାହା ହେଲେ ୫ ରୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ ।

ଏହା ସହିତ ଏମିତି ଅପରାଧର ଶୀକାର ହେଉଥିବା ବ୍ୟକ୍ତିମାନେ ମଧ୍ୟ ପୁରା ମାତ୍ରାରେ ପୋଲିସ ସହ ସହଯୋଗ କରିବା ଉଚିତ । ଏଭଳି ସମ୍ବେଦନଶୀଳ ଘଟଣାକୁ ବାପା ମା’ କିମ୍ବା ପୀଡିତ ବ୍ୟକ୍ତି ମାନେ ନିସଙ୍କୋଚରେ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏଭଳି ଭିଡ଼ିଓକୁ ପ୍ରସାରଣ ନ କରିବାକୁ ଗଣମାଧ୍ୟମକୁ କୁହାଯାଇଛି । ସେହିଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଅଧିକାରୀ ଓ ଲୋକମାନେ ଏ ଦିଗରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ସାଇବର କ୍ରାଇମକୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କଠୋର ଉପଦେଶନାମା ଜାରି

ପଢନ୍ତୁ, ଇସ୍ରୋ ର ଯୋଜନା – ମାତ୍ର ତିନି ଦିନ ମଧ୍ୟରେ ତିଆରି କରାଯାଇ ପାରିବ ଏକ ରକେଟ୍‌

No comments so far.

Be first to leave comment below.

Your email address will not be published. Required fields are marked *