Spread the loveବୟସ କମ କିନ୍ତୁ ଚିନ୍ତାଧାରା ବହୁତ ଉଚ୍ଚକୋଟିର । କିଛି ନୂଆ କରି ଦେଖାଇବାର ସ୍ଵପ୍ନ ଦେଖୁଛନ୍ତି ଏହି ପିଲାମାନେ । ସେମାନେ ହେଲେ ଅବିନାଶ ପ୍ରଧାନ, ଦେବାଶିଷ ମହାପାତ୍ର,... ସମ୍ବଲପୁରୀ ୱେଭରସ – ବୁଣା କାରିଗରଙ୍କ ଦୁଃଖ ଦୁର୍ଦଶାର ନିଆରା କାହାଣୀ
Spread the love

ବୟସ କମ କିନ୍ତୁ ଚିନ୍ତାଧାରା ବହୁତ ଉଚ୍ଚକୋଟିର । କିଛି ନୂଆ କରି ଦେଖାଇବାର ସ୍ଵପ୍ନ ଦେଖୁଛନ୍ତି ଏହି ପିଲାମାନେ । ସେମାନେ ହେଲେ ଅବିନାଶ ପ୍ରଧାନ, ଦେବାଶିଷ ମହାପାତ୍ର, ଆଶୁତୋଷ ପଟ୍ଟନାୟକ, ଦିବ୍ୟଲୋକ ସିହ୍ନା ଓ ଆହୁରି ଅନେକ ପିଲା ।  ଆଖିରେ ଆଖିଏ ସ୍ୱପ୍ନ ଓ ଆଞ୍ଜୁଳାରେ ମୁଠା ମୁଠା ସହଯୋଗକୁ ଭିତ୍ତି କରି ଆଗକୁ ବଢିବାର ବାଟ କାଢୁଛନ୍ତି ଏଇମାନେ । କିନ୍ତୁ ନିଜ ପାଇଁ ନୁହେଁ ଏସବୁ କିଛି । ସେମାନେ ଆଣୂଛନ୍ତି ଦୁଃଖ ଦୁର୍ଦଶାର ନିଆରା କାହାଣୀ ” ସମ୍ବଲପୁରୀ ୱେଭରସ”।

ସମ୍ବଲପୁରୀ ୱେଭରସ ନାମରେ ଏକ କ୍ଷୁଦ୍ର ସିନେମା ତିଆରି କରିଛନ୍ତି ଅବିନାଶ ପ୍ରଧାନ ଓ ତାଙ୍କର ସହଯୋଗୀମାନେ । ଏଥିରେ ସେମାନେ ସୁନ୍ଦର ସମ୍ବଲପୁରୀ କପଡାର ବୁଣା କାରିଗରଙ୍କ ଜୀବନଶୈଳୀକୁ ଖୁବ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି । ଏହି ସିନେମାର ପୁରା କାହାଣୀ ଇନ୍ୟୁଜଓଡିଆର ୟୁଟ୍ୟୁବରେ ଆସନ୍ତାକାଲି ମୁକ୍ତିଲାଭ କରିବାକୁ ଯାଉଛି ।

କାରିଗର ମାନଙ୍କ ସ୍ଥିତି ତଥା ଜୀବନଶୈଳୀରେ କିଛିଟା ପରିବର୍ତନକୁ ନେଇ ଏମାନଙ୍କର ଏହି ଚିନ୍ତାଧାରା ସତରେ ଉଚ୍ଚକୋଟିର ।

ସମ୍ବଲପୁରୀ ୱେଭରସ

 

ପଢନ୍ତୁ, ବିଜେପିରେ ଆଜି ସାମିଲ ହେଲେ ପୂର୍ବତନ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରିବାର । 

Your email address will not be published. Required fields are marked *