Spread the loveରାସ୍ତା ଦୁର୍ଘଟଣାକୁ କମାଇବା ପାଇଁ ଦିଲ୍ଲୀ ପୁଲିସଙ୍କ ନୂଆ ଅଭିଯାନ । ଏହି ଅଭିଯାନରେ ସ୍ଵତନ୍ତ୍ର ଯାଞ୍ଚ ହେବ । ଏହି ସମୟରେ କୌଣସି ଡ୍ରାଇଭର ନିଶା ଖାଇଥିବା ଜଣା ପଡ଼ିଲେ... ନିଶା ଖାଇଥିବା ଡ୍ରାଇଭରଙ୍କ ଲାଇସେନ୍‌ସ୍‌ ରଦ୍ଦ ସହ ଅପରାଧିକ ମାମଲା ଦାଏର୍‌ କରାଯିବ
Spread the love

ରାସ୍ତା ଦୁର୍ଘଟଣାକୁ କମାଇବା ପାଇଁ ଦିଲ୍ଲୀ ପୁଲିସଙ୍କ ନୂଆ ଅଭିଯାନ । ଏହି ଅଭିଯାନରେ ସ୍ଵତନ୍ତ୍ର ଯାଞ୍ଚ ହେବ । ଏହି ସମୟରେ କୌଣସି ଡ୍ରାଇଭର ନିଶା ଖାଇଥିବା ଜଣା ପଡ଼ିଲେ ତାଙ୍କ ବିରୋଧରେ ଅପରାଧିକ ମାମଲା ଦାଏର୍‌ କରାଯିବା ସହ ଏକ ଚାଲାଣ ଦିଆଯିବ ଓ ତାଙ୍କ ଲାଇସେନ୍‌ସ୍‌ ରଦ୍ଦ କରାଯିବ।

ନିଶାଗ୍ରସ୍ତ ଡ୍ରାଇଭରକୁ ଅଦାଲତକୁ ପଠାଇବା ଛଡ଼ା, କାଉସେଲିଙ୍ଗ୍‌ ସେସନ୍‌କୁ ମଧ୍ୟ ପଠାଯିବ । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବାର ଅସୁବିଧା ବିଷୟରେ ଲୋକମାନଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ଟ୍ରାଫିକ୍‌ର ସ୍ପେସାଲ୍‌ କମିସନର ଦେପେନ୍ଦ୍ର ପାଠକ ମତ ଦେଇଛନ୍ତି ।

ଦିଲ୍ଲୀ ପୁଲିସ ତାଲିକାରୁ ଜଣାପଡ଼ିଛି ଯେ, ୨୦୧୬ରୁ ଏ ବର୍ଷ ଭିତରେ ରାସ୍ତା ଦୁର୍ଘଟଣାରେ ୧, ୩୭୩ ଜଣଙ୍କର ମୃତ୍ୟୁ ଘଟିଛି। ଦ୍ରୁତ ଗତିରେ ଗାଡ଼ି ଚଳାଇଥିବା କାରଣରୁ ୨, ୦୮, ୭୬୫ ଜଣ ଡ୍ରାଇଭର୍‌ଙ୍କୁ ଗିରଫ କରାଯାଇଛି । ମଦ ପିଇ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଯୋଗୁଁ ଅଧିକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଛି।

ନିଶା ଖାଇଥିବା ଡ୍ରାଇଭରଙ୍କ ଲାଇସେନ୍‌ସ୍‌ ରଦ୍ଦ ସହ ଅପରାଧିକ ମାମଲା ଦାଏର୍‌ କରାଯିବ

ପଢନ୍ତୁ, ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଡିସେମ୍ବର ମାସରେ ହେବ – ଅନନ୍ତ କୁମାର

Your email address will not be published. Required fields are marked *