ଏକଜିମା ଏକ ପ୍ରକାର ଚର୍ମ ରୋଗ । ଏହି ରୋଗ ଡର୍ମାଟାଇଟିସ୍ ନାଁରେ ବି ପରିଚିତ। ମୁଖ୍ୟତଃ ରକ୍ତ ଅପରିଷ୍କାର ରହିଲେ ବା ରକ୍ତ ଜନିତ ସମସ୍ୟାରୁ ଏହି ଚର୍ମ ରୋଗ ହୋଇଥାଏ । ଜଣ ଜଣଙ୍କର ଖାଇବା କୁ ନେଇ ମଧ୍ୟ ହେଇଥାଏ । ଯେମିତି ଲୁଣୀ ମାଛ, ଅଣ୍ଡା, ଶୁଖୁଆ, ବାଇଗଣ ଏମିତି କିଛି । ଠିକ୍ ସମୟରେ ଚିକିତ୍ସା ନକଲେ ଏହା ଶରୀରକୁ ବ୍ୟାପି ଯାଏ । ଏହି ରୋଗର କୌଣସି ବୟସ ସୀମା ନାହିଂ। ତେବେ କିଛି ଘରୋଇ ଚିକିତ୍ସା ମାଧ୍ୟମରେ ଏହି ରୋଗରୁ ରକ୍ଷା ମିଳିପାରିବ ।
ଲକ୍ଷଣ :
- ଶରୀରରେ କୌଣସି ସ୍ଥାନ ବାରମ୍ବାର କୁଣ୍ଡାଇହେବା
- ସ୍ଥାନଟି ସର୍ବଦା ଶୁଷ୍କ ରହିବା
- ସେ ସ୍ଥାନଟିକୁ ଅଧିକ କୁଣ୍ଡାଇ ଦେଲେ ସେହି ଜାଗାରୁ ରକ୍ତ ବାହାରିବା
- ଧୀରେ ଧୀରେ ଘା ଭଳି ବ୍ୟାପିବା
ଘରୋଇ ଚିକିତ୍ସା:
- ଗୋଟିଏ ଚାମଚ ଚନ୍ଦନରେ କର୍ପୁର ମିଶାଇ ଏକଜିମା ହୋଇଥିବା ସ୍ଥାନରେ ଲଗାଇଲେ ବହୁ ଆରାମ ମିଳେ ଓ ଅନେକାଂଶରେ ଏକଜିମାକୁ ଭଲ କରିଥାଏ ଏବଂ ଉକ୍ତ ସ୍ଥାନଟି ଶୁଷ୍କ ଜଣାପଡ଼େ ନାହିଁ।
- କଅଁଳିଆ ନିମ୍ବ ପତ୍ରକୁ ବାଟି ତା’ର ରସରେ ଅଳ୍ପ ମିଶ୍ରି ପକାଇ ପ୍ରତିଦିନ ପିଇଲେ ରକ୍ତ ସଫା ରହେ ଓ ଏକଜିମା ଭଲ ହେବାକୁ ଲାଗେ।
- ଶୁଦ୍ଧ ହଳଦୀ ଏହି ଚର୍ମ ରୋଗ ପାଇଁ ଭାରି ଭଲ। ଏହାକୁ ବାଟି ଏକଜିମା ସ୍ଥାନରେ ଲଗାଇଲେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।
- ଗାଧୋଇବା ବେଳେ ତଉଲିଆ ବ୍ୟବହାର ନକରି ପିତା ତରଡା ବ୍ୟବହାର କଲେ ଉପକାର ମିଳେ ।