News

ଅଣ୍ଡା ଦର ଅଚାନକ ବୃଦ୍ଧି, କାରଣ ଏବେବି ଅସ୍ପଷ୍ଟ

ଅଣ୍ଡା ଦର ଅଚାନକ ବୃଦ୍ଧି, ୫ଟଙ୍କାରୁ ସିଧା ଯାଇ ୭ଟଙ୍କାରେ ପହଞ୍ଚିଲା

ଅଣ୍ଡା ଦର ଅଚାନକ ବୃଦ୍ଧି ପାଇଛି । ୫ଟଙ୍କାରୁ ସିଧା ଯାଇ ୭ଟଙ୍କାରେ ପହଞ୍ଚିଛି । ଆସନ୍ତା କିଛିଦିନ ପାଇଁ ଅଣ୍ଡା ଦର କମିବ ନାହିଁ ବୋଲି ଓପୋଲଫେଡ୍ କର୍ତୃପକ୍ଷ ଆଶଙ୍କା କରୁଛନ୍ତି।

ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଦିନକୁ ୭୦ଲକ୍ଷ ଅଣ୍ଡାର ଆବଶ୍ୟକତା ରହିଥିବା ବେଳେ ରାଜ୍ୟରେ କେବଳ ୪୦ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ଅବଶିଷ୍ଟ ୩୦/୩୫ ଲକ୍ଷ ଅଣ୍ଡା ରାଜ୍ୟ ବାହାରୁ, ବିଶେଷ କରି ଆନ୍ଧ୍ର, ତାମିଲନାଡ଼ୁ ଓ ରାୟପୁର ଆସୁଛି। ଅଣ୍ଡା ଦର ନିୟନ୍ତ୍ରଣ ପାଇଁ ଦେଶରେ ଜାତୀୟ ଅଣ୍ଡା ସମନ୍ଵୟ ସମିତି (ଏନଇସିସି) ସଂସ୍ଥା ରହିଛି। ଦେଶରେ ୧୭ଟି ସ୍ଥାନରେ ଏନଇସିସିର ଶାଖା କାର୍ଯ୍ୟାଳୟ ରହିଥିଲେ ହେଁ ଓଡ଼ିଶାର ଏହାର କୌଣସି ଶାଖା ନାହିଁ। ଫଳରେ ବିଜୟଓ୍ଵାଡାସ୍ଥିତ ଏନଇସିସି ଉପରେ ଓଡ଼ିଶାର ଅଣ୍ଡାର ଦର ନିର୍ଭର କରୁଛି।

ଆନ୍ଧ୍ରରେ ଅଣ୍ଡା ଉତ୍ପାଦନ କମିଥିବାରୁ ଏହି ଦରବୃଦ୍ଧି ଘଟିଥିବା ସନ୍ଦେହ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ କେଉଁ କାରଣ ପାଇଁ ଅଣ୍ଡା ଦରରେ ବୃଦ୍ଧି ହୋଇଛି ତାହା ଏନଇସିସି ପକ୍ଷରୁ ଏ ପର୍ୟ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ।

ଅଣ୍ଡା ଦର ଅଚାନକ ବୃଦ୍ଧି, ୫ଟଙ୍କାରୁ ସିଧା ଯାଇ ୭ଟଙ୍କାରେ ପହଞ୍ଚିଲା

ପଢନ୍ତୁ, ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଶେଷ ହୋଇ ନାହିଁ ବାଲ୍ୟ ବିବାହ ପରଂପରା

Related posts

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ

ENO Beuro

ଭାରତକୁ ଫେରିବାକୁ ଚାହୁଁଛନ୍ତି ମୁମ୍ବାଇ ସିରିଜ୍‌ ବିସ୍ଫୋରଣର ମାଷ୍ଟର ମାଇଣ୍ଡ୍‌ “ଦାଉଦ୍‌ ଇବ୍ରାହିମ୍‌”

ENO Beuro

ବିକ୍ରମ ସହ ଯୋଗାଯୋଗ ଚ୍ଛିନ୍ନ ପରେ ମଧ୍ୟ ଚନ୍ଦ୍ରପୃଷ୍ଠରେ ଅଭିଯାନ ଜାରି ରଖିଛି ଅର୍ବିଟର

Ratnamani Moharana

1 comment

Leave a Comment