• Home
  • Featured
  • ଦୃଷ୍ଟିଶକ୍ତି ଜନିତ ସମସ୍ୟାକୁ ଦୂର କରିବାକୁ, ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଜିନିଷ
Featured

ଦୃଷ୍ଟିଶକ୍ତି ଜନିତ ସମସ୍ୟାକୁ ଦୂର କରିବାକୁ, ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଜିନିଷ

ଆଜିକାଲି ଦୈନନ୍ଦିନ ଜୀବନରେ ସମସ୍ତଙ୍କ ପାଇଁ ଦୃଷ୍ଟିଶକ୍ତି ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଯାଇଛି । ଆଖି ସମସ୍ୟା ବିଭିର୍ଣ କାରଣରୁ ହେଇଥାଏ ।  ଆଖିର ସମସ୍ୟା ଆମର ଖାଦ୍ୟ ଖାଇବା ଉପରେ ନିର୍ଭର କରିଥାଏ । ଆମେ ଖାଉଥିବା ଖାଦ୍ୟରେ ମଧ୍ୟ ସେମିତି କିଛି ଖାସ୍ ନଥାଏ, ଯାହାଦ୍ୱାରା ଆମ ଆଖିକୁ ପୋଷଣ ମିଳିଥାଏ । ଆମେ ଦୈନନ୍ଦିନ ପ୍ରାୟତଃ ୮ରୁ ୧୦ ଘଂଟା କମ୍ପ୍ୟୁଟର ସାମ୍ନାରେ ବସି ବିତାଇଥାଉ, ସେଥିପାଇଁ ଏହା ଆମ ଆଖି ଉପରେ ପ୍ରଭାବ ପକାଇଥାଏ, ଆମ ଆଖିକୁ ବିଶ୍ରାମ ମଧ୍ୟ ମିଳିନ’ଥାଏ । କିନ୍ତୁ ମଝିରେ ମଝିରେ ସମୟ ବାହାର କରି ୨-୩ ମିନିଟ ପର୍ଯ୍ୟନ୍ତ ଆଖିକୁ ବନ୍ଦ ରାଖୀ ତାକୁ ବିଶ୍ରାମ ଦେବା ଦରକାର।

ଆମର ନିତିଦିନିଆ ଖାଇବାରେ ଆମେ ଏମିତି କିଛି ଖାଦ୍ୟ ବ୍ୟବହାର କରିବା ଯାହାଦ୍ୱାରା ଆମର ଦୃଷ୍ଟିଶକ୍ତି ବଢିବା ସହିତ ଯାହାକିଛି ସମସ୍ୟା ଆଖିରେ ରହିଥିବ ତାହା ମଧ୍ୟ ଦୂର ହୋଇପାରିବ ।

୧- ଅଁଳାର ବ୍ୟବହାର କରିବା ଦ୍ୱାରା ଦୃଷ୍ଟିଶକ୍ତି କୁ ବର୍ଷବର୍ଷ ଧରି ଠିକ୍ ରଖିଥାଏ । ଆମେ ଚାହିଁଲେ କଂଚା ଅଁଳାକୁ ଆମ ଖାଦ୍ୟରେ ବ୍ୟବହାର କରିପାରିବା । ଏହାବ୍ୟତିତ ଖାଲି ପେଟରେ ଅଁଳା ରସକୁ ପିଇବାଦ୍ୱାରା ଏହା ବହୁତ ଉପକାରରେ ଆସିଥାଏ ।

୨- ଅଳେଇଚ ଶରୀରର ତାପମାତ୍ରାକୁ ସନ୍ତୁଳିତ ଅବସ୍ଥାରେ ରଖିଥାଏ । ଏହାର ନିୟମିତ ବ୍ୟବହାର କରିବା ଦ୍ୱାରା ଆଖିକୁ ଥଣ୍ଡା ମିଳିବା ସହିତ ଦୃଷ୍ଟିଶକ୍ତିକୁ ବଢାଇଥାଏ । ଆମେ ଅଳେଇଚକୁ ପାଉଡର କରି ଏହାକୁ ଥଣ୍ଡା ଖିର ସହିତ ମିଶାଇ ବ୍ୟବହାର କରିପାରିବା ଏହାଦ୍ୱାରା ଆଖି ଠିକ୍ ରହିଥାଏ ।

୩- ଖାଦ୍ୟରେ ବହୁଳ ପରିମାଣର ସବୁଜ ପନିପରିବାର ବ୍ୟବହାର କରିବା ଦ୍ୱାରା ଆଖିକୁ ପ୍ରଚୁର ପରିମାଣରେ ଆଇରନ ମିଳିପାରିଥାଏ ।

୪- ଦୃଷ୍ଟିଶକ୍ତି ଅଖରୋଟର ବ୍ୟବହାର କରିବା ଦ୍ୱାରା ମଧ୍ୟ ବଢିଥାଏ । ଭିଟାମିନ୍-ଇ ଏବଂ ଫ୍ୟାଟି ଏସିଡ୍ ଅଖରୋଟରେ ରହିଛି, ଏହା ଆଖି ପାଇଁ ବହୁତ ଜରୁରୀ ଅଟେ । ଅଧିକ ସମୟ ପାଇଁ ଆଖିକୁ ଠିକ୍ ରଖିବାପାଇଁ ଆମ ଖାଦ୍ୟରେ ଅଖରୋଟର ବ୍ୟବହାର କରିବା ଜରୁରୀ ଅଟେ ।

୫- ଗାଜରର ଜୁସ୍ କରି ପିଇବା ଦ୍ୱାରା ଆଖିକୁ ପୃଷ୍ଟି ମିଳିଥାଏ । ଦୈନନ୍ଦିନ ଏକ ଗ୍ଲାସ୍ ଗାଜରର ରସ ପିଇବା ଦ୍ୱାରା ଆଖି ପାଇଁ ଆମେ ବ୍ୟବହାର କରୁଥିବା ଚଷମା ମଧ୍ୟ ଆମକୁ ଆଉ ବ୍ୟବହାର କରିବାକୁ ପଡିବନି ।

୬- ଶରୀର ପାଇଁ ପିସ୍ତାବାଦାମର ଆବଶ୍ୟକତା ବହୁତ ଅଧିକ । ପାଣିରେ ପିସ୍ତା ବାଦାମକୁ ଭିଜାଇ ଖାଇବାଦ୍ୱାରା ଏହା ଆଖିପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ ଏବଂ ଦୃଷ୍ଟିଶକ୍ତି ମଧ୍ୟ ବଢାଇଥାଏ ।

ଦୃଷ୍ଟିଶକ୍ତି ଜନିତ ସମସ୍ୟାକୁ ଦୂର କରିବାକୁ, ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଜିନିଷ   ଦୃଷ୍ଟିଶକ୍ତି ଜନିତ ସମସ୍ୟାକୁ ଦୂର କରିବାକୁ, ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଜିନିଷ

ଜାଣନ୍ତୁ ଅନ୍ୟର ଇୟର ଫୋନ ବ୍ୟବହାର ଦ୍ଵାରା କି କି ସମସ୍ୟା ହେଇପାରେ

 

Related posts

ଯାଣନ୍ତୁ ସୁସ୍ଵାଦୁ ଫଳ ସପୁରି, ସ୍ୱାସ୍ଥ୍ୟ ପାଇଁ କେତେ ଦରକାରୀ ଓ ଏହାର କିଛି ଉପକାରୀ ଗୁଣ ବିଷୟରେ

Krishna Kumar Manoj

ଏସବିଆଇ ଗ୍ରାହକଙ୍କ ପାଇଁ ସମସ୍ୟା ! ଆକାଉଂଟରୁ କଟୁୁଛି ଟଙ୍କା ,ଜାଣନ୍ତୁ କାହିଁକି ?

Krishna Kumar Manoj

ଆସନ୍ତୁ ଜାଣିବା, ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସରର କାରଣ ଓ ଉପଚାର ସଂପର୍କରେ କିଛି ତଥ୍ୟ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More