News

ସବୁଠାରୁ ଦ୍ରୁତଗାମୀ ଗ୍ରହ ଯେଉଁଠି ସାତ ଘଣ୍ଟାରେ ଶେଷ ହେବ ଗୋଟିଏ ବର୍ଷ ବା ୩୬୫ ଦିନ

ସବୁଠାରୁ ଦ୍ରୁତଗାମୀ ଗ୍ରହ ଯେଉଁଠି ସାତ ଘଣ୍ଟାରେ ଶେଷ ହେବ ଗୋଟିଏ ବର୍ଷ

ପୃଥିବୀ ଗ୍ରହ ନିକଟରେ ଏକ ଏପରି ଦ୍ରୁତଗାମୀ ଗ୍ରହ ର ସନ୍ଧାନ ମିଳିଛି ଯାହା ସାତଘଣ୍ଟାରେ ଗୋଟିଏ ବର୍ଷ ଶେଷ କରିବ । ଅବିଶ୍ଵସନୀୟ ହେଲେ ମଧ୍ୟ କଥାଟି ସତ । ଏହି ଗ୍ରହର ନାମ ଇପିଆଇସି୨୪୬୩୯୩୪୭୪ବି ଓ ଦ୍ୱିତୀୟ ଗ୍ରହର ନାଁ ସି୧୨ପ୧୨୩୪୭୪ବି ।

ବର୍ଷେ କହିଲେ ୩୬୫ ଦିନକୁ ବୁଝାଯାଏ , ଯେଉଁଠି ଗ୍ରୀଷ୍ମ, ବର୍ଷା ଶୀତ , ବସନ୍ତ ଭଳି ଛଅ ଋତୁ(୧୨ ମାସ) ଥାଏ । ମାତ୍ର ସୂଚନା ଅନୁସାରେ, କେପଲର ଟେଲିସ୍କୋପ ଏଭଳି ଏକ ଗ୍ରହ ଉଦ୍ଭାବନ କରିଛି ଯାହା ଗୋଟେ ବର୍ଷ ଅତିକ୍ରମ କରିବାକୁ ମାନେ କକ୍ଷ ଚାରିପଟେ ବୁଲିବାକୁ ମାତ୍ର ୬.୭ ଘଣ୍ଟା ସମୟ ନେବ । ଏହାକୁ ଅନ୍ତରୀକ୍ଷରେ  ଦ୍ରୁତତମ ଗ୍ରହ ବୋଲି କୁହାଯାଉଛି । ବୈଜ୍ଞାନିକଙ୍କ କହିବାନୁସାରେ ଏଠାକାର ପରିବେଶ ଅତ୍ୟନ୍ତ ଖରାପ । ଷ୍ଟେଲର ରେଡିଏସନ ଯୋଗୁ ଏଠାକାର ପରିବେଶର ଏପରି ଅବସ୍ଥା ଯେଉଁଥି ପାଇଁ ଏଠାରେ ଜୀବନ ଧାରଣ ଅସମ୍ଭବ । ଏଠାରେ ବଡ ବଡ ପଥର ଥିବାର ସନ୍ଧାନ ମିଳିଛି ଯାହା ୭୦ପ୍ରତିଶତ ଆୟାରଲ୍ୟାଣ୍ଡ ଭଳି ।

ଏହି ଇପିଆଇସି୨୪୬୩୯୩୪୭୪ବି ଗ୍ରହରେ କେତେ ଘଣ୍ଟାରେ ଗୋଟିଏ ଦିନ ହେବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ବୈଜ୍ଞାନିକମାନେ ଗବେଷଣାରୁ ଜାଣିପାରିଛନ୍ତି ଏଠାରେ ସାତ ଘଂଟାରେ ଗୋଟିଏ ବର୍ଷ ହେବ । ତେବେ ସବୁଠାରୁ ବଡ କଥା ହେଉଛି ଆକାରରେ ଏହା ପୃଥିବୀ ଠାରୁ ୬ ଗୁଣ ବଡ ।

 

ପଢନ୍ତୁ, ପୁରୀରେ ଶୃଙ୍ଖଳିତ ଅଟୋସେବା ନିମିତ୍ତ ଉଚ୍ଚସ୍ତରୀୟ ପଦକ୍ଷେପ, ଆରମ୍ଭ ହେବ ପ୍ରିପେଡ ଅଟୋସେବା

Related posts

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁପ୍ରସାଦ ଯାଦବ ଦୋଷୀ, ଜଗନ୍ନାଥ ମିଶ୍ର ନିର୍ଦ୍ଦୋଶ

ENO Beuro

କାଲି ୧୩ ଜିଲ୍ଲାରେ ପ୍ରବଳ ବର୍ଷା

Ratnamani Moharana

୮୧ଟି ନିବେଶ ଭିତ୍ତିକ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

1 comment

Leave a Comment