Spread the loveରସଗୋଲା ର ଶୀତଳ ଯୁଦ୍ଧରେ ବାଜିମାତ୍ କରିଛି ପଶ୍ଚିମବଙ୍ଗ । ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଅନେକ ଦିନ ଧରି ଚାଲିଥିବା ରସଗୋଲା ଯୁଦ୍ଧରେ ଶେଷରେ ହାରିଗଲା ଓଡ଼ିଶା ଏବୋଂ... ବହୁ ଦିନର ବାଦ ବିବାଦ ପରେ ଶେଷରେ ହାରିଗଲା ଓଡ଼ିଶା, ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟାଗ୍
Spread the love

ରସଗୋଲା ର ଶୀତଳ ଯୁଦ୍ଧରେ ବାଜିମାତ୍ କରିଛି ପଶ୍ଚିମବଙ୍ଗ । ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଅନେକ ଦିନ ଧରି ଚାଲିଥିବା ରସଗୋଲା ଯୁଦ୍ଧରେ ଶେଷରେ ହାରିଗଲା ଓଡ଼ିଶା ଏବୋଂ ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟାଗ୍ ।

ପଶ୍ଚମବଙ୍ଗକୁ ରସଗୋଲା ଭୈଗୋଳିକ ପରିଚୟ ପ୍ରମାଣ ପତ୍ର ମିଳିବା ପରେ ଓଡ଼ିଶାବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ରସଗୋଲା ୬୦୦ ବର୍ଷ ତଳୁ ଓଡ଼ିଶାରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାର କହିଥିଲେ । ରସଗୋଲା ଓଡ଼ିଶାର ଏନେଇ ଅନେକ ପ୍ରମାଣ ରହିବା ପରେ ମଧ୍ୟ ପଶ୍ଚମବଙ୍ଗକୁ ‘ଜିଆଇ ଟ୍ୟାଗ’ ମିଳିବା ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ।

ସୂଚନାଯୋଗ୍ୟ, ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୁଇବର୍ଷ ତଳେ ଲଢ଼େଇ ଆରମ୍ଭ ହୋଇଥିଲା । ପଶ୍ଚିମବଙ୍ଗ ସରକାର ସ୍ଥାନୀୟ ରସଗୋଲାକୁ ଜିଆଇର ମାନ୍ୟତା ଦେବା ପାଇଁ ଚେନ୍ନାଇସ୍ଥିତ ଭାରତୀୟ ଭୌତ୍ତିକ ସଂପତ୍ତି କାର୍ୟ୍ୟାଳୟରେ ଆବେଦନ କରିଥିଲା । ଆଉ ଆଜି ରସଗୋଲାକୁ ଚେନ୍ନାଇସ୍ଥିତ ସଂପୃକ୍ତ କର୍ତୃପକ୍ଷ, ପଶ୍ଚିମବଙ୍ଗ ରସଗୋଲା ନାଁରେ ଜିଆଇ ମାନ୍ୟତା ଦେଇଛନ୍ତି । ପଶ୍ଚିମବଙ୍ଗ ସରକାର ଯୁକ୍ତି ବାଢିଥିଲେ, ବଙ୍ଗଳା ହେଉଛି ରସଗୋଲାର ଉତ୍ପତି । ବଙ୍ଗଳାର ପ୍ରସିଦ୍ଧ ମିଠା ପ୍ରସ୍ତୁତକାରୀ ନବୀନ ଦାସ ଏହାକୁ ୧୮୬୮ ମସିହାରେ ଆବିଷ୍କାର କରିଥିଲେ । ପୂର୍ବରୁ ଓଡିଶା ସରକାର ରସଗୋଲାର ଉତ୍ପତି ୬୦୦ ବର୍ଷ ତଳର ବୋଲି କହିଥିଲେ । ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ରସଗୋଲାର ଉଲ୍ଲେଖ ଥିବା ସାହିତ୍ୟିକ ପ୍ରମାଣ ମଧ୍ୟ ରହିଛି, ଯାହାକି ୫ ଶହ ବର୍ଷ ପୁରୁଣା ।

ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ଓଡ଼ିଶାରେ ରସଗୋଲାର ଉତ୍ପତ୍ତିକୁ ନେଇ କମିଟି ଗଠନ କରାଯାଇ ଏ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଥିଲା । କମିଟି ପକ୍ଷରୁ ବର୍ଷେ ହେବ ରସଗୋଲାର ଉତ୍ପତ୍ତି ସଂପର୍କିତ ଐତିହାସିକ ପ୍ରମାଣ ଦେଇଥିଲେ ହେଁ, ସରକାର ଏହା ଉପରେ ବିଶେଷଭାବେ ଆଗେଇ ନ ଥିଲେ । ବରଂ ବିଜ୍ଞାନ ଓ ବୈଷୟିକ ବିଭାଗ ଏହି ଦାୟିତ୍ୱ ପୁଣିଥରେ ଶିଳ୍ପ ବିଭାଗକୁ ହସ୍ତାନ୍ତର କରିଥିଲା । କିନ୍ତୁ ଏଥିରେ ବିଶେଷ କିଛି ସୁଫଳ ମିଳିନଥିଲା । ଆଉ ରସଗୋଲା ଆମର ବୋଲି ଦାବି କରୁଥିବା ଓଡ଼ିଶାକୁ ନରାଶ ହେବାକୁ ପଡ଼ିଛି ।ତେବେ ଜିଆଇ ଟାଗ୍ ହାସଲ କଲା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ବହୁତ ଖୁସି ଓ ଗର୍ବ ଅନୁଭବ କରୁଛନ୍ତି ବୋଲି ଟ୍ୱିଟ୍ କରିଛନ୍ତି । ରାଜ୍ୟ ପାଇଁ ବହୁତ ବଡ଼ ଖୁସିର କଥା ବୋଲି ମଧ୍ୟ କହିଛନ୍ତି ।

ବହୁ ଦିନର ବାଦ ବିବାଦ ପରେ ଶେଷରେ ହାରିଗଲା ଓଡ଼ିଶା, ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟାଗ୍

ପଢନ୍ତୁ, ବଳିଆ ସ୍ୱାସ୍ଥ୍ୟରେ ଉନ୍ନତି, ସ୍ୱତନ୍ତ୍ର ପ୍ରାଇଭେଟ ଓ୍ଵାର୍ଡରେ ଭେଣ୍ଟିଲେଟରରେ ଅଛି

 

 

Your email address will not be published. Required fields are marked *