Spread the loveପାଦ ଫାଟିବା, ପାଦରୁ ଝାଳ ବାହାରିବା,  ପାଦରେ ଯନ୍ତ୍ରଣା ହବା, ପୁରୁଷ ଏବଂ ସ୍ତ୍ରୀ ମାନଙ୍କର ଏକ ସାଧାରଣ ରୋଗ । ପାଦ ଫାଟିବା ସାଧାରଣତଃ ଶୀତ ଦିନେ ହୋଇଥାଏ,... ଆସନ୍ତୁ ଜାଣିବା, ପାଦର ଯତ୍ନ ପାଇଁ କିଛି ଘରୋଇ ଓ ପ୍ରାକୃତିକ ଉପଚାର ବିଷୟରେ
Spread the love

ପାଦ ଫାଟିବା, ପାଦରୁ ଝାଳ ବାହାରିବା,  ପାଦରେ ଯନ୍ତ୍ରଣା ହବା, ପୁରୁଷ ଏବଂ ସ୍ତ୍ରୀ ମାନଙ୍କର ଏକ ସାଧାରଣ ରୋଗ । ପାଦ ଫାଟିବା ସାଧାରଣତଃ ଶୀତ ଦିନେ ହୋଇଥାଏ, କିନ୍ତୁ କିଛି ଲୋକଙ୍କର ସବୁ ଋତୁରେ ହୋଇଥାଏ ।  ସେହିପରି ଗ୍ରୀଷ୍ମ ଋତୁରେ ପ୍ରାୟ ଲୋକଙ୍କ ପଦରୁ ଝାଳ ବାହାରିବା ସାଧାରଣ କଥା ।  ପାଦ ଯନ୍ତ୍ରଣା ରେ ମଧ୍ୟ ଅନେକ ଅସୁବିଧା ଉପୁଜି ଥାଏ । ତେବେ ଆସନ୍ତୁ ଜାଣିବା ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବା ର କିଛି ଘରୋଇ ଉପଚାର ବିଷୟରେ ।

A. ପାଦ ଫାଟିବା :

୧.ଝୁଣା :

ଶାଳ ଝୁଣାକୁ ଗୁଣ୍ଡ କରି ଘିଅ ସହ ମିଶାଇ ଫାଟିଥିବା ଜାଗାରେ ୫-୧୦ ମାରନ୍ତୁ । ଦିନକୁ ୨-୩ ଥର ଏମିତି କଲେ ପାଦ ଫଟା ପାଇଁ ଭଲ କାମ ଦିଏ ।

୨.ଆମ୍ବ ପତ୍ର :

କିଛି ଆମ୍ବ ପତ୍ରକୁ ବାଟି ରସ ସଂଗ୍ରହ କରନ୍ତୁ ଶୋଇବା ପୂର୍ବରୁ ଏହି ରସକୁ ପାଦ ଫାଟି ଥିବା ଜାଗାରେ ମାଲିସ କରି ଆମ୍ବ ପତ୍ରକୁ ପଟି କରି ତାଉପରେ ବାନ୍ଧି ଦିଅନ୍ତୁ |ସକାଳୁ ଏହାକୁ ବାହାର କରି ଟିକେ ଗରମ ପାଣିରେ ଧୋଇ ଦିଅନ୍ତୁ |

୩. ଅଣ୍ଡା କେଶର :

ଗୋଟେ ଅଣ୍ଡା ନେଇ ସେଇଥିରୁ ଅଣ୍ଡା କେଶରକୁ ଅଲଗା କରନ୍ତୁ |କେଶରକୁ ଟିକେ ଫେଣ୍ଟି ଫାଟିଥିବା ଜାଗାରେ ମାଲିସ କରନ୍ତୁ |୫ ମିନଟପରେ ଲେମ୍ବୁ ଚୋପରେ କିଛିଇ ଲୁଣ ଲଗାଇ ଏଥିରେ ମାଲିସ କରନ୍ତୁ |କିଛି ସମୟ ପରେ ଏହାକୁ ଧୋଇ ଦିଅନ୍ତୁ |

୪. ଭିନେଗାର :

ଭିନେଗାରରେ କିଛି ଦହି ମିଶାଇ ପାଦ ଫାଟିଥିବା ଜାଗାରେ ମାଲିସ କରନ୍ତୁ |୧୦ ମିନଟ ପରେ ଧୋଇ ଦିଅନ୍ତୁ |ଏହା ପଦଫଟା କୁ ଦୂର କରିବା ସହ ପାଦକୁ ନରମ ରଖେ |

B. ପାଦରୁ ଝାଳ ବହରିବା :

ଶୋଇବା ପୂର୍ବରୁ ପାଦକୁ ୧୫ -୨୦ ପର୍ଯ୍ୟନ୍ତ ଥଣ୍ଡା ପାଣିରେ ଡୁବାଇ ରଖନ୍ତୁ, ତାପରେ କିଛି ନଡ଼ିଆ ତେଲ ମାଲିସ କରନ୍ତୁ | ଶୋଇବାବେଳେ ପଦାକୁ କପଡା ଦ୍ଵାରା ଆବଦ୍ଧ କରି ସୋଆନ୍ତୁ|

C. ପାଦ ଯନ୍ତ୍ରଣା :

୧. କିଛି ଲେମ୍ବୁ ରସକୁ ପାଣିରେ ମିଶାଇ ୧୦-୧୫ ମିନଟ ପାଇଁ ପଦାକୁ ଡୁବାଇ ରଖନ୍ତୁ | ଏହା ପଦରୁ ଜୀବାଣୁ ଦୁରକରେ |

୨. ରସୁଣର କିଛି କୋଲାକୁ ସୋରିଷ ତେଲରେ ଫୁଟାନ୍ତୁ ଶୋଇବା ପୂର୍ବରୁ ସେହି ଗରମ ତେଲକୁ ପାଦ ଫଟା ଜାଗାରେ ମାଲିସ କଲେ ପଦଫଟାରୁ ଭଲ ଉପଶମ ମିଳେ ।

ଆସନ୍ତୁ ଜାଣିବା, ପାଦର ଯତ୍ନ ପାଇଁ କିଛି ଘରୋଇ ଓ ପ୍ରାକୃତିକ ଉପଚାର ବିଷୟରେ

ଥଣ୍ଡା, କାଶ ଓ ଜର ପାଇଁ ଜାଣନ୍ତୁ ଘରୋଇ ଉପଚାର

 

Your email address will not be published. Required fields are marked *