News

ବ୍ୟାରେଲ ପିଛା ତେଲ ଦର ଆଜି ୬୩ ଡଲାର ପହଞ୍ଚିଛି , ୮୦ ଟଙ୍କା ଛୁଇଁପାରେ ପେଟ୍ରୋଲ ଦର

ବ୍ୟାରେଲ ପିଛା ତେଲ ଦର ଆଜି ୬୩ ଡଲାର ପହଞ୍ଚିଛି , ୮୦ ଟଙ୍କା ଛୁଇଁପାରେ ପେଟ୍ରୋଲ ଦର

ଦୈନନ୍ଦିନ ଜୀବନରେ ପେଟ୍ରୋଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲେ ହେଁ ଦିନକୁ ଦିନ ଏହାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ବ୍ୟାରେଲ ପିଛା ତେଲ ଦର ଆଜି ୬୩ ଡଲାର ପାଖାପାଖି ପହଞ୍ଚି ଯାଇଛି । ଯାହାଫଳରେ ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୬୫ ଟଙ୍କା ଟପିବା ନେଇ ଆଶଙ୍କା ଦେଖାଦେଇଛି ।

୨୦୧୫ ମସିହା ଜୁଲାଇ ପରେ ତେଲ ମୂଲ୍ୟ କେବେ ଏହି ସ୍ତର ଛୁଇଁ ନଥିଲା । ଚଳିତବର୍ଷ ଜୁନ୍‌ରେ ଏହା ହ୍ରାସ ପାଇ ୪୪ ଡଲାରକୁ ଖସିଆସିଥିଲା । କିନ୍ତୁ ଜୁନ୍‌ରୁ ଇତି ମଧ୍ୟରେ ଅଶୋଧିତ ତେଲ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୪୦ ପ୍ରତିଶତ ବଢ଼ିସାରିଲାଣି । ସରକାର ନିକଟରେ ଏଲ୍‌ପିଜି ଦର ବଢ଼ାଇ ସାରିଛନ୍ତି । ଆଗକୁ ପୁଣି ଏଲ୍‌ପିଜି ଏବଂ ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ଆଶଙ୍କା ମଧ୍ୟ ରହିଛି ।

ନିକଟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିଥିଲେ । ଏହାଫଳରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଥିଲା । କିନ୍ତୁ ଏହା ପୁଣି କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି । ନୋମୁରାର କହିବା ଅନୁଯାୟୀ ବିତ୍ତୀୟ ନିଅଣ୍ଟକୁ ମଧ୍ୟ ବର୍ଦ୍ଧିତ ଅଶୋଧିତ ତେଲ ଦର ପ୍ରଭାବିତ କରିବ ।

ବ୍ୟାରେଲ ପିଛା ତେଲ ଦର ଆଜି ୬୩ ଡଲାର ପହଞ୍ଚିଛି , ୮୦ ଟଙ୍କା ଛୁଇଁପାରେ ପେଟ୍ରୋଲ ଦର

ପଢନ୍ତୁ, ହିମାଚଳ ପ୍ରଦେଶରେ ଆଗାମୀ ୯ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଶେଷ ପ୍ରଚାର

Related posts

ଆନ୍ତଃଜାତି ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା

ENO Beuro

ବ୍ୟବସାୟୀଙ୍କ ବିରୋଧରେ ଦୁର୍ଷ୍କମ ଅଭିଯୋଗ ଆଣିଲେ ଜିନତ ଅମାନ!

ENO Beuro

‘ସେନାକୁ ଅସ୍ତ୍ର କିଣିବା ନେଇ ଆହୁରି କ୍ଷମତାଶାଳୀ କରାଯାଇଛି’: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

Ratnamani Moharana

1 comment

Leave a Comment