Spread the loveରସୁଣ କଥା କିଏ ବା ନ ଜାଣେ । ପ୍ରତ୍ୟେକ ଲୋକଙ୍କ ରୋଷେଇ ଘରେ ଏହା ଏକ ମୁଖ୍ୟ ମସଲାଜାତୀୟ ଦ୍ରବ୍ୟ ଯାହା ଖାଦ୍ୟକୁ ଅଧିକ ସ୍ଵାଦିଷ୍ଟ କରିଥାଏ ।... ନୀତିଦିନ ଖାଆନ୍ତୁ ରସୁଣ, କାରଣ ଏଥିରେ ଭରିରହିଛି ଅବିଶ୍ଵସନୀୟ ଔଷଧୀୟ ଗୁଣ
Spread the love

ରସୁଣ କଥା କିଏ ବା ନ ଜାଣେ । ପ୍ରତ୍ୟେକ ଲୋକଙ୍କ ରୋଷେଇ ଘରେ ଏହା ଏକ ମୁଖ୍ୟ ମସଲାଜାତୀୟ ଦ୍ରବ୍ୟ ଯାହା ଖାଦ୍ୟକୁ ଅଧିକ ସ୍ଵାଦିଷ୍ଟ କରିଥାଏ । ତରକାରୀରେ ବ୍ୟବହାର ହେଲେ ସମସ୍ତେ ସହଜରେ ଖାଇନିଅନ୍ତି । ମାତ୍ର କଞ୍ଚା ରସୁଣ ଖାଇବାକୁ ସବୁ ଲୋକେ ପସନ୍ଦ କରନ୍ତି ନାହିଁ। ଯେତବେଳେ କ୍ଷୀର ସହ ରସୁଣ ଖାଇବାକୁ ପଡ଼େ ତାହା ଆହୁରି ସ୍ୱାଦହୀନ ହୋଇପଡ଼େ। କିନ୍ତୁ ଏହି ସ୍ୱାଦହୀନ ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ଭୂମିକା ଖୁବ୍‌ ଗୁରୁତ୍ତ୍ୱପୂର୍ଣ୍ଣ । ତେବେ କେଉଁ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ରସୁଣକ୍ଷୀର ପିଇବାର ରହିଛି ଆବଶ୍ୟକତା ଜାଣନ୍ତୁ ସେ ସଂପର୍କରେ କିଛି ଖାସ୍‌ ସୂଚନା ।

  • ଶ୍ୱାସ ସମସ୍ୟା ଥିଲେ ପ୍ରତିଦିନ ତିନିରୁ ଚାରି କୋଲା ରସୁଣକୁ ଚୋବାଇ ଖାଆନ୍ତୁ ଏବଂ ନିମୋନିଆ ଲକ୍ଷଣ ଆରମ୍ଭ ହେଉଥିଲେ କ୍ଷୀରରେ ରସୁଣ ସିଝାଇ ଦିନକୁ ଦୁଇରୁ ତିନିଥର ପିଅନ୍ତୁ । ନିହାତି ଭାବରେ ଆମକୁ ଶ୍ୱାସ ସମସ୍ୟାରୁ ମୁକ୍ତି ମିଳିବ ।
  • ରକ୍ତରେ କୋଲେଷ୍ଟ୍ରଲ୍‌ର ମାତ୍ରା ବଢ଼ିଲେ ହୃଦ୍‌ ଜନିତ ସମସ୍ୟା ଆରମ୍ଭ ହୁଏ । ଧମନୀରେ ରକ୍ତ ସୂଚାରୁ ରୂପେ ସଞ୍ଚାଳନ ହୋଇପାରେ ନାହିଁ। ତେବେ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା କମ୍‌ କରିବା ପାଇଁ ରସୁଣଆମର ବହୁତ ଉପକାରରେ ଲାଗିଥାଏ ।
  • ଶରୀରରେ ଟକ୍ସିନ୍‌ର ମାତ୍ରା ବଢ଼ିଲେ କଲିଜା ଜଳିବା ପରି ଅନୁଭବ ହୁଏ ଏବଂ ଜଣ୍ଡିସ୍‌ ପରି ସମସ୍ୟା ଦେଖାଯାଏ ।ରସୁଣ ବ୍ୟବହାର କରିବା ଦ୍ୱାରା ଏଥିରୁ ମଧ୍ୟ ମୁକ୍ତି ମିଳିଥାଏ ।
  • ଆଣ୍ଡୁ ଗଣ୍ଠି ଜନିତ ଯନ୍ତ୍ରଣା ସମସ୍ୟା ଥିଲେ ଔଷଧ ଅପେକ୍ଷା ରସୁଣ ତୁରନ୍ତ କାମ କରେ।
  • ଅନିଦ୍ରା ପରି ସମସ୍ୟା ଥିଲେ ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ କ୍ଷୀର ସହିତ ରସୁଣକୁ ମିଶାଇପିଅନ୍ତୁ । ଅଳ୍ପ କିଛିଦିନ ଏହି ଅଭ୍ୟାସ କରିବା ଦ୍ୱାରା ଆମେ ସୁନିଦ୍ରା ପାଇପାରିବା ।
  • ଯଦି କଫ ଜମି ଖାସ ହେଉଛି ତେବେ କ୍ଷୀରରେ ରସୁଣ,ଟିକେ ହଳଦୀ ପକାଇ ଫୁଟାଇପିଇବା ଦ୍ୱାରା କଫ କାସରୁ ଆରାମ ମିିଳିବା ସହିତ ଏହା କଫ୍ ସିରଫ ଠାରୁ ମଧ୍ୟ ଶୀଘ୍ର ଆରାମ ଦେବ ।
  • ଖାଦ୍ୟ ହଜମ ହେଉନଥିଲେ ଏକ ଗ୍ଲାସ ଉଷୁମ କ୍ଷୀରରେ ରସୁଣକୁ ପକାଇ ପିଇବାକୁ ଭୁଲନ୍ତୁ ନାହିଁ । ଏହା ହଜମ ଶକ୍ତି ବଢାଇବା ସହ ଶରୀର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।

ନୀତିଦିନ ଖାଆନ୍ତୁ ରସୁଣ, କାରଣ ଏଥିରେ ଭରିରହିଛି ଅବିଶ୍ଵସନୀୟ ଔଷଧୀୟ ଗୁଣ

ପଢନ୍ତୁ, ବ୍ୟାଙ୍କ ଚାକିରି କରିବାକୁ ଚହୁଁଛନ୍ତି କି ? ତେବେ ଯଥାଶୀଘ୍ର ଆବେଦନ କରନ୍ତୁ

Your email address will not be published. Required fields are marked *