Spread the loveକଟକ ବାରବାଟୀରେ ଆସନ୍ତା ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଟେ୍ଵଣ୍ଟି-୨୦ କ୍ରିକେଟ ମ୍ୟାଚ । ଏଥିପାଇଁ ଆଜିଠୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି... ଭାରତ ଓ ଶ୍ରୀଲଙ୍କା ଆନ୍ତର୍ଜାତିକ ଟେ୍ଵଣ୍ଟି-୨୦ କ୍ରିକେଟ ମ୍ୟାଚ ପାଇଁ ଟିକେଟ ବିକ୍ରି ଆରମ୍ଭ
Spread the love

କଟକ ବାରବାଟୀରେ ଆସନ୍ତା ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଟେ୍ଵଣ୍ଟି-୨୦ କ୍ରିକେଟ ମ୍ୟାଚ । ଏଥିପାଇଁ ଆଜିଠୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ଆରମ୍ଭ । ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇଙ୍କ ସୂଚନା ମୁତାବକ www.get2thegames.com ୱେବସାଇଟ୍‌ରେ ଏଥର ୯୧୩୦ ଟିକେଟ ବିକ୍ରି ପାଇଁ ଛଡ଼ାଯାଇଛି ।

ଡିସେମ୍ବର ୧୪ ଓ ୧୫ ତାରିଖରେ ଓସିଏ, ବିସିସିଆଇ ଅନୁବନ୍ଧିତ କ୍ଲବ, ସ୍କୁଲ ଓ କଲେଜଗୁଡ଼ିକ ପାଇଁ ଟିକେଟ୍ ବିକ୍ରି କରାଯିବ। ଗ୍ୟାଲେରୀ ନମ୍ବର ୨, ୪, ୬, ୭, ସ୍ପେଶାଲ ଏନ୍‌କ୍ଲୋଜୋର୍‌ ବ୍ଲକ୍‌ ଏ’, ନିଉ ପାଭିଲିଅନ୍‌, ୪ନମ୍ବର ଏସି ଗ୍ୟାଲେରୀ ଓ କର୍ପୋରେଟ ବକ୍ସ ଟିକେଟ ଅନ୍‌ଲାଇନ୍‌ରେ ବିକ୍ରି ହେବ। ଗ୍ୟାଲେରୀ ନମ୍ବର ୬ ଓ ୭ ର ଟିକେଟ ଦର ୪୦୦ ଟଙ୍କା, ଗ୍ୟାଲେରୀ ୨ ଓ ୪ ର ଦର ୫୦୦ ଟଙ୍କା, ସ୍ପେଶାଲ ଏନ୍‌କ୍ଲୋଜୋର୍‌ ୩ହଜାର, ନିଉ ପାଭିଲିଅନ୍‌ ଓ ଏସି ଗ୍ୟାଲେରୀ ୫ହଜାର ଏବଂ କର୍ପୋରେଟ ବକ୍ସ ଟିକେଟ ୮ଜହାର ଟଙ୍କାରେ ବିକ୍ରି ହେବ। ଅନ୍‌ଲାଇନ୍‌ରେ କିଣୁଥିବା ଦର୍ଶକମାନେ ଡିସେମ୍ବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ କେମ୍ବ୍ରିଜ୍‌ ସ୍କୁଲ୍‌ ପାଖରେ ଖୋଲାଯାଇଥିବା କାଉଣ୍ଟରରୁ ଟିକେଟ ସଂଗ୍ରହ କରିପାରିବେ ।

ସୁରକ୍ଷା ଜନିତ କାରଣ ପାଇଁ ଟିକେଟରେ ବାରକୋଡ୍ ଓ ହୋଲୋଗ୍ରାମ୍ ରହିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଓସିଏ ଓ ବିସିସିଆଇ ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ବିକ୍ରି ଟିକେଟରୁ ବକଳା ଗୁଡ଼ିକ ଆସନ୍ତା ୧୬ ଓ ୧୭ ତାରିଖରେ ବାରବାଟୀରେ ୩ଟି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ନିମନ୍ତେ ଟିକେଟ୍ ବିକ୍ରି କରାଯିବ।ସୁରକ୍ଷା ଜନିତ କାରଣ ପାଇଁ ଟିକେଟରେ ବାରକୋଡ୍ ଓ ହୋଲୋଗ୍ରାମ୍ ରହିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତ ଓ ଶ୍ରୀଲଙ୍କା ଆନ୍ତର୍ଜାତିକ ଟେ୍ଵଣ୍ଟି-୨୦ କ୍ରିକେଟ ମ୍ୟାଚ

ପଢନ୍ତୁ, ୨୦ ନଭେମ୍ବର, ସୋମବାର – ରାଶିଫଳ

Your email address will not be published. Required fields are marked *