News

ସୁନା ଗହଣାର ମାନ ବିଷୟରେ ସଠିକ୍ ସୂଚନା ପାଇଁ ସରକାରଙ୍କ ନୂଆ ଯୋଜନା

ଆଉ ଠକି ପାରିବେନି ବଣିଆ । ସୁନା ର ମାନ ବିଷୟରେ ଫରକ ଜାଣିବାକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସୁନା ଗହଣା ପାଇଁ କ୍ୟାରେଟ୍ ପରିମାଣ ସହିତ ହଲମାର୍କକୁ ବାଧ୍ୟତାମୂଳକ କରିବା ଯୋଜନା ପ୍ରସ୍ତୁତ କରିଛନ୍ତି । ଆସନ୍ତା ବର୍ଷ ଜାନୁଆରିଠାରୁ ଏହି ନୂଆ ନିୟମ ଲାଗୁ ପାଇଁ ବିଚାର କରାଯାଉଛି ।

“ଏବେ ଲୋକମାନେ କିଣୁଥିବା ସୁନାର ମାନ ବିଷୟରେ ସଠିକ୍ ସୂଚନା ପାଉନାହାନ୍ତି । ଆମେ ସୁନାର ଗହଣା ପାଇଁ ହଲମାର୍କକୁ ବାଧ୍ୟତାମୂଳକ କରିବାକୁ ଯାଉଛୁ । ଜାନୁଆରି ସୁଦ୍ଧା ଏହି ନିୟମ ଲାଗୁ କରାଯିବ ବୋଲି ଭାରତୀୟ ମାନବ ବ୍ୟୁରୋ (ବିଆଇଏସ୍) ପକ୍ଷରୁ ଆୟୋଜନ କରାଯାଇଥିବା ଏକ କର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶଓ୍ଵାନ ଏହା କହିଛନ୍ତି ।

ବର୍ତ୍ତମାନ କେତେକ ଗହଣାରେ ହଲମାର୍କ ବ୍ୟବହାର କରଯାଉଛି । ଗ୍ରାହକମାନଙ୍କୁ ସୁନାର ମାନ ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ତାହା ଯଥେଷ୍ଟ ନୁହେଁ । ସରକାର ୧୪, ୧୮ ଏବଂ ୨୨ କ୍ୟାରେଟର ସୁନା ପାଇଁ ହଲମାର୍କକୁ ବାଧ୍ୟତାମୂଳକ କରିବେ ।

ଆଉ ଠକି ପାରିବେନି ବଣିଆ, ସୁନାର ମାନ ବିଷୟରେ ସଠିକ୍ ସୂଚନା ପାଇଁ ସରକାରଙ୍କ ନୂଆ ଯୋଜନା   ସୁନା ଗହଣାର ମାନ ବିଷୟରେ ସଠିକ୍ ସୂଚନା ପାଇଁ ସରକାରଙ୍କ ନୂଆ ଯୋଜନା

ପଢନ୍ତୁ, ଆଜିଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାପମାନରେ ପରିବର୍ତ୍ତନ ହେବାସହ ଥଣ୍ଡା ବଢିବ – ପାଣିପାଗ କେନ୍ଦ୍ର

Related posts

ରାମରହିମଙ୍କ ପୋଷ୍ୟାକନ୍ୟା ହନିପ୍ରୀତ ଇନସାନ୍ ଙ୍କୁ ହରିଆଣା ପୁଲିସ ଖୋଜୁଛି, ଦେଶଦ୍ରୋହ ମାମଲା ରୁଜୁ

ENO Beuro

ପୁଣିଥରେ ଅର୍ଥ ମନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେବେ ଜେଟଲୀ

ENO Beuro

କାଶ୍ମୀର ଅଂଚଳର ଏକ ୯ ବର୍ଷର ବାଳକ ଆବିଷ୍କାର କଲେ କାଉଣ୍ଟିଂ ପେନ୍‌!

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More