Spread the loveଆଜି ଓଡିଆ ସିନେମା ଜଗତର ନୂଆ ତଥା ଖୁବ ପରିଚିତ ନାୟକ ଜ୍ୟୋତି ରଞ୍ଜନ ନାୟକ ଙ୍କ ଜନ୍ମ ଦିବସରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।... ଓଡିଆ କଳାକାର ଜ୍ୟୋତି ରଞ୍ଜନ ନାୟକ ଙ୍କ ଜନ୍ମ ଦିବସରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା
Spread the love

ଆଜି ଓଡିଆ ସିନେମା ଜଗତର ନୂଆ ତଥା ଖୁବ ପରିଚିତ ନାୟକ ଜ୍ୟୋତି ରଞ୍ଜନ ନାୟକ ଙ୍କ ଜନ୍ମ ଦିବସରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ଓଡିଆ ସିନେମା ଜଗତର ବହୁ ନାମିଦାମୀ ଓ ଆଗଧାଡିର ନାୟକ ମାନଙ୍କ ମଧ୍ୟରେ ଜ୍ୟୋତିଙ୍କର ନାଁ ଗୋଟିଏ କହିଲେ ଚଳେ । ଜ୍ୟୋତିଙ୍କର ପିଲାଦିନରୁ ଅଭିନୟ ପ୍ରତି ଖୁବ ଦୁର୍ବଳତା ଥିଲା । କିନ୍ତୁ ଏହାକୁ ନିଜର କ୍ୟାରିୟର କରିବେ ବୋଲି ଏତେଟା ଆଶା ନଥିଲା । ଇଂଜିନିୟରିଂ ଶିକ୍ଷା ଶେଷ କରିବାପରେ ଭୁବନେଶ୍ଵରରେ ସେ ଏକ ରିଆଲିଟି ସୋ’ “ମିଠା ମିଠା ଯୋଡ଼ି” ରେ ଅଂଶଗ୍ରହଣ କରିଥିଲେ । ଏଥିରେ ସଫଳତା ପୂର୍ବକ ଗୋଟିଏ ପରେ ଗୋଟିଏ ପର୍ଜ୍ୟାୟ ଅତିକ୍ରମ କରି ସୋ’ର ବିଜେତା ହେଇଥିଲେ ।

ଏହା ପରେ ତାଙ୍କୁ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍‌ ସିନେମା “ମିଠା ମିଠା” ସିନେମା ପାଇଁ ନାୟକ ଭାବେ ବଛାଯାଇଥିଲା । ଏହି ସିନେମାରେ ଜ୍ୟୋତିଙ୍କ ବିପକ୍ଷରେ ନଜର ଆସିଥିଲେ ଜଣେ ନବାଗତ ଅଙ୍କିତା । ମିଠା ମିଠା ସିନେମାରେ ଜ୍ୟୋତି ଏବୋଂ ଅଙ୍କିତା ଙ୍କ ସହ ଆଉ ଦୁଇଟି ଯୋଡି ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ।

ତେବେ ମିଠାମିଠା ଜ୍ୟୋତିଙ୍କ ଅଭିନୀତ ପ୍ରଥମେ ଓଡ଼ିଆ ସିନେମା ହୋଇଥିଲେ ବି ତାଙ୍କ ମୁକ୍ତିପ୍ରାପ୍ତ ପ୍ରଥମ ଛବି ଥିଲା ଦେଲେ ଧରା କଥା ସରେ । ଏଥିରେ ତାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଥିଲେ ବେଙ୍ଗଲି ବିଉଟି ମାଳବିକା ବାନାର୍ଜୀ ।

ଦେଲେ ଧରା କଥା ସରେ ପରେ କ୍ରମାଗତ ଭାବରେ ସଞ୍ଜୟ ନାୟକଙ୍କ ନିଝୁମ୍‌ ରାତିର ସାଥୀ, ଦୀଲିପ ପଣ୍ଡାଙ୍କ ନିର୍ଦ୍ଦେଶିତ ଦିଲ୍‌କା ରାଜା, ତୁ ମୋ’ ହିରୋ ଏବଂ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍‌ ସିନେମା ମିଠା ମିଠା ମୁକ୍ତି ଲାଭ କରିଥିଲା । ସବୁ ସିନେମାରେ ତାଙ୍କ ବିପକ୍ଷରେ ଭିର୍ଣ୍ଣ ଭିର୍ଣ୍ଣ ନାୟିକା ନଜର ଆସିଛନ୍ତି । ନିଝୁମ୍‌ ରାତିର ସାଥୀ ରେ ତମନ୍ନା, ଦିଲକା ରାଜା ରେ ପିଙ୍କି ପ୍ରିୟଦର୍ଶିନୀ ମିଠା ମିଠା ରେ ଅଙ୍କିତା ଓ ତୁ ମୋ’ ହିରୋ ରେ ଝିଲିକ୍‌ଙ୍କ ସହ ନଜର ଆସିଛନ୍ତି ଜ୍ୟୋତି।

ଜ୍ୟୋତିଙ୍କର ଆଗାମୀ ସିନେମା ହଉଛି ବିଗ ବ୍ରଦର । ଏଥିରେ ମଧ୍ୟ ସେ ଆଉ ଜଣେ ନାୟିକାଙ୍କ ସହ ପରଦାରେ ଦେଖାଦେବେ । ଆଜିପର୍ଯ୍ୟନ୍ତ ରୋମାନ୍ଟିକ ସିନେମାରେ ନଜର ଆସିଥିବା ଜ୍ୟୋତି ଆକ୍ସନ ସିନେମାରେ ଆସିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଦେଖାଯାଉ ତାଙ୍କର ଏ ଆଶା କେବେ ପୂରଣ ହେଉଛି ।

ଓଡିଆ କଳାକାର ଜ୍ୟୋତି ରଞ୍ଜନ ନାୟକ ଙ୍କ ଜନ୍ମ ଦିବସରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା

ପଢନ୍ତୁ, ନିର୍ଦେଶକ ତାପସ ସରଘରିଆ ଙ୍କ ନୂଆ ସିନେମାରେ ପୁରୁଣା ଯୋଡିର କମାଲ

Your email address will not be published. Required fields are marked *