Spread the loveଇନ୍ୟୁଜ ଓଡିଆ ତରଫରୁ ଓଲିଉଡ ର ଲୋକପ୍ରିୟ କଳାକାର ସବ୍ୟସାଚୀ ମିଶ୍ର ଙ୍କୁ ତାଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ତାଙ୍କ ଜୀବନ ସୁଖମୟ ହେଉ... ଓଲିଉଡ ର ଲୋକପ୍ରିୟ କଳାକାର ସବ୍ୟସାଚୀ ମିଶ୍ର ଙ୍କୁ ତାଙ୍କ ଜନ୍ମଦିନରେ ଅନେକ ଶୁଭେଚ୍ଛା ଓ ଶୁଭକାମନା
Spread the love

ଇନ୍ୟୁଜ ଓଡିଆ ତରଫରୁ ଓଲିଉଡ ର ଲୋକପ୍ରିୟ କଳାକାର ସବ୍ୟସାଚୀ ମିଶ୍ର ଙ୍କୁ ତାଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ତାଙ୍କ ଜୀବନ ସୁଖମୟ ହେଉ ଓ ଚଲାପଥ କୁସୁମିତ ହେଉ ।

ସବ୍ୟସାଚୀଙ୍କ ପରିଚୟ ଦେବା ଆଦୌ ଆବଶ୍ୟକ ନାହିଁ । କାରଣ ସେ ତାଙ୍କର ଚମତ୍କାର ଅଭିନୟର ଯାଦୂରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି  । ଛୋଟ ପରଦାର ଓଡିଆ ଆଲବମ ଦୁନିଆରୁ ନିଜର ଯାତ୍ରା ଆରମ୍ଭ କରିଥିବା ସବ୍ୟସାଚୀ ଆଜି ଆସି ତେଲୁଗୁ ସିନେମା ଦୁନିଆରେ ପାଦ ଥାପିଲେଣି । ଓଡିଆ ସହ ତେଲୁଗୁ ସିନେମାରେ ନିଜର ସାମ୍ରାଜ୍ୟ ବିସ୍ତାର କରିସାରିଲେଣି ।

ଦର୍ଶକକୁ ବହୁ ସୁନ୍ଦର ସିନେମା ପରେ ସିନେମା ଭେଟି ଚାଲିଛନ୍ତି ଏହି କଳାକାର । ଓଡିଆରେ ପାଗଳ ପ୍ରେମୀ ଠାରୁ ଆରମ୍ଭ କରି ଛାତିତଳେ ଡିଙ୍ଗ ଡଙ୍ଗ ଓ ଅନେକ ତେଲୁଗୁ ସିନେମା ମଧ୍ୟରେ ଏକ ବିଶେଷ ସ୍ଥାନ ସେ ନିଜ ପାଇଁ ସୃଷ୍ଟି କରିଛନ୍ତି ଓ ଦର୍ଶକଙ୍କ ନିକଟରେ ଅତି ପ୍ରିୟ ହେଇପାରିଛନ୍ତି । ବହୁ ନାମିଦାମି ନାୟିକା ଓ ନିର୍ଦେଶକଙ୍କ ସହ ସେ କାମ କରିସାରିଲେଣି ।

ସେ ଏବେ ତାଙ୍କର ଏକ ତେଲୁଗୁ ସିନେମାକୁ ନେଇ ବ୍ୟସ୍ତ ଅଛନ୍ତି ।  ଓଡିଆ ଦର୍ଶକେ ମଧ୍ୟ ତାଙ୍କ ବାଟ ଚାହିଁ ବସିଛନ୍ତି ।

ଓଲିଉଡ ର ଲୋକପ୍ରିୟ କଳାକାର ସବ୍ୟସାଚୀ ମହାପାତ୍ର ଙ୍କୁ ତାଙ୍କ ଜନ୍ମଦିନରେ ଅନେକ ଶୁଭେଚ୍ଛା ଓ ଶୁଭକାମନା

Your email address will not be published. Required fields are marked *