Celebs News

ଓଡିଆ ନାୟିକା ତମନ୍ନା ବୈଶ୍ୟ ଙ୍କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ଅନେକ ଅନେକ ଶୁଭେଛା

ଓଡିଆ ନାୟିକା ତମନ୍ନା ବୈଶ୍ୟ ଙ୍କୁ ଆଜି ତାଙ୍କ ଜନ୍ମଦିନ ଉପଲକ୍ଷେ ଅନେକ ଅନେକ ଶୁଭେଛା । ତାଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ ।

ମାରଓ୍ଵାଡି ପରିବାରର ଝିଅ ତମନ୍ନାଙ୍କର ଓଡିଆ ସିନେମା ଜଗତରେ ଟିକେ ନିଆରା ଢଙ୍ଗରେ ପ୍ରବେଶ ହେଇଥିଲା । ସେ ଏକ ରିଆଲିଟି ସୋ’ ଜରିଆରେ ଅଭିନୟର ସୁଯୋଗ ପାଇଛନ୍ତି । ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ନାୟକ ତାଙ୍କ ନିର୍ଦ୍ଦେଶିତ ସିନେମା ‘ଜୋକର୍‌’ରେ ଫିମେଲ ଲିଡରେ ନେବା ଲାଗି ପ୍ରଥମେ ସ୍ଥିର କରିଥିଲେ। ତେବେ ଏଯାବତ୍‌ ତମନ୍ନାଙ୍କର ଏହି ପ୍ରଥମ ସିନେମା ‘ଜୋକର୍‌’ ରିଲିଜ୍‌ ହୋଇ ନାହିଁ। ଏହି ସିନେମାରେ ମେଲ ଲିଡରେ ଥିଲେ ପପୁ ପମପମ୍‌ । ଆଉ ଦୁଷ୍ମନ୍ତ ଏବଂ ଲିପସା ବି ଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

ଏଯାବତ ତମନ୍ନାଙ୍କର ଅଭିନୀତ ଦୁଇଟି ଓଡ଼ିଆ ଛବି ଭାଇନା କ’ଣ କଲା ସେ’ ଏବଂ ନିଝୁମ୍‌ ରାତିର ସାଥୀ ମୁକ୍ତିଲାଭ କରିସାରିଛି ।

‘ଲୁଚେଇ ଦେ ମୋତେ ଛାତି ଭିତରେ’ ଏବଂ ‘ଜୋକର୍‌’ ଏହି ଦୁଇଟି ଛବି ମୁକ୍ତି ପ୍ରତୀକ୍ଷାରେ ରହିଛି । ଲୁଚେଇ ଦେ ମୋତେ ଛାତି ଭିତରେ’ରେ ତାଙ୍କ ସହ ଅଭିନେତା ଚନ୍ଦନ ଏବଂ ସମ୍ଭବ ଅଛନ୍ତି ମୁଖ୍ୟ ଚରିତ୍ରରେ।

ଅନ୍ୟ ଏକ ଓଡ଼ିଆ ଛବି ‘ବ୍ଲାକମେଲ୍‌’ ପାଇଁ ମଧ୍ୟ ସେ କାର୍ଯ୍ୟରତ । ବ୍ଲାକମେଲ’ରେ ବି ତାଙ୍କୁ ଏକ ଜବରଦସ୍ତ ଚରିତ୍ର ମିଳିଛି। ଏହାର କାହାଣୀରେ ଦୁଇଜଣ ନାୟିକା ଅଛନ୍ତି। ଏଥିମଧ୍ୟରୁ ଜଣେ ହେଲେ ତମନ୍ନା ଏବଂ ଆର ଜଣକ ଆହନା। ଏଥିରେ ତାଙ୍କର ନାୟକ ହେଲେ ଅର୍ଦ୍ଧେନ୍ଦୁ । ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅମିତ ନାୟକ ।

ତମନ୍ନା ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ନେଇସାରିଲେଣି। ହଁ ଏକ ତେଲୁଗୁ ସିନେମା ‘ଶତ୍ରୁ’ରେ ନାୟିକା ଭାବେ ଚୁକ୍ତିବଦ୍ଧ ହୋଇଛନ୍ତି ସେ। ଇତିମଧ୍ୟରେ ମହୁରତ୍‌ ବି ହାଇଦ୍ରାବାଦ୍‌ରେ ସରିଛି। ଖୁବ୍‌ଶୀଘ୍ର ସୁଟିଂ ଆରମ୍ଭ ହେବ।

ସଂପ୍ରତି ସେ ଭୁବନେଶ୍ୱରର ବିଜେବି କଲେଜରେ ମାସ୍‌ କମ୍ୟୁନିକେସନରେ ମାଷ୍ଟର ଡିଗ୍ରି କରୁଥିବା ଜଣାଯାଇଛି। ତାଙ୍କ ନିଜ ଘର ଦକ୍ଷିଣ ଓଡ଼ିଶାରେ ହୋଇଥିବା ବେଳେ ତମନ୍ନା କ୍ୟାରିଅରକୁ ଆଗେଇ ନେବା ଲାଗି ଭୁବନେଶ୍ୱରରେ ରହୁଛନ୍ତି ।

ଓଡିଆ ନାୟିକା ତମନ୍ନା ବୈଶ୍ୟ ଙ୍କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ଅନେକ ଅନେକ ଶୁଭେଛା

ପଢନ୍ତୁ, ୧୪ ନଭେମ୍ବର ମଙ୍ଗଳବାର , ରାଶିଫଳ

Related posts

Arun Kumar Sahu, Turned Lyrics Writer For The Odia Album Dheere Dheere

ENO Beuro

Sabyasachi Mohapatra, A Leading Odia Film Director

Jitendra

Sabyasachi debuts in Tamil film ‘Neeranjanam’

Jitendra

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More