LIFESTYLE

ଜଙ୍କଫୁଡ଼ ଖାଦ୍ୟ ଖାଉଛନ୍ତି କି? ଜାଣନ୍ତୁ ଏହାଦ୍ଵାରା କି କି ଅସୁବିଧା ଉପୁଜେ

ଜଙ୍କଫୁଡ ଆଜିକାଲି ଏକ ସାଧାରଣ ଖାଦ୍ୟ କହିଲେ ଚଳେ । ଛୋଟ ପିଲାଠାରୁ ବଡ, ସଭିଙ୍କର ଏହି ଖାଦ୍ୟ ଅତ୍ୟନ୍ତ ପସନ୍ଦ । ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ଵାରା ଶରୀରରେ ଏହାର କି ପ୍ରଭାବ ପଡେ ଆସନ୍ତୁ ଜାଣିବା ।

ମୋଟାପଣ

ଜଙ୍କଫୁଡ଼ ଖାଦ୍ୟ ଯୋଗୁଁ ପିଲାମାନେ ମୋଟା ହେବା ସହିତ ସେମାନଙ୍କର ଓଜନ ବୟସ ଓ ଶରୀର ତୁଳନାରେ ଅଧିକ ହେଉଛି । ତେଣୁ ଏହି ଖାଦ୍ୟରୁ ପିଲାଙ୍କୁ ଦୂରେଇ ରଖିବା ଉଚିତ ।

ଯକୃତ ସମସ୍ୟା

ଏହିସବୁ ଖାଦ୍ୟ ଯୋଗୁଁ ଯକୃତ ସମସ୍ୟା ଅଧିକ ହେବା ଆଶଙ୍କା ରହିଛି ।  ଖାଦ୍ୟ ଓ ପାନୀୟରେ ଥିବା ଫୃକ୍ଟୋଜ, ଶିରମ ୟୁରିକ ଏସିଡର ସାନ୍ଦ୍ରତା ବୃଦ୍ଧି କରିଥାଏ । ଏହି କାରଣରୁ ଯକୃତ ସମସ୍ୟା ବୃଦ୍ଧି ପାଇଥାଏ । ଫଳରେ ଯକୃତରେ ଚର୍ବିଅଂଶ ଅଧିକ ପରିମାଣରେ ଜମାହେଇ ତାହା ଅନେକ ରୋଗକୁ ଡାକି ଆନେ ।

ହାଡ ଦୁର୍ବଳ ହୁଏ

ନିୟମିତ ଭାବେ ଜଙ୍କଫୁଡ଼ ଖାଇଲେ ହାଡ ଦୁର୍ବଳ ହେବା ସହିତ ତାହାର ସଠିକ ବିକାଶ ହେଇପାରେନାହିଂ ।

ଭୋକ ଲାଗେନି

ଜଙ୍କଫୁଡ଼ ଖାଇଲେ ତାହା ଆମର ଭୋକ ଲାଗିବା ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ । ଏହାକୁ ଖାଇବା ଦ୍ଵାରା ଶରୀରରେ ହେଉଥିବା ଭୋକ ପ୍ରକ୍ରିୟା ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ ।

ମଧୁମେହ ରୋଗ

ଜଙ୍କଫୁଡ଼ ଖାଦ୍ୟ ନିୟମିତ ଖାଇଲେ ମଧୁମେହ ରୋଗ ସୃଷ୍ଟି ହେବାର ଆଶଙ୍କା ଥାଏ । ଏହି ଖାଦ୍ୟସବୁ ଯୋଗୁଁ ଶରୀରରେ ଶର୍କରା ଅଥବା ଗ୍ଲୁକୋଜ ପରିମାଣ ବଢିଯାଏ । ଫଳରେ ମଧୁମେହ ସୃଷ୍ଟି ହୁଏ ।

ମସ୍ତିସ୍କ ପ୍ରଭାବିତ

ଜଙ୍କଫୁଡ଼ର ଖରାପ ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ । ଅଧିକ ପରିମାଣର ଜଙ୍କଫୁଡ଼ ଖାଉଥିବା ପିଲାମାନେ କିଛି ମାନେ ରଖିବା, ଶିକ୍ଷାଲାଭ କରିବାରେ ବାଧାପ୍ରାପ୍ତ ହୁଏ ।

ରକ୍ତଚାପ ଓ କୋଲେଷ୍ଟୋରାଲ

ଜଙ୍କଫୁଡ଼ ଭଳି ଅଧିକ ଚର୍ବୀଜାତୀୟ ଖାଦ୍ୟ ଖାଇଲେ ରକ୍ତଚାପ ଓ ସମ୍ପର୍କିତ ରୋଗ ମାଡିବସେ । ତେଣୁ ଏହି ସବୁ ରୋଗରୁ ନିଜକୁ ଦୂରେଇ ରଖିବାକୁ ହେଲେ ଜଙ୍କଫୁଡ଼ ଠାରୁ ଯଥାସମ୍ଭବ ଦୂରତା ରକ୍ଷା କରନ୍ତୁ ।

ଜଙ୍କଫୁଡ଼ ଖାଦ୍ୟ ଖାଉଛନ୍ତି କି? ଯାଣନ୍ତୁ ଏହାଦ୍ଵାରା କି କି ଅସୁବିଧା ଉପୁଜେ  ଜଙ୍କଫୁଡ଼ ଜଙ୍କଫୁଡ଼ ଖାଦ୍ୟ ଖାଉଛନ୍ତି କି? ଜାଣନ୍ତୁ ଏହାଦ୍ଵାରା କି କି ଅସୁବିଧା ଉପୁଜେ

ପଢନ୍ତୁ;  ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ କିଛିଟା କଥା ବିଷୟରେ ଜାଣି ରଖନ୍ତୁ

Related posts

ମହିଳା ମାନେ କେଉଁ କାରଣରୁ ଭାଙ୍ଗନ୍ତି ପ୍ରେମସଂପର୍କ ! ଜାଣନ୍ତୁ ଏହାର କିଛି କାରଣ

ENO Beuro

ଏହି ୪ ଟି ଉପାୟରେ ଜାଣନ୍ତୁ ଆପଣଙ୍କ ସାଥି ଆପଣ ସହ ପ୍ରତାରଣା କରୁନାହାନ୍ତି ତ ?

ENO Beuro

ଭାବୀ ପତ୍ନୀ କେମିତି ହୋଇଥିବେ ଆସନ୍ତୁ ଜାଣିବା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More