• Home
  • News
  • ହରିୟାନାରେ ରେଳ ଦୁର୍ଘଟଣା, ଲାଇନଚ୍ୟୁତ ହେଇ ୨ କିମି ଗଡିଲା
News

ହରିୟାନାରେ ରେଳ ଦୁର୍ଘଟଣା, ଲାଇନଚ୍ୟୁତ ହେଇ ୨ କିମି ଗଡିଲା

ଏକ ଟ୍ରେନ୍‌ ପାଖାପାଖି ୨ କିମି ଯାଏଁ ଗଡିବା ପରେ ଲାଇନଚ୍ୟୁତ ହୋଇଛି । ହରିୟାନାର ରେଓ୍ଵାରିସ୍ଥିତ ହେରିଟେଜ୍‌ ଲୋକୋ ସେଡ୍‌ରେ ରବିବାର ଦିନ ଘଟିଛି ଏହି ଘଟଣା ।

ଅକବରର ଇଂଜିନରେ ଯାଂଚ ହେଉଥିବାବେଳେ ହଠାତ୍ ବ୍ରେକ୍‌ ଲିଭର୍‌ ଜାମ୍‌ ହୋଇ ଇଞ୍ଜିନ୍‌ ସେଡ୍‌ର ମୁଖ୍ୟ ଫାଟକରେ ଧକ୍କା ଲଗାଇ ଦୁଇ କିଲୋମିଟର ଯିବା ପରେ ଧରଣାଚ୍ୟୁତ ହୋଇଥିଲା। ସେଥିରେ ଥିବା ଦୁଇ ଡ୍ରାଇଭର୍‌ ଜୀବନ ବଂଚାଇବାକୁ ପଦାକୁ ଡେଇଁ ପଡ଼ିଥିଲେ । ଏଥିରେ କେହି ମୃତାହତ ହୋଇନାହାଁନ୍ତି ।

୬୫ ବର୍ଷର ପୁରୁଣା ଷ୍ଟିମ୍‌ ଇଞ୍ଜିନ୍‌ଟିକୁ ମହାନ୍‌ ମୋଗଲ ସମ୍ରାଟ୍‌ ଅକ୍‌ବର୍‌ଙ୍କ ନାମାନୁସାରେ ନାମିତ କରାଯାଇଛି । ଏହି ଇଞ୍ଜିନ୍‌ ‘ସୁଲ୍‌ତାନ୍‌’, ଭାଗ୍‌ ମିଲ୍‌ଖା ଭାଗ୍‌’ ଏବଂ ‘ରଙ୍ଗ୍‌ ଦେ ବାସନ୍ତୀ’ ଭଳି ୨୦ଟି ବଲିଉଡ୍‌ ସିନେମାରେ ଦୃଶ୍ୟାୟିତ ହୋଇଛି । ସେ ଇଞ୍ଜିନ୍‌ଟି ଚିତ୍ତରଞ୍ଜନ ଲୋକୋମୋଟିଭ୍‌ ଓ୍ଵାର୍କସ୍‌ରେ ନିର୍ମିତ ହୋଇ ୧୯୬୫ ମସିହାରେ କାର୍ଯ୍ୟରେ ଲଗା ଯାଇଥିଲା।

ହରିୟାନାରେ ରେଳ ଦୁର୍ଘଟଣା,  ଲାଇନଚ୍ୟୁତ ହେଇ ୨ କିମି ଗଡିଲା  ହରିୟାନାରେ ରେଳ ଦୁର୍ଘଟଣା,  ଲାଇନଚ୍ୟୁତ ହେଇ ୨ କିମି ଗଡିଲା

ପଢନ୍ତୁ, କୃଷ୍ଣା ନଦୀ ଡଂଗା ବୁଡି ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ

Related posts

ଏବେ ସେନାବାହିନୀରେ ସାମିଲ ହେବେ ଦେଶୀ କୁକୁର, ଦିଆଯାଉଛି ତାଲିମ

Krishna Kumar Manoj

କାଠମାଣ୍ଡୁରେ ପଶୁପତିନାଥ ଧର୍ମଶାଳା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Krishna Kumar Manoj

ଶ୍ରେଷ୍ଠ ଡିଜିଟାଲ୍‌ ପରିବେଶ ସଂପନ୍ନ ସହର ତାଲିକାରେ ବିଶ୍ୱର ସ୍ତରରେ ବେଙ୍ଗାଲୁରୁ ପ୍ରଥମ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More