LIFESTYLE

ଆସନ୍ତୁ ଜାଣିବା ଗାଜର କେତେ ଉପକାରୀ ଏବୋଂ ଏହା ଖାଇବା ଶରୀର ପାଇଁ କେତେ ଲାଭଦାୟକ

ଆସନ୍ତୁ ଜାଣିବା ଗାଜର କେତେ ଉପକାରୀ ଏବୋଂ ଏହା ଖାଇବା ଶରୀର ପାଇଁ କେତେ ଲାଭଦାୟକ

ବଜାରରେ ମିଳୁଥିବା ବିଭିନ୍ନ ପନିପରିବା ତୁଳନାରେ ଗାଜର ମୁଖ୍ୟତଃ ଏକ ଉପକାରୀ ପରିବା ଓ ଏହା ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେବେ ଏଭଳି ଅନେକ କାରଣ ରହିଛି ଯେଉଁଥି ପାଇଁ ଆପଣଙ୍କୁ ଅନ୍ତ୍ୟତଃ ସପ୍ତାହରେ ଦୁଇଥର ଗାଜର ଖାଇବା ଅତ୍ୟନ୍ତ ଜରୁରୀ । ଏଥିରେ ଉପଲବ୍ଧ ଥିବା ଭଟା-କାରୋଟେନ୍ କମ୍ପାଉଣ୍ଡ୍ କାରଣରୁ ଶରୀର ସୁସ୍ଥ ରହିଥାଏ । ଏଥିସହ ବିଭିନ୍ନ ରୋଗବ୍ୟାଧିରୁ ଶରୀରକୁ ରକ୍ଷା ମଧ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଗାଜର କେତେ ଉପକାରୀ ଏବୋଂ ଏହା ଖାଇବା ଶରୀର ପାଇଁ କେତେ ଲାଭଦାୟକ ହୋଇଥାଏ ।

• ସାଧାରଣତଃ ରକ୍ତକୁ ନିର୍ମଳ ରଖିବାରେ ଗାଜର ଅତ୍ୟନ୍ତ ଉପକାରୀ । ପ୍ରତିଦିନ ଗାଜର କିମ୍ବା ଏହାର ରସକୁ ପିଇବା ଦ୍ୱାରା ଏହା ପ୍ରାକୃତିକ ଉପାୟରେ ଶରୀରରେ ଥିବା ରକ୍ତକୁ ସଫା ରଖିଥାଏ ।

• ବିଶେଷ କରି ଗାଜର ଖାଇବା ଦ୍ୱାରା ହଜମ ଜନିତ ସମସ୍ୟାରୁ ରକ୍ଷା ପାଇହେବ । ତେବେ ଶରୀରରେ ପାଚନପ୍ରକ୍ରିୟା ସୁଚାରୁ ରୂପେ ଚଳାଇବା ପାଇଁ ହେଲେ ଦିନକୁ ଦୁଇ ଥର ଲେଖାଏଁ ଲାଲ ରଙ୍ଗର ଗାଜର ଖାଇବାକୁ ଚେଷ୍ଟା କରନ୍ତୁ । ଏହିଭଳି ନିୟମିତ ଭାବେ ସେବନ କରିବା ଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।

• ଗାଜରର ପ୍ରଭାବ ଆଖି ଉପରେ ମଧ୍ୟ ପଡିଥାଏ । ଗାଜରରେ ଥିବା ଭିଟାମିନ-ଏ ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯେଉଁମାନଙ୍କଠାରେ ଦୂର ଦୃଷ୍ଟି ତଥା ମୋତିଆବିନ୍ଦୁ ଭଳି ସମସ୍ୟା ରହିଛି ଏହାକୁ କଂଚା କିମ୍ବା ଏହାର ରସକୁ ନିୟମିତ ରୂପେ ସେବନ କଲେ ଏହା ଶରୀର ପାଇଁ ଫଳପ୍ରଦ ହୋଇଥାଏ ।

• ଗାଜର ଖାଇବା ଦ୍ୱାରା ଶରୀରକୁ ଆଉ ଏକ ଫାଇଦା ମିଳିଥାଏ । ଏଥିରେ ଥିବା ଔଷଧିୟ ଗୁଣ ସାଧାରଣତଃ ପୁରୁଷଙ୍କଠାରେ ଦେଖାଦେଉଥିବା ମଧୁମେହ ଭଳି ସମସ୍ୟାକୁ ସଂପୂର୍ଣ୍ଣ ରୂପେ ଦୂର କରିବାରେ ସହାୟକ ହୋଇଥାଏ । ପ୍ରତିଦିନ ନିଜ ଖାଦ୍ୟରେ ଗାଜରକୁ ସାମିଲ କରିବା ଉଚିତ । କାରଣ ଏଥିରେ ଥିବା ପୋଷଣ ଶରୀରରେ ଥିବା ଇନ୍ସୁଲିନର ମାତ୍ରାକୁ ଠିକ୍ ଭାବରେ ବଜାୟ ରଖିବାରେ ସହାୟକ ହୋଇଥାଏ ।

• ଅଧିକାଂଶ ଲୋକଙ୍କଠାରେ ସାଧାରଣତଃ ହୃଦଘାତ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ଗାଜରକୁ ସାମିଲ କରିବା ଦ୍ୱାରା ଏହା ହୃଦୟକୁ ସୁସ୍ଥ ରଖିବା ସହ ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

• ରକ୍ତଚାପ ନିୟନ୍ତ୍ରଣ କରିବାରେ ଗାଜରର ମଧ୍ୟ ଏକ ମୁଖ୍ୟ ଭୂମିକା ରହିଛି । ନିୟମିତ ରୂପେ ଗାଜର କିମ୍ବା ତାର ରସକୁ ସେବନ କରିବା ଦ୍ୱାରା ଏଥିରେ ଥିବା ଭିଟାମିନ ରକ୍ତ ସଂଚାଳନକୁ ନିୟନ୍ତ୍ରିତ କରିବା ସହ ରକ୍ତଚାପ ଭଳି ସମସ୍ୟାକୁ ଦୂର କରିଥାଏ ।

• ଗାଜର ଖାଇବା ଦ୍ୱାରା ମଧ୍ୟ ଶରୀରର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଥାଏ । ଖାଲି ସେତିକି ନୁହେଁ ଏଥିରେ ଥିବା କୋଲାଜେନ ନାମକ ପୋଷଣର ଉତ୍ପାଦନ କ୍ଷମତା ଅଧିକ ଥିବାରୁ ଏହା ତ୍ୱଚାକୁ ସତେଜ ଓ ଉଜ୍ଜଳତା ମଧ୍ୟ କରିଥାଏ ।

ଆସନ୍ତୁ ଜାଣିବା ଗାଜର କେତେ ଉପକାରୀ ଏବୋଂ ଏହା ଖାଇବା ଶରୀର ପାଇଁ କେତେ ଲାଭଦାୟକ

ଜାଣନ୍ତୁ ରୁଚି ପ୍ରତିଭା ସମ୍ମାନ ସମାରୋହ ବିଷୟରେ

Related posts

ହଳଦୀର ଭରପୁର ଅଛି ଔଷଧୀୟ ଗୁଣ , ହଳଦୀ ବ୍ୟବହାର କରିବା ଦ୍ଵାରା କେଉଁ ରୋଗ ଦୂର ହୁଏ ଜାଣନ୍ତୁ 

ENO Beuro

ଆପଣ ଜାଣିଛନ୍ତି କି ? ଶରୀରରେ ରୋଗ ପ୍ରତିରୋଧକାରୀ କ୍ଷମତାକୁ ବଢାଇବାରେ ସାହାଯ୍ୟ କରିଥାଏ କଞ୍ଚା କଦଳୀ ! ଜାଣନ୍ତୁ ଏହାର କିଛି ବିଶେଷ ଗୁଣ ବିଷୟରେ

ENO Beuro

ଆପଣ କମ ପାଣି ପିଉଛନ୍ତି କି? ତେବେ ଜାଣିରଖନ୍ତୁ କମ ପାଣି ପିଇବା ଦ୍ଵାରା ଶରୀରରେ କେଉଁ ସମସ୍ୟା ଦେଖାଯାଇଥାଏ?

ENO Beuro

2 comments

Leave a Comment