ବାଡି ବଗିଚାର ରସାଳ ଫଳ ହେଉଛି ସପୁରି । ତେବେ ସପୁରି କେବଳ ସୁସ୍ୱାଦୁ ନୁହେଁ ଔଷଧୀୟ ଗୁଣ ପାଇଁ ଏହାକୁ ସବୁଠାରୁ ଉପକାରୀ ଫଳର ମର୍ଯ୍ୟାଦା ମିଳିଛି । ସପୁରିରେ ଭିଟାମିନ୍ ବି-୧, ବି-୨, ବି-୩, ବି-୫, ବି-୬, ବି-୯, ଭିଟାମିନ୍ – ସି ପ୍ରଚୁର ପରିମାଣର ଅଛି । ଯାଣନ୍ତୁ ସୁସ୍ଵାଦୁ ଫଳ ସପୁରି, ସ୍ୱାସ୍ଥ୍ୟ ପାଇଁ କେତେ ଦରକାରୀ ଓ ଏହାର କିଛି ଉପକାରୀ ଗୁଣ ବିଷୟରେ ।
୧. ଦାନ୍ତମୂଳରୁ ରକ୍ତ ପଡୁଥିଲେ ଦିନରେ ବା ରାତିରେ ଖାଇବାର ଏକ ଘଂଟା ପୂର୍ବରୁ ସପୁରି ରସରେ କିଛି ଲୁଣ ପକାଇ ଖାଇଲେ ଏହା ଭଲ ହୋଇଥାଏ ।
୨. ୧୦୦ ଗ୍ରାମ୍ ସପୁରିରୁ ୫୦ କ୍ୟାଲୋରୀ ଶକ୍ତି ମିଳିଥାଏ । ଏହା ଖାଇବା ଦ୍ୱାରା କୋଲେଷ୍ଟେରଲ ବଢିବାର ଆଶଙ୍କା ନଥାଏ ।
୩. ବୃଦ୍ଧାବସ୍ଥାରେ ଶରୀରକୁ ନିରୋଗ ଓ ଚଳଚଂଚଳ ରଖିବା ପାଇଁ ସପୁରି ଖୁବ୍ ଉପଯୋଗୀ । ସେଥିପାଇଁ ବାର୍ଦ୍ଧକ୍ୟଜନିତ ଶାରୀରିକ ଅସୁସ୍ଥତାରୁ ଦୂରରେ ରହିବା ପାଇଁ ସପୁରି ରସ ପାନୀୟ ଭାବେ ଗ୍ରହଣ କରିବା ଉଚିତ୍ ।
୪. ସପୁରିରେ ଅଧିକ ପରିମାଣର ମ୍ୟାଗ୍ନେସିୟମ୍ ରହିଥିବାରୁ ଏହା ହାଡକୁ ମଜଭୂତ କରିଥାଏ । ଦିନକୁ ଏକ କପ୍ ସପୁରି ରସ ପିଇଲେ ଶରୀର ଆବଶ୍ୟକ କରୁଥିବା ମ୍ୟାଗ୍ନେସିୟମା ୭୫% ମିଳିଥାଏ ।
୫. ହଜମ ଶକ୍ତି ବୃଦ୍ଧିରେ ସପୁରି ସହାୟକ ହୋଇଥାଏ ।
୬. ମଧୁମେୟ ପାଇଁ ସପୁରି ରସ ବେଶ ଉପଯୋଗୀ । ୧୦୦ଗ୍ରାମ୍ ସପୁରି ରସ ସହ ଅଁଳା ମଂଜି, ଜାମୁ ମଂଜି ଓ ଗୋଖରାକୁ ୧୦ଗ୍ରାମ୍ ଲେଖାଏଁ ଭଲ ଭାବରେ ଗୁଣ୍ଡ କରି ମିଶାଇ ଦିନକୁ ଦୁଇ ଥର ପିଇଲେ ମଧୁମେୟ ରୋଗ ଭଲ ହୋଇଥାଏ ।
୭. ପିଲାଙ୍କ ପେଟରେ କୃମି ହେଲେ ସପୁରିକନ୍ଦା ରସ ପିଇବାକୁ ଦେଲେ କୃମି ରୋଗ ଭଲ ହୋଇଥାଏ । ନିୟମିତ ଏହାର ରସ ପାନୀୟ ଭାବେ ବ୍ୟବହାର କରୁଥିଲେ କେଶ ଓ ଚର୍ମ ସୁସ୍ଥ ଓ ଉଜ୍ଜଳ ରହିଥାଏ ।