Spread the loveକେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମର ଆତ୍ମଘୋଷିତ ଭଣ୍ଡ ବାବା ସାରଥି ଓରଫ ସନ୍ତୋଷ ରାଉଳଙ୍କ ଜାମିନ ଆବେଦନ ଶୁକ୍ରବାର ହାଇକୋର୍ଟରେ ଖାରଜ ହୋଇଯାଇଛି । ବହୁଦଫା ଲାଗିଥିବା ସାରଥିଙ୍କୁ ପୂର୍ବରୁ ଦୁଇଟି... ଆତ୍ମଘୋଷିତ ଭଗବାନ, ଭଣ୍ଡ ବାବା ସାରଥି ଙ୍କ ଜାମିନ ଆବେଦନ ପୁନଃ ଖାରଜ
Spread the love

କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମର ଆତ୍ମଘୋଷିତ ଭଣ୍ଡ ବାବା ସାରଥି ଓରଫ ସନ୍ତୋଷ ରାଉଳଙ୍କ ଜାମିନ ଆବେଦନ ଶୁକ୍ରବାର ହାଇକୋର୍ଟରେ ଖାରଜ ହୋଇଯାଇଛି । ବହୁଦଫା ଲାଗିଥିବା ସାରଥିଙ୍କୁ ପୂର୍ବରୁ ଦୁଇଟି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା । କିନ୍ତୁ ଏଥର କେନ୍ଦ୍ରପଡା ନିବାସୀ ମମତା ସ୍ଵାଇଁ ଏବୋଂ ତାଙ୍କ ମା’ଙ୍କୁ ଧୋକା ଦେବା ମାମଲାରେ ସାରଥିଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣାପଡ଼ିଛି ।

ମମତା ସ୍ଵାଇଁ ଏବୋଂ ତାଙ୍କ ମା’ ସାରଥିଙ୍କ ଆଶ୍ରମରେ ରହିଥିଲେ । ବାବା ଏମାନଙ୍କୁ ଅଧିକ ଟଙ୍କା ଓ ଜାଗା ବାଡି ମାଗିବା ସହ ମମତାଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ । ତେଣୁ ଏ ଦ୍ୱୟ କୋର୍ଟ ର ଦ୍ଵାରସ୍ଥ ହେଇ ବାବାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ ।

ସୂଚନାଯୋଗ୍ୟ, ହାଇଦ୍ରାବାଦର ଏକ ବିଳାସମୟ ହୋଟେଲରେ ଜଣେ ମହିଳାଙ୍କ ସହିତ ରହିବା ନେଇ ୨୦୧୫ ଅଗଷ୍ଟ ୪ରେ ଏକ ଆଞ୍ଚଳିକ ଟିଭି ଚ୍ୟାନେଲରେ ଖବର ପ୍ରସାରଣ ହେବା ପରେ ସାରା ରାଜ୍ୟରେ ଚାଞ୍ଚଳ୍ୟ ଖେଳି ଯାଇଥିଲା। ପରେ ପରେ ସାରଥି ବାବାଙ୍କ ଜୀବନ ଶୈଳୀ ବାବଦରେ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଆତ୍ମଘୋଷିତ ଭଗବାନ ସାରଥିଙ୍କୁ ପୁଲିସ ୨୦୧୫ ଅଗଷ୍ଟ ୮ରେ ଗିରଫ କରିଥିଲା । ବାରିମୂଳ ଆଶ୍ରମ ସେହି ଦିନଠାରୁ ସିଲ ହୋଇଥିବା ବେଳେ, ଏହି ଘଟଣାରେ ତତ୍କାଳୀନ ଏସ୍‌ପି ସତୀଶ ଗଜଭିୟେ ଚାକିରିରୁ ନିଲମ୍ବିତ ହୋଇଥିଲେ।

ଆତ୍ମଘୋଷିତ ଭଗବାନ ଭଣ୍ଡ ବାବା ସାରଥିଙ୍କ ଜାମିନ ଆବେଦନ ପୁନଃ ଖାରଜ

ପଢନ୍ତୁ, ପ୍ରମାଣ ଅଭାବରୁ ତଲୱାର ଦମ୍ପତି ନିର୍ଦୋଷ, ତେବେ ଆରୁଷି ହତ୍ୟାକାଣ୍ଡରେ ଦୋଷୀ କିଏ ?

No comments so far.

Be first to leave comment below.

Your email address will not be published. Required fields are marked *