Spread the loveହିମାଚଳ ପ୍ରଦେଶରେ ଆଗାମୀ ୯ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଶେଷ ପ୍ରଚାର । ତେଣୁ ହିମାଚଳପ୍ରଦେଶ ବିଧାନସଭା ପାଇଁ ଆଜି ସଂଧ୍ୟା ସୁଦ୍ଧା ପ୍ରଚାର... ହିମାଚଳ ପ୍ରଦେଶରେ ଆଗାମୀ ୯ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଶେଷ ପ୍ରଚାର
Spread the love

ହିମାଚଳ ପ୍ରଦେଶରେ ଆଗାମୀ ୯ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଶେଷ ପ୍ରଚାର । ତେଣୁ ହିମାଚଳପ୍ରଦେଶ ବିଧାନସଭା ପାଇଁ ଆଜି ସଂଧ୍ୟା ସୁଦ୍ଧା ପ୍ରଚାର ଶେଷ ହେବ । ସନ୍ଧ୍ୟା ୫ଟା ପରେ କୌଣସି ପ୍ରାର୍ଥୀ ସଭା କିମ୍ବା ଅନ୍ୟ କୌଣସି ମାଧ୍ୟମରେ ପ୍ରଚାର କରିପାରିବେ ନାହିଁ । ପ୍ରଚାର ଅବଧି ଶେଷ ପରେ ବାହାରୁ ଆସିଥିବା ସମସ୍ତ ପ୍ରତିନିଧି, ଯେଉଁମାନଙ୍କୁ ପ୍ରଶାସନ ସୁରକ୍ଷା ଦେଉଥିଲା ସେମାନେ ବିଧାନସଭା କ୍ଷେତ୍ରରେ ରହିପାରିବେନି ।

ବାହାରୁ ଆସିଥିବା ରାଜନୈତିକ ପ୍ରତିନିଧି, ଦଳୀୟ ସମର୍ଥକ ଓ ପ୍ରଚାର ପ୍ରତିନିଧିମାନେ ବିଧାନସଭା କ୍ଷେତ୍ରରେ ରହିପାରିବେ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପୁଷ୍ପେନ୍ଦ୍ର ରାଜପୁତ କହିଛନ୍ତି ।

ଏହା ନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲା ନିର୍ବାଚନର ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚ୍ଚନ ଆୟୋଗ । ଫଳରେ ଆଜି ଶେଷ ଦିନରେ ପ୍ରଚାର ସରଗରମ ହେବା ଆଶା କରାଯାଉଛି । ଆସନ୍ତା ୯ ତାରିଖରେ ହିମାଚଳପ୍ରଦେଶରେ ବିଧାନସଭା ନିର୍ବାଚ ନ ଅନୁଷ୍ଠିତ ହେବ । ଫଳାଫଳ ଡିସେମ୍ବର ୧୮ରେ ଘୋଷଣା ହେବ ।

ହିମାଚଳ ପ୍ରଦେଶରେ ଆଗାମୀ ୯ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଶେଷ ପ୍ରଚାର

ପଢନ୍ତୁ, ପ୍ରତିବର୍ଷ ନଭେମ୍ବର ୮ରେ ବିଜେପି କଳାଧନ ବିରୋଧୀ ଦିବସ ପାଳନ କରିବ – ଧର୍ମେନ୍ଦ୍ର ପ୍ରଧାନ

No comments so far.

Be first to leave comment below.

Your email address will not be published. Required fields are marked *