POLITICALS

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଟକ୍କର, ବିଜେପିର ପ୍ରେମ ଧୂମଲ ନା କଂଗ୍ରେସର ବୀରଭଦ୍ର ସିଂ ଅକ୍ରିରୁ

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଟକ୍କର, ବିଜେପିର ପ୍ରେମ ଧୂମଲ ନା କଂଗ୍ରେସର ବୀରଭଦ୍ର ସିଂ ଅକ୍ରିରୁ

ଆଜି ହିମାଚଳ ପ୍ରଦେଶର ବିଧାନସଭା ପାଇଁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସମୁଦାୟ ୬୮ଟି ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହେଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ  । ମୋଟ ୬୮ଟି ଆସନରେ ୧୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଡିସେମ୍ବର ୧୮ରେ ଭୋଟଗଣତି ହେବ ।

ମୋଟ ୩୩୭ ଜଣ ପ୍ରାର୍ଥୀଙ୍କ ଭାଗ ନିର୍ଧାରଣ କରିବେ ୫୦ ଲକ୍ଷ ୨୫ ହଜାର ୯୪୧ରୁ ଅଧିକ ଭୋଟର । ସେଥିରେ ୨୫ଲକ୍ଷ ୩୧ ହଜାର ପୁରୁଷ ଓ ୨୪ ଲକ୍ଷ ୫୭ ହଜାର ମହିଳା ଭୋଟ ଦେବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି ।

ରାଜ୍ୟରେ ମୋଟରେ ୭୫୨୧ଟି ବୁଥରେ ଭୋଟଗ୍ରହଣ ହେଉଛି । ପ୍ରଥମ ଥର ପାଇଁ ସମସ୍ତ ବୁଥରେ ଭିଭିପାଟ ମେସିନ ଜରିଆରେ ଭୋଟ ଗ୍ରହଣ ହେବ । ୩୯୯ଟି ମତଦାନ କେନ୍ଦ୍ର ସମ୍ବେଦନଶୀଳ ।

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମ କୁମାର ଧୂମଲ ସୁଜାନପୁରରୁ ନିର୍ବାଚନ ଲଢ଼ୁଥିବାବେଳେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂ ଅକ୍ରିରୁ ନିର୍ବାଚନ ଲଢ଼ୁଛନ୍ତି । ୨୦୧୨ ନିର୍ବାଚନରେ କଂଗ୍ରେସ ୩୬ଟି ଆସନରେ ଜିତି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ସରକାର ଗଢ଼ିଥିଲା । ବିଜେପି ୨୭ ଆସନରେ ବିଜୟୀ ହୋଇ ବିରୋଧୀ ଦଳ ଭୂମିକା ନିର୍ବାହ କରିଥିଲା ।

ହିମାଚଳ ପ୍ରଦେଶରେ ପ୍ରତି ପାଂଚ ବର୍ଷରେ ଥରେ ସରକାର ବଦଳିବାର ପରମ୍ପରା ରହିଛି । ସବୁଥର ଭଳି ଏଥର ମଧ୍ୟ କଂଗ୍ରେସ-ବିଜେପି ମଧ୍ୟରେ ସିଧା ଟକ୍କର ହେଉଛି । ହିମାଚଳ ପ୍ରଦେଶ ୨ଥର ମୁଖ୍ୟମନ୍ତ୍ରୀ ହୋଇଥିବା ୭୩ ବର୍ଷିଅ ଧୂମଲ ଉଦ୍ୟମ କରୁଛନ୍ତି ଯେ, କଂଗ୍ରେସ ତରଫରୁ ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଆଶା ରଖିଥିବା ବୀରଭଦ୍ରଙ୍କୁ ଅଟକାଇବେ ।

ବିଜେପିର ମୁଖ୍ୟ ରଣନୀତିକାର ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବ୍ୟତୀତ କିଛି କେନ୍ଦ୍ର ମନ୍ତ୍ରୀ ମଧ୍ୟ ନିର୍ବାଚନ ପ୍ରଚାର କରିଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରେମ କୁମାର ଧୂମଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ତଦାରଖ କରିଛନ୍ତି । ବିଜେପିର ପାଇଁ ମୋଦି ପ୍ରଚାର  କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ କଂଗ୍ରେସ ପାଇଁ ଖୁବ ପ୍ରଚାର କରିଛନ୍ତି ।

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଟକ୍କର, ବିଜେପିର ପ୍ରେମ ଧୂମଲ ନା କଂଗ୍ରେସର ବୀରଭଦ୍ର ସିଂ ଅକ୍ରିରୁ

ପଢନ୍ତୁ, ମାଛ ଖାଉଛନ୍ତି କି ? ଧ୍ୟାନ ରଖନ୍ତୁ ଏହି ସବୁ କଥା , ନହେଲେ ହେଇପାରେ ସ୍ୱାସ୍ଥ୍ୟ ଖରାପ

Related posts

ବୈଜୟନ୍ତଙ୍କୁ ମିଳିଲା ବିଜେପି ଜାତୀୟ ଉପସଭାପତି ଓ ମୁଖ୍ୟପାତ୍ର ଦାୟିତ୍ଵ

ENO Beuro

ସମ୍ବିତଙ୍କୁ ମହଙ୍ଗା ପଡିଲା ଜଗନ୍ନାଥ ମୂର୍ତ୍ତି ଧରି ରୋଡ୍ ଶୋ ; କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲାପାଳ

Ratnamani Moharana

ବିଜେପିର ମିଶନ ୧୨୦: ୧୫ରେ ସମ୍ବଲପୁର ଆସିବେ ଅମିତ ସାହ 

ENO Beuro

3 comments

Leave a Comment