Spread the loveଓଠ ଫାଟିବା ଏକ ସମସ୍ୟା । ବେଳେ ବେଳେ ଓଠ ଫାଟି ରକ୍ତ ମଧ୍ୟ ବାହାରେ । ଏହାର ଅନେକ କାରଣ ଅଛି । ତ୍ଵଚାର ଶୁଷ୍କତା, ଶରୀରରେ ପାଣିର... ଓଠ ଫଟା ସମସ୍ୟା ରୁ କେମିତି ରକ୍ଷା ପାଇବେ ସେ ବିଷୟରେ କିଛିଟା ଘରୋଇ ଉପାୟ ବିଷୟରେ ଯାଣନ୍ତୁ
Spread the love

ଓଠ ଫାଟିବା ଏକ ସମସ୍ୟା । ବେଳେ ବେଳେ ଓଠ ଫାଟି ରକ୍ତ ମଧ୍ୟ ବାହାରେ । ଏହାର ଅନେକ କାରଣ ଅଛି । ତ୍ଵଚାର ଶୁଷ୍କତା, ଶରୀରରେ ପାଣିର କମ, କିମ୍ବା ଶରୀରରେ ଭିଟାମିନର ଅଭାବରେ ଏହି ରୋଗ ଦେଖାଯାଏ । ଏହା ଶରୀରକୁ କ୍ଷତି ପହଞ୍ଚାଇବା ସହ ସୌନ୍ଦର୍ଜ୍ୟରେ ମଧ୍ୟ ପ୍ରତିବନ୍ଧକ ସାଜେ । ଓଠ ଫଟା ସମସ୍ୟା ରୁ କେମିତି ରକ୍ଷା ପାଇବେ ସେ ବିଷୟରେ କିଛିଟା ଘରୋଇ ଉପାୟ ବିଷୟରେ ଯାଣନ୍ତୁ ।

  • ଚିନି ମହୁ ଏକ ଚାମଚ ଚିନି ଓ ଏକ ଚାମଚ ମହୁ ମିଶାଇ ଓଠରେ ରଖି ହାଲ୍କା ହାଲ୍କା ମସାଜ କରନ୍ତୁ  । ଏପରି କରିବା ଦ୍ୱାରା ଓଠ ନରମ ହେବା ସହ ଏହାର ମୃତକୋଷ ମଧ୍ୟ ବାହାରି ଯିବ ।
  • ଗୁଆ ଘିଅ- ଗୁଆ ଘିଅକୁ ଉଷୁମ କରି ପ୍ରତିଦିନ ଶୋଇଲା ବେଳକୁ ଓଠରେ ଲଗାନ୍ତୁ । ଏହାଦ୍ବାରା ଓଠ ନରମ ହେବା ସହ ଫାଟିବାରୁ ରକ୍ଷା ମିଳେ ।
  • ନଡିଆ ତେଲ ନଡିଆ ତେଲକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଓଠରେ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ଓଠଫଟାରୁ ଧୀରେ ଧୀରେ ମୁକ୍ତି ମିଳିବ । ଏହାକୁ ଉଷୁମ କରି ଲଗାଇଲେ ମଧ୍ୟ ଉପକାର ମିଳେ ।
  • ଘିଅକୁଆଁରୀ ମହୁ ଓ ଘିଅକୁଆଁରୀ ରସକୁ ବରାବର ଅନୁପାତରେ ମିଶାଇ ସବୁଦିନ କିଛି କିଛି ଏହି ମିଶ୍ରଣକୁ ଓଠରେ ଲଗାନ୍ତୁ ଓ ଫଟାଓଠରୁ ମୁକ୍ତି ପାଆନ୍ତୁ ।
  • ଗୋଲାପ ପାଖୁଡା ଏକ ଗୋଲାପ ଫୁଲ ସହ ଏକ ଚାମଚ କ୍ଷୀର ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ଓଠରେ ଲଗାଇ ୧୦ ମିନିଟ ପରେ ଧୋଇ ଦିଅନ୍ତୁ । ନିୟମିତ ଏପରି କରିବା ଦ୍ୱାରା ସୁଫଳ ମଳିବ ।

ଓଠ ଫଟା ସମସ୍ୟା ରୁ କେମିତି ରକ୍ଷା ପାଇବେ ସେ ବିଷୟରେ କିଛିଟା ଘରୋଇ ଉପାୟ ବିଷୟରେ ଯାଣନ୍ତୁ

ଜାଣନ୍ତୁ, ଓଲିଉଡ୍‌ର ଖୁବ ଲୋକପ୍ରିୟ କଳାକାର ସବ୍ୟସାଚୀ ମିଶ୍ର କେମିତି ପାଳିଲେ ତାଙ୍କ ଜନ୍ମଦିନ । 

Your email address will not be published. Required fields are marked *