LIFESTYLE

ଆପଣଙ୍କ ଦାନ୍ତ ହଳଦିଆ ପଡିଯାଉଛି କି ? ଦାନ୍ତରେ ନୂଆ ଚମକ ଆଣିବାକୁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ଦାନ୍ତ ଆମ ଶରୀରର ଏକ ମହତ୍ଵପୂର୍ଣ ଅଙ୍ଗ ଅଟେ,ଯାହାର ଅଭାବରେ ଆମ ମୁଖମଣ୍ଡଳ ଖରାପ ଦେଖାଯାଇଥାଏ। କମ ବିୟସରେ ଆପଣ ନିଜ ଦାନ୍ତକୁ ନଷ୍ଟ କରିବାକୁ ଚାହୁଁନାହାନ୍ତି ଯଦି ସବୁଦିନ ଦନ୍ତର ଯତ୍ନ କରିବା ନିହାତି ଦରକାର ଅଟେ। ପ୍ରତିଦିନ ଦାନ୍ତକୁ ଭଲଭାବେ ସଫା ନକଲେ ,ଦାନ୍ତ ହଳଦିଆ ରଙ୍ଗ ପଡିଯାଇଥାଏ। ଯଦି ଆପଣ ହଳଦିଆଦାନ୍ତକୁ ସଫା ନକରିବେ ତେବେ ଏହା ଆପଣଙ୍କର ଦାନ୍ତ ଭିତରେ ମଧ୍ୟ କ୍ଷତି କରିପାରେ । ଆଉ ତା ପରେ ଆପଣ ଦନ୍ତ ବିଶେଷଜ୍ଞ ଠାରୁ ପରାମର୍ଶ ଲୋଡିବେ । ନିୟମିତ ଭାବେ କଫି, ଚା, ସିଗାରେଟ ଓ ଆଂଟିବାୟୋଟିକ ଖାଇବା ଦ୍ୱାରା ଦାନ୍ତ ହଳଦିଆ ପଡିଥାଏ । ଦାନ୍ତ ହଳଦିଆ ପଡିବା ମଧ୍ୟ ବଂଶଗତ ହୋଇପାରେ।

ତେବେ ଜାଣିରଖନ୍ତୁ ଘରୋଇ ଉପଚାରରେ କିପରି ଦାନ୍ତକୁ ସଫା ରଖିପାରିବେ-

  • ହଳଦିଆ ଦାଗ ଛଡାଇବା ପାଇଁ ନିୟମିତ କମଳା ଚୋପା ବ୍ୟବହାର କରିପାରିବେ । ରାତିରେ ଶୋଇବାକୁ ଯିବା ପୂର୍ବରୁ ନିୟମିତ ଦାନ୍ତରେ କମଳା ଚୋପା ଘଷନ୍ତୁ । କମଳା ଚୋପାରେ ଥିବା ଭିଟାମିନ ସି ଓ କ୍ୟାଲସିୟମ ଦାନ୍ତରୁ ଜୀବାଣୁ ହଟାଇବାରେ ସାହାଯ୍ୟ କରିବ । ଦାନ୍ତ ସଫା କରିବା ପାଇଁ କିଛି ସପ୍ତାହ ଏଭଳି ଉପାୟ ଅବଲମ୍ବନ କରନ୍ତୁ।
  • ଦାନ୍ତରେ ରହୁଥିବା ଜୀବାଣୁ ଓ ହଳଦିଆ ଦାଗ ଛଡାଇବା ପାଇଁ ସବୁଠାରୁ ଭଲ ଉପାଦାନ ହେଉଛି ଖାଇବାସୋଡା । ଅଧଚାମଚ ଖାଇବାସୋଡା ସହ ଟୁଥପେଷ୍ଟ ନେଇ ବ୍ରସ କରନ୍ତୁ । ସପ୍ତାହରେ ଦୁଇଥର ଏଭଳି ବ୍ରସ କରନ୍ତୁ । ଦାନ୍ତ ଘଷିବାର ୧୦ମିନିଟ ପରେ ଦାନ୍ତ ସଫା କରିଦିଅନ୍ତୁ । ଦେଖିବେ ପାଟିରୁ ଦୁର୍ଗନ୍ଧ ଦୂର ହେବା ସହ ଦାନ୍ତ ଚିକଚିକ କରିବ।
  • ଦାନ୍ତ ସଫାକରିବାରେ ଲେମ୍ବୁର ଉପକାରିତା ବହୁତ। ଲେମ୍ବୁ ପାଣି ଦାନ୍ତରେ ବ୍ୟବହାର କଲେ ଦାନ୍ତ ସଫା ହୋଇଯିବ । ଲେମ୍ବୁ ଚୋପା ଦାନ୍ତରେ ଘଷିବା ଦ୍ୱାରା ଦାନ୍ତ ସଫା ଦେଖାଯିବ।
  • ବହୁ ଆଗରୁ ଦାନ୍ତକୁ ସୁସ୍ଥ ରଖିବା ପାଇଁ ଲୁଣକୁ ବ୍ୟବହାର କରଯାଇଥାଏ । ମିନେରାଲ ଅଭାବରୁ ଦାନ୍ତ ହଳଦିଆ ଦେଖାଯାଇଥାଏ । ତେବେ ଲୁଣ ହିଁ ଏହି ଅଭାବ ପୂରଣ କରିଥାଏ । ଟୁଥ ପେଷ୍ଟ ବଦଳରେ ଖାଇବାସୋଡା ଓ ଅଙ୍ଗାରକୁ ମିଶାଇ ପେଷ୍ଟ ତିଆରି କରିପାରିବେ।

ପଢନ୍ତୁ;

ସପ୍ତାହରେ ୨ଥର ନିମ୍ବ ପାଣିରେ ଗାଧେଇଲେ ଦୂର ହୋଇଥାଏ ଅନେକ ସମସ୍ୟା ! ଜାଣନ୍ତୁ ଏହି ପାଣିର ଫାଇଦା ସମ୍ପର୍କରେ

Related posts

ଖରାଦିନରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ENO Beuro

ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାରୁ ମୁକ୍ତି ଦେଇଥାଏ ଆମ୍ବ ଟାକୁଆ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ଝିଅ ରାଗି ସ୍ୱଭାବର !

ENO Beuro

1 comment

Leave a Comment