Spread the loveବଳାତ୍କାର ମାମଲାରେ ଜେଲରେ ଥିବା ବାବା ଗୁରପ୍ରିତ ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତ ଇନସାନ ଶେଷରେ ନିଜ ଦୋଷ ସ୍ୱୀକାର କଲେ । ହନିପ୍ରୀତ କିଛିଦିନ ଧରି ତଦନ୍ତରେ ଅସହଯୋଗ... ପଞ୍ଚକୁଲା ସିରସାରେ ହିଂସା ପାଇଁ ମୁଁ ଷଡଯନ୍ତ୍ର ରଚନା କରିଥିଲି – ହନିପ୍ରୀତ ଇନସାନ
Spread the love

ବଳାତ୍କାର ମାମଲାରେ ଜେଲରେ ଥିବା ବାବା ଗୁରପ୍ରିତ ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତ ଇନସାନ ଶେଷରେ ନିଜ ଦୋଷ ସ୍ୱୀକାର କଲେ । ହନିପ୍ରୀତ କିଛିଦିନ ଧରି ତଦନ୍ତରେ ଅସହଯୋଗ କରିବା ପରେ ଏବେ ସତ୍ୟ ଓଗାଳିଛନ୍ତି । ଅଗଷ୍ଟ ୨୫ ତାରିଖରେ ପଂଚକୁଲାରେ ଘଟିଥିବା ହିଂସାରେ ତାଙ୍କର ହାତ ଥିବା ନେଇ ସ୍ୱୀକାର କରିଛନ୍ତି ହନିପ୍ରୀତ ।

ଏସଆଇଟି ମୁତାବକ ହନିପ୍ରୀତ ସ୍ଵୀକାର କରିଛନ୍ତି ଯେ, ସେ ହିଁ ପଞ୍ଚକୁଲା ସିରସାରେ ହିଂସା ପାଇଁ ଷଡଯନ୍ତ୍ର ରଚନା କରିଥିଲେ । ପୋଲିସ ଲଗାତାର ତାଙ୍କ ପଚରାଉଚରା କରୁଥିବା ବେଳେ ପ୍ରଥମରୁ ସେ ମୁହଁ ଖୋଲୁନଥିଲେ । କିନ୍ତୁ ଶେଷରେ ହିଂସା କାଣ୍ଡ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ତାଙ୍କ ଇସାରାରେ ହିଁ ହିଂସାର ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇଥିଲା ବୋଲି ହନିପ୍ରୀତ କହିଥିବା ସୂଚନା ମିଳିଛି ।

ହରିଆଣା ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ନିକଟରେ ହନିପ୍ରୀତ ହିଂସା ସୃଷ୍ଟି କରିବା ପାଇଁ କରିଥିବା ସମସ୍ତ ଯୋଜନାର ଖୁଲାସା କରିଛନ୍ତି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ଏ ସମ୍ପର୍କିତ ପୁରା ଯୋଜନା ହାନିପ୍ରୀତ ଙ୍କ ଲ୍ୟାପଟପରେ ପ୍ରସ୍ତୁତ କରାଯାଇଥିଲା । ସେଥିରେ ହିଂସା ସମ୍ବଧୀୟ ଗାଇଡ ମ୍ୟାପ ଓ ବାବାଙ୍କ ଘନିଷ୍ଠମାନଙ୍କର ମୁତାୟାନ ନେଇ ତଥ୍ୟ ରହିଛି । ତାଙ୍କ ମୋବାଇଲରେ ମଧ୍ୟ ଏହିସବୁ ତଥ୍ୟ ରହିଛି । ତେଣୁ ତାଙ୍କର ମୋବାଇଲ ଓ ଲ୍ୟାପଟପ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି ।

ସୂଚନା ଅନୁସାରେ, ରାମ ରହିମଙ୍କୁ ଅଗଷ୍ଟ ୨୫ ତାରିଖରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାପରେ ପଂଚକୁଲା ସମେତ ଅନ୍ୟ କେତେକ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାରେ ୩୮ ଜଣଙ୍କର ପ୍ରାଣହାନୀ ଘଟିଥିଲା । ଏହା ସହ ଶତାଧିକ ଲୋକ ଆହତ ହୋଇଥିଲେ । ଏହି ହିଂସା ଘଟଣାରେ ମୋଟ ୯୨୬ ଜଣଙ୍କୁ ଗିରଫ କରାଯାଇଛି ।

ପଞ୍ଚକୁଲା ସିରସାରେ ହିଂସା ପାଇଁ ମୁଁ ଷଡଯନ୍ତ୍ର ରଚନା କରିଥିଲି – ହନିପ୍ରୀତ ଇନସାନ

ପଢନ୍ତୁ, ଆରମ୍ଭ ହେଇଛି ଚାଷୀଙ୍କ ଆନ୍ଦୋଳନ, ଦାବି ପୂରଣ ନିମିତ୍ତ ନବନିର୍ମାଣ କୃଷକ ସଂଗଠନ ର ରାଷ୍ଟ୍ରୀୟ ସମ୍ମିଳନୀ

Your email address will not be published. Required fields are marked *