LIFESTYLE

ଆପଣମାନେ ଜାଣନ୍ତି କି ବାଳାସନ ଦ୍ଵାରା କି ଫାଇଦା ମିଳେ?

ଆପଣମାନେ ଜାଣନ୍ତି କି ବାଳାସନ ଦ୍ଵାରା କି ଫାଇଦା ମିଳେ

ବେଳେ ବେଳେ ଅତ୍ୟଧିକ ଚିନ୍ତା, ଚାପ ଓ ଅବସାଦ ଫଳରେ ଅନିଦ୍ରା ପରି ସମସ୍ୟା ଉପୁଜିଥାଏ । ଏଥିପାଇଁ ଆମ କର୍ମବ୍ୟସ୍ତ ଜୀବନର ଅତି ସହଜ ଉପାୟ ହେଉଛି ଡାକ୍ତରୀ ଔଷଧ ସେବନ । କିନ୍ତୁ ଔଷଧ ଖାଇବା ପରିବର୍ତ୍ତେ ପ୍ରତିଦିନ ୫ ରୁ ୧୦ ମିନିଟ୍‌ ଯଦି ବାଳାସନ ର ଅଭ୍ୟାସ କରନ୍ତି ତେବେ ଅନିଦ୍ରା, ଅବସାଦ ଏବୋଂ ଏହିଭଳି ଅନେକ ଜଟିଳ ସମସ୍ୟାରୁ ଅତି ସହଜରେ ମୁକ୍ତି ପାଇପାରିବେ ।

 ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ଓ କିପରି କରିବା ଏହି ଯୋଗାସନ

କିପରି କରିବେ ବାଳାସନ:

ଚଟାଣରେ ଆଣ୍ଠେଇବା ପରି ବସି ରୁହନ୍ତୁ। ଦୁଇ ହାତକୁ ପାଦର ଦୁଇ ପାଖରେ ଖୋଲା କରି ରଖନ୍ତୁ। ଧୀରେ ଧୀରେ ମୁଣ୍ଡକୁ ଆଗକୁ ଝୁକାଇ ତଳେ ମୁଣ୍ଡକୁ ଲଗାନ୍ତୁ। ଏହି ସ୍ଥିତିରେ ଅତିକମ୍‌ରେ ୫ ମିନିଟ୍‌ ପର୍ଯ୍ୟନ୍ତ ରୁହନ୍ତୁ। ଧୀରେ ଧୀରେ ଆପଣ ସମୟ ସୀମା ବଢାଇ ୧୦ ରୁ ୧୫ ମିନିଟ କରିପାରିବେ । ଏହି ଆସନରେ ଥିବା ସମୟରେ ଆଖି ବନ୍ଦ ରଖିବେ ଏବଂ ସ୍ୱାଭାବିକ ଶ୍ୱାସକ୍ରିୟା ଜାରି ରଖିବେ।

କେଉଁ ସମୟରେ କରିବେ ବାଳାସନ:

ଏହି ଆସନକୁ ଆପଣ ଶୋଇବାକୁ ଯିବା ପୂର୍ବରୁ କରିପାରିବେ । ଯଦି ବିଳମ୍ବିତ ରାତିରେ ନିଦ ଭାଙ୍ଗିଯାଏ ଏବଂ ନିଦ ନ ହୁଏ, ତେବେ ବିଛଣାରେ ପୁନର୍ବାର ଏହି ଆସନ ମଧ୍ୟ କରିପାରିବେ ।

ଆପଣମାନେ ଜାଣନ୍ତି କି ବାଳାସନ ଦ୍ଵାରା କି ଫାଇଦା ମିଳେ

ପଢନ୍ତୁ, ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ଆରମ୍ଭ ହେଇଛି

Related posts

ଝିଅମାନେ କ’ଣ ପାଇଁ ଗୋଡରେ କଳା ସୂତା ପିନ୍ଧନ୍ତି ଜାଣନ୍ତୁ

ENO Beuro

ଆସନ୍ତୁ ଜାଣିବା କେଉଁ ଅଭ୍ୟାସଗୁଡିକ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ!

ENO Beuro

ସ୍ତନକର୍କଟ, ମଳାଶୟକର୍କଟ ଏବଂ ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

1 comment

Leave a Comment