LIFESTYLE

ଟମାଟୋକୁ ତ୍ୱଚାରେ ଲଗାଇବା ଦ୍ୱାରା କ’ଣ ଲାଭ ମିଳେ ଜାଣନ୍ତୁ ?

ସୌନ୍ଦର୍ଯ୍ୟ ପାଇଁ ଆମେ ଅନେକ ପ୍ରକାର ପନିପରିବା ଓ ଫଳର ବ୍ୟବହାର କରିଥାଉ। ଟମାଟୋ ବହୁତ ଉପଯୋଗୀ । ଟମାଟୋକୁ ତ୍ୱଚାରେ ଲଗାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଏହାଦ୍ୱାରା ତ୍ୱଚାରେ ଚମକ ଆସିବା ସହ ଏହାର ରୁକ୍ଷତା ଦୂର ହୋଇଥାଏ । ପ୍ରାକୃତିକ ହୋଇଥିବାରୁ ଏହାର କୌଣସି କୁପ୍ରଭାବ ମଧ୍ୟ ତ୍ୱଚା ଉପରେ ପଡି ନ ଥାଏ । ଟମାଟୋକୁ ମୁହଁରେ ଲଗାଇବା ଦ୍ୱାରା କ’ଣ ହୁଏ ଆସନ୍ତୁ ଜାଣିବା ?

ମୁହଁରେ ଲଗାନ୍ତୁ ଟମାଟୋ ଫେରିବ ଚମକ

ଟମାଟୋକୁ ଧୋଇ ଏକ ମିନିଟ ଯାଏ ଗରମ ପାଣିରେ ପକାନ୍ତୁ। ପରେ ଏହାର ରସ ବାହାର କରି ସେଥିରେ ଲେମ୍ବୁରସ ୪-୫ ଟୋପା ପକାନ୍ତୁ। ଏବେ ଏହାକୁ ୫ ମିନିଟ ଯାଏ ମୁହଁରେ ଲଗାନ୍ତୁ। ଲେପ ଶୁଖିଯିବା ପରେ ହାଲକା ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଗୋଟିଏ ମାସରେ ଏପରି ୬ରୁ ୭ ଥର କରନ୍ତୁ। ତେଲିଆ ତ୍ୱଚା ପାଇଁ ଏହା ବିଶେଷ ଲାଭଦାୟକ।

ଯଦି ଆପଣଙ୍କର ମୁହଁ ରୁକ୍ଷ ବା ଝାଉଁଳି ପଡିବା ପରି ଲାଗେ, ତେବେ ଆପଣ ଟମାଟୋର ରସ ବାହାର କରି ସେଥିରେ ଚନ୍ଦନ ପାଉଡର, ଗୋଲାପ ଜଳ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାକୁ ମୁହଁରେ ୫ ମିନିଟ ପାଇଁ ଲଗାଇ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି କରି ଫରକ ଜାଣନ୍ତୁ।

ସୂର୍ଯ୍ୟଙ୍କ କିରଣ ଯୋଗୁ ତ୍ୱଚା ଟାନ୍‌ ହୋଇଯାଇଥିଲେ ଟମାଟୋ ବ୍ୟବହାର କରି ସେଥିରୁ ରକ୍ଷା ପାଇପାରିବେ। ଏଥିପାଇଁ କିଛି ଟମାଟୋକୁ ପେଷି ଦିଅନ୍ତୁ। ସେଥିରେ କିଛି ଯଅ ଅଟା ଓ ଏକ ଚାମଚ ଦହି ମିଶାନ୍ତୁ। ଏହି ପେଷ୍ଟକୁ ନିଜ ବେକ ଓ ମୁହଁରେ ଭଲ ଭାବେ ଲଗାନ୍ତୁ। ୫ ମିନିଟ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ସଫା କରି ଦିଅନ୍ତୁ ।

ଟମାଟୋରେ ପ୍ରାକୃତିକ ଭିଟାମିନ ଥାଏ। ଏହା ବ୍ରଣ କମ୍‌ କରିବାରେ ସହାୟକ ହୋଇଥାଏ। ଏଥିପାଇଁ ପ୍ରଥମେ ଟମାଟୋର ରସ ବାହାର କରି ମୁହଁରେ ଲଗାନ୍ତୁ। ୨୦ ମିନିଟ ଯାଏ ଏହାକୁ ଲଗାଇ ରଖନ୍ତୁ। ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ। ପ୍ରତି ମାସରେ ଏହାକୁ ୬ ରୁ ୭ ଥର କରିବା ଦ୍ୱାରା ଆପଣଙ୍କ ବ୍ରଣ କମ୍‌ ହୋଇଯିବ।


ପଢନ୍ତୁ ;

ବାସୀ ରୁଟି ସ୍ୱାସ୍ଥ୍ୟପକ୍ଷେ ହିତକର ,ଜାଣନ୍ତୁ ଏହାର ଉପକାରିତା

Related posts

ମୋଟପଣକୁ ଦୂର କରିଥାଏ “କିସମିସ” ! ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ସମ୍ପର୍କରେ

ENO Beuro

ଫୋନ ଚାର୍ଜ କରିବା ସମୟରେ ସାବଧାନ ରୁହନ୍ତୁ,ନଚେତ୍ ହୋଇପାରେ ଅଘଟଣ

ENO Beuro

ରସୁଣ ଖାଇବା ଦ୍ଵାରା ହୋଇପାରିବେ ଅନେକ ସଂକ୍ରମଣ ରୋଗ ରୁ ମୁକ୍ତି ! ଜାଣନ୍ତୁ ଏହାର ଉପକାରିତା

ENO Beuro

1 comment

Leave a Comment