Spread the loveବଦଳିବ କ୍ରିକେଟର ପ୍ରଚଳିତ ନିୟମ, ଆଇସିସି ଦ୍ଵାରା ନୂଆ ନିୟମ ଗୁରୁବାରରୁ ଲାଗୁ ହେବ । ଏହି ନୂଆ ନିୟମ ଅନୁସାରେ ରନ୍ ଆଉଟ୍, ବ୍ୟାଟର ମୋଟେଇ, ଡିଆରଏସ୍, କ୍ୟାଚ୍ ଆଦିର... ବଦଳିବ କ୍ରିକେଟର ପ୍ରଚଳିତ ନିୟମ, ଆଇସିସି ଦ୍ଵାରା ନୂଆ ନିୟମ ଗୁରୁବାରରୁ ଲାଗୁ
Spread the love

ବଦଳିବ କ୍ରିକେଟର ପ୍ରଚଳିତ ନିୟମ, ଆଇସିସି ଦ୍ଵାରା ନୂଆ ନିୟମ ଗୁରୁବାରରୁ ଲାଗୁ ହେବ । ଏହି ନୂଆ ନିୟମ ଅନୁସାରେ ରନ୍ ଆଉଟ୍, ବ୍ୟାଟର ମୋଟେଇ, ଡିଆରଏସ୍, କ୍ୟାଚ୍ ଆଦିର ନିୟମ ସହ ଖେଳାଳିଙ୍କ ଆଚାର ବ୍ୟବହାରରେ ମଧ୍ୟ ନିୟମ ଲାଗୁ ହେବ ।

ବ୍ୟାଟ୍ ଏବଂ ବଲ୍ ଭିତରେ ସନ୍ତୁଳନ ରକ୍ଷା କରିବା ଲାଗି ବ୍ୟାଟ୍ ଧାରର ମୋଟେଇ ସର୍ବାଧିକ ୪୦ ମିଲିମିଟର ଓ ବ୍ୟାଟର ସର୍ବାଧିକ ମୋଟେଇ ୬୭ ମିଲିମିଟରରୁ ଅଧିକ ହୋଇ ପାରିବ ନାହିଁ । ବ୍ୟାଟର ଲମ୍ବ ଏବଂ ଓସାର ପୂର୍ବ ଭଳି ରହିବ । ସେହିଭଳି ପଡିଆ ମଧ୍ୟରେ ଖେଳାଳି ଯଦି କୌଣସି ପ୍ରକାର ଅନିତି କରନ୍ତି ତେବେ ତାଙ୍କୁ ବାହାରକୁ ପଠେଇ ଦବାର କ୍ଷମତା ମଧ୍ୟ ଅମ୍ପାୟାରର ରହିବ ।

ଏଭଳି ଖେଳାଳି ସଂପୃକ୍ତ ମ୍ୟାଚରେ ଆଉ ଖେଳିବାର ସୁଯୋଗ ପାଇବେ ନାହିଁ । ଆଇସିସିର ଏହି ନିୟମ ପରେ କ୍ରିକେଟର ତିନିଟି ଯାକ ରୂପ ଯଥା ଟେଷ୍ଟ, ଦିନିକିଆ ଏବଂ ୨୦-୨୦ରେ ଏହାକୁ ଲାଗୁ କରାଯିବ ।

ଟେଷ୍ଟ କ୍ରିକେଟରେ ୮୦ ଓଭର ପରେ ମିଳୁଥିବା ଅତିରିକ୍ତ ରିଭ୍ୟୁକୁ ବି ଉଠାଇ ଦିଆଯାଇଛି । ଅର୍ଥାତ୍ ଏଣିକି ଗୋଟିଏ ଦଳ ଗୋଟିଏ ପାଳିରେ କେବଳ ଦୁଇଟି ରିଭ୍ୟୁ କରି ପାରିବ । ଗୁରୁବାରରୁ ଦିନିକିଆ ଓ ଟେଷ୍ଟ ଭଳି ୨୦-୨୦ରେ ବି ରିଭ୍ୟୁ କରିବାର ସୁଯୋଗ ମିଳିବ । ହେଲେ ଏଥିରେ ପ୍ରତି ଦଳକୁ ମାତ୍ର ଗୋଟିଏ ରିଭ୍ୟୁ ମିଳିବ ।

ସେହିଭଳି ଓ୍ଵିକେଟ୍ ରକ୍ଷକଙ୍କ ହେଲମେଟରେ ବଲ୍ ବାଜି ପ୍ରତିଫଳିତ ହେଲେ ବ୍ୟାଟ୍ସମ୍ୟାନ୍ ରନ୍ ଆଉଟ୍, ଷ୍ଟମ୍ପ୍ ଓ କ୍ୟାଚ୍ ଆଉଟ୍ ହୋଇ ପାରିବେ ।

ବଦଳିବ କ୍ରିକେଟର ପ୍ରଚଳିତ ନିୟମ, ଆଇସିସି ଦ୍ଵାରା ନୂଆ ନିୟମ ଗୁରୁବାରରୁ ଲାଗୁ

Also Read More About Goods Train Accident In Cuttack.

Your email address will not be published. Required fields are marked *