Spread the loveସବୁ ହିନ୍ଦୁ ଘରେ ଠାକୁର ଘର ହେଉଛି ମୁଖ୍ୟ । ନୂତନ ଘର ନିର୍ମାଣ କଥା ଉଠିଲେ , ପ୍ରଥମେ ଠାକୁର ଘର କଥା ଚିନ୍ତାକୁ ଆସେ । ଠାକୁର... ସାବଧାନ ! ଘରେ ଅଛି କି ଏହି ଚାରୋଟି ମୂର୍ତ୍ତି , ଜାଣନ୍ତୁ ଏହାର ପରିଣାମ
Spread the love

ସବୁ ହିନ୍ଦୁ ଘରେ ଠାକୁର ଘର ହେଉଛି ମୁଖ୍ୟ । ନୂତନ ଘର ନିର୍ମାଣ କଥା ଉଠିଲେ , ପ୍ରଥମେ ଠାକୁର ଘର କଥା ଚିନ୍ତାକୁ ଆସେ । ଠାକୁର ଘରର ପବିତ୍ରତା ବଜାୟ ରଖିବା ପାଇଁ ଏଠାରେ ଯେମିତି କୌଣସି ବାସ୍ତୁ ଦୋଷ ନରହେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ହୋଇଥାଏ। ଏହା ଘରର କେଉଁ ସ୍ଥାନରେ ଓ କେଉଁ ଦିଗରେ ରହିବ ଏବଂ ଏହା ପାଖରେ କ’ଣ ରହିବା ଉଚିତ ନୁହେଁ ସେ ନେଇ ପରାମର୍ଶ ନିଆଯାଏ।କେବଳ ସେତିକି ଧ୍ୟାନ ରଖିଲେ ଚାଲିବ ନାହିଁ , ଠାକୁର ଘରେ କେଉଁ ମୂର୍ତ୍ତି ରଖିବା ଦ୍ଵାରା କଣ ଫଳ ମିଳେ ସେଥିପ୍ରତି ମଧ୍ୟ ସଚେତନ ରହିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଠାକୁର ଘରେ କେଉଁ ମୂର୍ତ୍ତି ରଖିବା ଅନୁଚିତ

ଭୈରବ ଦେବ

ଭଗବାନ ଶିବଙ୍କ ଅବତାର କୁହାଯାଉଥିବା ଭୈରବ ଦେବତାଙ୍କ ମୂର୍ତ୍ତିକୁ ଘରେ ରଖନ୍ତୁ ନାହିଁ। ଭୈରବ ଦେବତା ତନ୍ତ୍ରମନ୍ତ୍ର ବିଦ୍ୟାର ଦେବତା ଅଟନ୍ତି। ତେଣୁ ତାଙ୍କ ଉପାସନା ଠାକୁର ଘରେ ନ କରି ବାହାରେ କରନ୍ତୁ।

ନଟରାଜ

ଆପଣ ଅନେକଥର ନଟରାଜ ମୂର୍ତ୍ତିକୁ ଦେଖିଥିବେ। ଏହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ। କିନ୍ତୁ ଏହି ମୂର୍ତ୍ତିକୁ ଘରେ ରଖିବାର ଭୁଲ କରନ୍ତୁ ନାହିଁ। ଭଗବାନ ଶିବଙ୍କ ରୌଦ୍ର ରୂପ ଅବା କ୍ରୋଧିତ ଅବସ୍ଥା ହେଉଛି ନଟରାଜ। ତାଙ୍କ ମୂର୍ତ୍ତିକୁ ଘରେ ରଖିଲେ ଅଶାନ୍ତି ଲାଗି ରହେ।

ଶନି ଦେବତା

ସୂର୍ଯ୍ୟପୁତ୍ର ଶନି ଦେବତାଙ୍କ ମୂର୍ତ୍ତିକୁ ପୂଜା ଘରେ ରଖନ୍ତୁ ନାହିଁ। ଶନି ଦେବତାଙ୍କୁ ପୂଜା କରୁଥିଲେ ମନ୍ଦିରକୁ ଯାଆନ୍ତୁ। ତାଙ୍କ ମୂର୍ତ୍ତି ଘରକୁ ଆଣନ୍ତୁ ନାହିଁ।

ରାହୁ କେତୁ

ଶନି ଦେବତାଙ୍କ ଭଳି ରାହୁ-କେତୁଙ୍କ ମୂର୍ତ୍ତି ପୂଜା ଘରେ ରଖନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ତିନିଜଣ ହେଉଛନ୍ତି ପାପୀ ଗ୍ରହ। ଏମାନଙ୍କୁ ପୂଜା କଲେ ଜୀବନରୁ କଷ୍ଟ ଅନେକାଂଶରେ ଦୂର ହୋଇଥାଏ, କିନ୍ତୁ ଏମାନଙ୍କ ମୂର୍ତ୍ତି ଠାକୁର ଘରେ ରଖିଲେ ନକାରତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିଥାଏ ବୋଲି କୁହାଯାଏ।

ସାବଧାନ ! ଘରେ ଅଛି କି ଏହି ଚାରୋଟି ମୂର୍ତ୍ତି , ଜାଣନ୍ତୁ ଏହାର ପରିଣାମ

ପଢନ୍ତୁ, ଟ୍ରେନି ଅଫିସର ଭାବେ ଦାୟିତ୍ୱ ନେଲେ ଦିବ୍ୟାଙ୍ଗ ଓଏଏସ୍‌ ଅଫିସର୍‌ ସନ୍ନ୍ୟାସୀ ବେହେରା

Your email address will not be published. Required fields are marked *