Spread the loveଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟ୍ୱେଂଟି ଟ୍ୱେଂଟି ମ୍ୟାଚ ।  ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ହେବାକୁ ଥିବା ଏହି ମ୍ୟାଚକୁ ନେଇ ଅନେକ ଆଶା ରଖିଛି ଭାରତ । ଭାରତର... ଆଜିଠାରୁ ଝାଡ଼ଖଣ୍ଡରେ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟ୍ୱେଂଟି ଟ୍ୱେଂଟି ମ୍ୟାଚ
Spread the love

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟ୍ୱେଂଟି ଟ୍ୱେଂଟି ମ୍ୟାଚ ।  ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ହେବାକୁ ଥିବା ଏହି ମ୍ୟାଚକୁ ନେଇ ଅନେକ ଆଶା ରଖିଛି ଭାରତ । ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ନିଜସ୍ୱ ସହରରେ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ୍ ସଂଘ ଆନ୍ତର୍ଜାତିକ ଷ୍ଟାଡିୟମ୍ କଂପ୍ଲେକ୍ସରେ ଖେଳାଯିବ ।

ଟେଷ୍ଟ ଶୃଙ୍ଖଳାକୁ ୩-୦ ଏବଂ ଦିନିକିଆ ଶୃଙ୍ଖଳାକୁ ୪-୧ରେ ଜିତି ନେଇଥିବା ବିରାଟ କୋହଲିଙ୍କ ବାହିନୀ ଟ୍ୱେଂଟି ଟ୍ୱେଂଟି ଶୃଙ୍ଖଳାରେ ମଧ୍ୟ ଆଧିପତ୍ୟ ବିସ୍ତାର କରିବା ଲକ୍ଷ୍ୟ ରଖିଛି ।

ଭାରତ-ଅଷ୍ଟ୍ରେଲିଆ ଦଳ ମଧ୍ୟରେ ମୋଟ ୫ ଶୃଙ୍ଖଳା ଖେଳା ଯାଇ ସାରିଥିଲା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ମାତ୍ର ଥରେ ହାରିଛି । ଯାହା ଫଳରେ ଏକଦା ଶକ୍ତିଶାଳୀ ଦଳ ଭାବେ ପରିଗଣିତ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ମ୍ୟାଚ୍ ବିଜୟ ସଂଖ୍ୟା ୯-୩ ରହିଛି । ସେଥିପାଇଁ ବିଜୟକୁ ନେଇ ଭାରତ କିଛିଟା ଆଶା ପୋଷଣ କରିଛି ।

ଭାରତ ପକ୍ଷରୁ ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ଵନ, କେଏଲ ରାହୁଲ, ମନୀଷ ପାଣ୍ଡେ, କେଦରା ଯାଧବ, ଦିନେଶ କାର୍ତ୍ତିକ, ଏମଏସ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ଯଜୁବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର, ଆଶିଷ ନେହେରା, ଅକ୍ଷର ପଟେଲ ଆଦି ଖେଳିବେ ଏବୋଂ ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭ ସ୍ମିଥ୍(ଅଧିନାୟକ), ଡେଭିଡ ଓ୍ଵାର୍ଣ୍ଣର, ଜେସନ ବେହରନ ଡୋର୍କ, ଡେନ କ୍ରିଷ୍ଟିୟାନ, ନାଥନ କୁଲଟର ନାଇଲ, ଆରୋନ ଫିଞ୍ଚ, ଟ୍ରେଭିସ୍ ହେଡ, ମୋଇସେସ ହେନରିକ୍ସ, ଗ୍ଲେନ ମାକ୍ସଓ୍ଵେଲ, ଟିମ ପେନ, କେନ ରିଚାର୍ଡସନ, ଏଡମ ଜାମ୍ପା ଆଦି ଖେଳାଳି ଭାଗ ନେବେ ।

ଭାରତ-ଅଷ୍ଟ୍ରେଲିଆ ଟ୍ୱେଂଟି ଟ୍ୱେଂଟି ମ୍ୟାଚ

ପଢନ୍ତୁ, ଜିଏସ୍‌ଟି ଉପରେ ନୂତନ ପଦକ୍ଷେପ, ୨୭ଟି ସାମଗ୍ରୀ ଉପରେ ଟିକସ କମ । 

 

No comments so far.

Be first to leave comment below.

Your email address will not be published. Required fields are marked *