Spread the loveତିରୁବନନ୍ତପୁରମର ଗ୍ରୀନଫିଲ୍ଡ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଷା ବାଧାପ୍ରାପ୍ତ ଟି-୨୦ ସିରିଜର ନିର୍ଣ୍ଣାୟକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୬ ରନରେ ପରାସ୍ତ କରି ସିରିଜକୁ ୨-୧ରେ ଜିତି ନେଇଛି ଭାରତୀୟ ଦଳ... ନ୍ୟୁଜିଲାଣ୍ଡ-ଭାରତ ର ଶେଷ ଟି-୨୦ରେ ପୁଣି ବିଜୟ ହାସଲ କଲେ ଭାରତୀୟ ଦଳ
Spread the love

ତିରୁବନନ୍ତପୁରମର ଗ୍ରୀନଫିଲ୍ଡ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଷା ବାଧାପ୍ରାପ୍ତ ଟି-୨୦ ସିରିଜର ନିର୍ଣ୍ଣାୟକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୬ ରନରେ ପରାସ୍ତ କରି ସିରିଜକୁ ୨-୧ରେ ଜିତି ନେଇଛି ଭାରତୀୟ ଦଳ । ଏହି ୮ ଓଭରର ମ୍ୟାଚରେ ବୋଲର ବୁମରା ଓ ଚହଲ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଏଥି ସହ ନ୍ୟୁଜିଲାଣ୍ଡ ବିପକ୍ଷରେ କେବେ ବି ଟି-୨୦ ମ୍ୟାଚ୍‌ ଜିତି ନ ଥିବା ଭାରତ ଏକାଥରକେ ଶୃଙ୍ଖଳା ବିଜୟ ସଫଳତା ସହ ସବୁ ନିରାଶାକୁ ପଛରେ ପକାଇ ଦେଲା। ଏଥି ସହିତ ଭାରତ ମଧ୍ୟ କ୍ରମାଗତ ଅଷ୍ଟମ ଶୃଙ୍ଖଳା ବିଜୟ ପାଇଲା।

ବର୍ଷା ଯୋଗୁଁ ଏହି ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ଡିଏଲ୍‌ ନିୟମ ଅନୁସାରେ ମ୍ୟାଚ୍‌ର ଓଭର ସଂଖ୍ୟା କମାଇ ୮ ଓଭର ରଖାଯାଇଥିଲା । ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତର ଓପନର ଏହି ୮ ଓଭରର ମ୍ୟାଚରେ ବିଫଳ ରହିଥିଲେ। ଭାରତ ୧୫ ରନରେ ଶିଖର(୬) ଓ ରୋହିତ(୮)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହି ଦୁଇ ଜଣଙ୍କୁ ଟିମ୍ ସାଉଦି ୩ ତମ ଓଭରରେ ଆଉଟ୍ କରିଥିଲେ। ଏହା ପରେ କୋହଲି ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ସର୍ଟ ଖେଳିବା ପ୍ରୟାସରେ  ସୋଧିଙ୍କ ବଲରେ ବୋଲ୍ଟଙ୍କୁ କ୍ୟାଚ ଦେଇ ପାଭିଲିୟନ ଫେରିଥିଲେ। କୋହଲି ୬ ବଲରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ମାରି ୧୩ ରନ କରିଥିଲେ। ୩୦ ରନରେ ଭାରତ  ୩ଟି ଓ୍ଵିକେଟ୍ ହରାଇଥିଲା ।

ସେହିପରି ନ୍ୟୁଜିଲାଣ୍ଡ ୮ ରନରେ ଓପନର ମୁନରୋ(୭) ଓ ଗୁପଟିଲ(୧)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଦଳ ୨୮ ରନରେ କ୍ରମାଗତ ୨ଟି ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ସ୍କୋର ୨୮ରେ ଫିଲିପ୍ସ(୧୧) ଓ ଓ୍ଵିଲିୟମସନ(୮)ଙ୍କ ଓ୍ଵିକେଟ୍ ହରାଇଥିଲା। ପାଣ୍ଡ୍ୟାଙ୍କ ଚତ୍ମକାର ଫିଲ୍ଡିଂ ଓ ଥ୍ରୋରେ ଓ୍ଵିଲିୟମସନ ରନ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ।  ଏହା ପରେ ନ୍ୟୁଜିଲାଣ୍ଡ ୩୯ରେ ପଞ୍ଚମ ଓ ୪୯ ରନରେ ଷଷ୍ଠ ଓ୍ଵିକେଟ୍ ହରାଇଥିଲା। ଶେଷ ଆଡକୁ  ଡି ଗ୍ରାଣ୍ଡହୋମ ୧୭ ଓ ସାଣ୍ଟନର ୨୩ ରନ କରି ଅପରାଜିତ ଥିଲେ। ଶେଷରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୬୧ରନ କରିଥିଲା।

ନ୍ୟୁଜିଲାଣ୍ଡ-ଭାରତ ର ଶେଷ ଟି-୨୦ରେ ପୁଣି ବିଜୟ ହାସଲ କଲେ ଭାରତୀୟ ଦଳ

ପଢନ୍ତୁ, ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ଭୟଙ୍କର ସ୍ତରକୁ ଗତି କରିବାରେ ଲାଗିଛି

Your email address will not be published. Required fields are marked *