Spread the loveଥିରୁଅନନ୍ତପୁରମ ଠାରେ ଆଜି ଟି-୨୦ ର ଅନ୍ତିମ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି ଓ ଏଥିପାଇଁ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଦଳ ପ୍ରସ୍ତୁତ ଅଛନ୍ତି । ଏହି ମ୍ୟାଚରେ... ବର୍ଷାର ଆଶଙ୍କା ମଧ୍ୟରେ ଅନ୍ତିମ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଦଳ ପ୍ରସ୍ତୁତ
Spread the love

ଥିରୁଅନନ୍ତପୁରମ ଠାରେ ଆଜି ଟି-୨୦ ର ଅନ୍ତିମ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି ଓ ଏଥିପାଇଁ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଦଳ ପ୍ରସ୍ତୁତ ଅଛନ୍ତି । ଏହି ମ୍ୟାଚରେ ବର୍ଷା ହେବାର ସମ୍ଭାବନା ଅଛି କାରଣ ଗତକାଲି ସୋମବାର ଦିନ  ଏଠାରେ ପ୍ରବଳ ବର୍ଷା ହୋଇଥିଲା । ତେଣୁ ଆଶଙ୍କା ଆହୁରି ମଧ୍ୟ ବଢି ଯାଇଛି । ଉଭୟ ଦଳ ମଧ୍ୟରେ ଥିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନସନଲ ଷ୍ଟାଡିୟମ ଠାରେ ଏହି ଶୃଙ୍ଖଳାର ଅନ୍ତିମ ମ୍ୟାଚ ଅନୁଷ୍ଠିତ ହେବ ।

ସ୍ଥାନୀୟ ପାଣିପାଗ ବିଭାଗ ଅନୁସାରେ ଆଜି ମଧ୍ୟ ଏଠାରେ ବର୍ଷା ଆଶଙ୍କା ରହିଛି । ଇତି ମଧ୍ୟରେ ଆଜି ସନ୍ଧ୍ୟା ୭ଟାରେ ଏହି ଟି-୨୦ ଶୃଙ୍ଖଳାର ଅନ୍ତିମ ଓ ନିର୍ଣ୍ଣାୟକ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ୪୦,୦୦୦ ଠାରୁ ଅଧିକ ଟିକେଟ ବୁକ ହୋଇସାରିଛି ।

ଥିରୁଅନନ୍ତପୁରମରେ ଏହାପୂର୍ବରୁ ୧୯୮୮ ମସିହା ଜାନୁଆରୀ ୨୫ରେ ଇଣ୍ଟରନସନଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।

ଦୁଇଦଳ ମଧ୍ୟରେ ଏହି ତିନି ଦିନିଆ ଟି୨୦ ଶୃଙ୍ଖଳାରେ ଏବେ ପର୍ଯ୍ୟନ୍ତ ୧-୧ ରେ ସ୍କୋର ରହିଛି । ଏଣୁ ଆଜିର ମ୍ୟାଚ ହେଉଛି ନିର୍ଣ୍ଣାୟକ ମ୍ୟାଚ ଯେଉଁଥିରେ ବିଜେତା ଦଳ ଜଣାପଡିବ।

ମ୍ୟାଚକୁ ନେଇ ସ୍ଥାନୀୟ ଲୋକ କିନ୍ତୁ ଟିକେ ଅସନ୍ତୁଷ୍ଟ ଅଛନ୍ତି କାରଣ ମ୍ୟାଚ ପାଇଁ ସବୁ ଟିକେଟ ଅନଲାଇନ ବିକ୍ରି ହୋଇଛି ଓ ତାଙ୍କୁ କୌଣସି ପ୍ରକାର ପ୍ରଥମିକତା ଦିଆଯାଇନାହିଁ ।

ଶୃଙ୍ଖଳାର ଏପପର୍ୟ୍ୟନ୍ତ ଦୁଇଟି ମ୍ୟାଚରେ ହାଇସ୍କୋର ଦେଖିବାକୁ ମିଳିଛି। ଏଥିସହ ଦୁଇ ଦଳ ପ୍ରଥମେ ବ୍ୟାଟିଂ କରି ବିଜୟୀ ହୋଇଛନ୍ତି। ଦିଲ୍ଲୀ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୩ ଓ୍ଵିକେଟରେ ୨୦୨ ରନ କରିଥିଲା ଏବଂ ମ୍ୟାଚକୁ ୫୩ ରନରେ ଜିତି ନେଇଥିଲା। ସେହି ପରି ରାଜକୋଟରେ ସିରିଜର ଦ୍ଵିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨ ଓ୍ଵିକେଟ୍ ହରାଇ ୧୯୬ ରନ କରିଥିଲା ଏବଂ ଭାରତକୁ ୪୦ ରନରେ ପରାଜିତ କରିଥିଲା।

ବିଗତ ମ୍ୟାଚରେ ଭାରତୀୟ ଦଳର ବୋଲରମାନଙ୍କ ପ୍ରଦର୍ଶନ କୌଣସି ସଫଳତା ଦେଇନଥିଲା ମାତ୍ର ଥିରୁଅନନ୍ତପୁରମର ଏହି ଷ୍ଟାଡିୟମ ଭାରତୀୟ ଦଳଙ୍କ ପାଇଁ ସକାରାତ୍ମକ ପରିଣାମ ଆଣିପରେ ବୋଲି ଆଶା କରାଯାଉଛି ।

ବର୍ଷାର ଆଶଙ୍କା ମଧ୍ୟରେ ଅନ୍ତିମ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଦଳ ପ୍ରସ୍ତୁତ

ପଢନ୍ତୁ, ହିମାଚଳ ପ୍ରଦେଶରେ ଆଗାମୀ ୯ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଶେଷ ପ୍ରଚାର

Your email address will not be published. Required fields are marked *