ଭାରତର ଏହି ବିଖ୍ୟାତ ବ୍ୟକ୍ତି ମାନଙ୍କୁ ସୀମାପାରେ ରହୁଥିବା ପାକିସ୍ତାନୀଙ୍କ ସହ ହୋଇଥିଲା ପ୍ରେମ

ଭାରତର ଏହି ବିଖ୍ୟାତ ବ୍ୟକ୍ତି ମାନଙ୍କୁ ସୀମାପାରେ ରହୁଥିବା ପାକିସ୍ତାନୀଙ୍କ ସହ ହୋଇଥିଲା ପ୍ରେମ

କୁହାଯାଏ ଯେ, ପ୍ରେମ କୌଣସି ଜାତି ଧର୍ମ ସୀମା କିମ୍ବା ଦୂରତା ମାନେ ନାହିଁ । ପ୍ରେମ ର ଏକମାତ୍ର ଉଦ୍ଦେଶ୍ୟ ହେଲା ମନୁଷ୍ୟ ମାନଙ୍କୁ ଏକତ୍ର କରି ଚିରଦିନ ପାଇଁ ନିଜର କରିଦେବାକୁ । ହୃଦୟ କେବଳ ତାହାହିଁ ଚାହେଁ ଯାହା ତାକୁ ପସନ୍ଦ ଆସିଯାଏ ଓ ଅନ୍ୟମାନେ ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ କରିପାରନ୍ତି ନାହିଁ ।

ଯେତେ ସୀମାପାରେ କି ନଜରବନ୍ଦି ରେ ରଖିଲେ ବି ପ୍ରେମ ତା  ରାସ୍ତା ନିଜେ ବନେଇଦିଏ । ନିମ୍ନ ରେ କିଛି ଏମିତି ଭାରତୀୟ ବ୍ୟକ୍ତି ଙ୍କ ବିଷୟ ରେ ଚର୍ଚ୍ଚା କରାଯାଇଛି ଯାହାଙ୍କୁ ସୀମା ସେପାରି ରେ ରହୁଥିବା ପାକିସ୍ତାନୀ ମାନଙ୍କ ସହିତ ପ୍ରେମ ହେଇଗଲା ।

ସୋମି ଅଲି ଓ ସଲମାନ ଖାନ

ଆଶ୍ଚର୍ଯ୍ୟ ର କଥା ଯେ ଦବଙ୍ଗ ସଲମାନ ଖାନ ଅନେକ ନାୟିକା ଙ୍କ ସହ ସମ୍ପର୍କ ଯୋଡିଥିବା ସହିତ ପାକିସ୍ତାନୀ ଅଭିନେତ୍ରୀ ସୋମି ଅଲି ଙ୍କ ସହ ୮ ବର୍ଷ ପର୍ଯ୍ୟନ୍ତ ରହିଥିଲେ ।

ସୋମି ଅଲି ଓ ସଲମାନ ଖାନ

ସୋଏବ ମଲ୍ଲିକ ଓ ସାନିୟା ମିର୍ଜା

ଏହି ଯୋଡି ସମ୍ଭବତଃ ଭାରତ-ପାକିସ୍ତାନ ର ସବୁଠାରୁ ଉଲ୍ଲେଖନୀୟ ଯୋଡି । ପାକିସ୍ତାନୀ କ୍ରିକେଟର ଓ ଭାରତୀୟ ଟେନିସ ଖେଳାଳି ଙ୍କ ଏହି ଯୋଡି ସମସ୍ତ ଙ୍କ ମଧ୍ୟ ରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ଅଟନ୍ତି। ୨୦୧୦ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିବା ଏହି ଯୋଡି ଙ୍କ ସମ୍ପର୍କ ଏବେ ପୂର୍ବ ରୁ ଆହୁରି ଘନିଷ୍ଟ ହୋଇଛି ।

ସୋଏବ ମଲ୍ଲିକ ଓ ସାନିୟା ମିର୍ଜା

ଇମରାନ ଖାନ ଏବଂ ଜିନ୍ନତ ଅମାନ

ଗୋଟେ ସମୟ ଥିଲା ଯେବେ ସବୁ ଝିଅ ଙ୍କ ହୃଦୟ ରେ ରାଜ କରୁଥିଲେ ପାକିସ୍ତାନୀ କ୍ରିକେଟ ତାରକା ଇମରାନ ଖାନ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ସେତେବେଳର ପ୍ରକ୍ଷାତ ନାୟିକା ଜିନ୍ନତ ଅମାନ । ୧୯୮୦ ଦଶକ ରେ ଦୁଇ ଜଣଙ୍କ ମଧ୍ୟରେ ବେଶ କିଛି ଦିନ ପ୍ରେମ ସମ୍ପର୍କ ରହିଥିଲା ।

ଇମରାନ ଖାନ ଏବଂ ଜିନ୍ନତ ଅମାନ

ୱସିମ ଅକ୍ରମ ଓ ସୁସ୍ମିତା ସେନ

ୱସିମ ଅକ୍ରମ ଙ୍କ ପ୍ରଥମ ପତ୍ନୀ ଙ୍କ ଦେହାନ୍ତ ପରେ ସୀମା ପାରେ ରହୁଥିବା ଭାରତୀୟ ନାୟିକା ସୁସ୍ମିତା ସେନ ଙ୍କ ସହିତ ପ୍ରେମ ସମ୍ପର୍କ ଯୋଡି ହୋଇଗଲା । ବେଶ କିଛି ଦିନ ଏକାଠି ରହିବା ପରେ ଏବେ ୱସିମ ନିଜ ଖୁସିରେ ସାନିଏରା ଥୋମ୍ପ୍ସୋନ ଙ୍କ ସହ ବିବାହ କରିଛନ୍ତି ।

ୱସିମ ଅକ୍ରମ ଓ ସୁସ୍ମିତା ସେନ

ବୀଣା ମଲ୍ଲିକ ଓ ଅସ୍ନିତ ପଟେଲ

ଟିଭି ଧାରାବାହିକ ବିଗ ବସ ରେ ଏକତ୍ର ରହିବାରେ ବୀଣା ମଲ୍ଲିକ ଓ ଅସ୍ମିତ ପଟେଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠି ଥିଲା । ବେସ କିଛିଦିନ ସମ୍ପର୍କ ରହିବା ପରେ ବୀଣା ଅଶଦ ବସିର ଙ୍କ ସହ ବିବାହ କଲେ ଓ ଏବେ ସେ ଦୁଇଟି ସନ୍ତାନ ର ଜନନୀ ।

ଭାରତର ଏହି ବିଖ୍ୟାତ ବ୍ୟକ୍ତି ମାନଙ୍କୁ ସୀମାପାରେ ରହୁଥିବା ପାକିସ୍ତାନୀଙ୍କ ସହ ହୋଇଥିଲା ପ୍ରେମ

ପଢନ୍ତୁ, ଶ୍ଵାସ ସମ୍ବନ୍ଧୀୟ ରୋଗରୁ ମୁକ୍ତି ପାଇବା ପାଇଁ ଆୟୁର୍ବେଦିକ ଉପଚାର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More