News

ଭାରତରେ ଇତିହାସ ରଚିଲା ବିଶ୍ୱ ସୁନ୍ଦରୀ ମୁକୁଟ, ମୁକୁଟର ଅଧିକାରିଣୀ ହେଲେ ମାନୁସି ଚିଲର

ଭାରତରେ ଇତିହାସ ରଚିଲା ବିଶ୍ୱ ସୁନ୍ଦରୀ ମୁକୁଟ, ମୁକୁଟର ଅଧିକାରିଣୀ ହେଲେ ମାନୁସି ଚିଲର

୧୭ ବର୍ଷ ପରେ ପୁଣିଥରେ ଭାରତରେ ଇତିହାସ ରଚିଲା ବିଶ୍ୱ ସୁନ୍ଦରୀ ମୁକୁଟ । ବିଶ୍ୱର ୧୧୮ଟି ଦେଶର ସୁନ୍ଦରୀଙ୍କୁ ପଛରେ ପକାଇ ୨୦୧୭ ମସିହାର ବିଶ୍ୱ ସୁନ୍ଦରୀ ମୁକୁଟ ଜିତିଛନ୍ତି ଦିଲ୍ଲୀ ହରିଆଣାର ଝିଅ ମାନୁସି ଚିଲର । ଶନିବାର ଆୟୋଜିତ ହୋଇଥିବା ମିସ୍ ଓ୍ଵାର୍ଲଡ ଗ୍ରାଣ୍ଡ୍ ଫାଇନାଲର ମାନୁସିଙ୍କ ବ୍ୟତୀତ ଅନ୍ୟ ୪ ଜଣ ମଧ୍ୟ ଦୌଡ଼ରେ ସାମିଲ୍ ଥିଲେ।

ମାନୁସି ସମସ୍ତଙ୍କୁ ପଛରେ ପକାଇ ବିଶ୍ୱ ସୁନ୍ଦରୀ ମୁକୁଟର ବାଜିମାତ୍ କରି ଦୀର୍ଘ ୧୭ ବର୍ଷ ପରେ ପୁଣି ଥରେ ଭାରତର ଟେକ ରଖିଛନ୍ତି। ଏହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମିସ୍‌ ମେକ୍ସିକୋ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ମିସ୍‌ ବ୍ରିଟେନ।  ଏହି ବିଶ୍ୱ ସୁନ୍ଦରୀ ଦୌଡ଼ରେ ବିଭିନ୍ନ ଦେଶରୁ ସମୁଦାୟ ୧୦୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

ମାନୁସି ଏହା ପୂର୍ବରୁ ଫେମିନା ମିସ୍ ଇଣ୍ଡିଆ-୨୦୧୭ ମୁକୁଟ ଜିତିଥିଲେ । ୨୦ ବର୍ଷିୟା ମାନୁସି ଏବେ ହରିୟାନାର ସୋନେପତ ସରକାରୀ ଡାକ୍ତରୀ ମହାବିଦ୍ୟାଳୟର ଛାତ୍ରୀ । ତାଙ୍କ ପିତା ଡାକ୍ତର ମିତ୍ରବାସୁ ଚିଲ୍ଲର ଭେଷଜ ବିଭାଗର ଡାକ୍ତର ହୋଇଥିବା ବେଳେ ଡିଆର୍‌ଡିଓର ଜଣେ ଖ୍ୟାତନାମା ବୈଜ୍ଞାନିକ ମଧ୍ୟ । ମାନୁଷିଙ୍କ ମା’ ଡାକ୍ତର ନିଲମ ଚିଲ୍ଲର ଜୈବ ରସାୟନ ବିଭାଗର ଜଣେ ପ୍ରଫେସର।

ଉଲ୍ଳେଖଯୋଗ୍ୟ, ୨୦୦୦ ମସିହାରେ ଭାରତରୁ ପ୍ରିୟଙ୍କା ଚୋପ୍ରା ଶେଷ ଥର ପାଇଁ ଏହି ମୁକୁଟ ହାସଲ କରିଥିଲେ। ୧୯୯୬ ମସିହାରେ ଏହି ମୁକୁଟର ବିଜୟିନୀ ହୋଇଥିଲେ ନୀଳନୟନା ଐଶ୍ୱର୍ୟ୍ୟା ରାୟ।

ଭାରତରେ ଇତିହାସ ରଚିଲା ବିଶ୍ୱ ସୁନ୍ଦରୀ ମୁକୁଟ, ମୁକୁଟର ଅଧିକାରିଣୀ ହେଲେ ମାନୁସି ଚିଲର

ଭାରତରେ ଇତିହାସ ରଚିଲା ବିଶ୍ୱ ସୁନ୍ଦରୀ ମୁକୁଟ, ମୁକୁଟର ଅଧିକାରିଣୀ ହେଲେ ମାନୁସି ଚିଲର

ପଢନ୍ତୁ, ରେଡିଓ ଚକଲେଟର “ଚକଲେଟ୍ ମ୍ୟୁଜିକ୍ ଆଓ୍ଵାର୍ଡ” ଭୋଟିଂ ଶେଷ, ଯାଣନ୍ତୁ ସମ୍ମାନିତ ବ୍ୟକ୍ତିତ୍ଵଙ୍କ ବିଷୟରେ

Related posts

୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ENO Beuro

ମୋଦିଙ୍କର ବିମୁଦ୍ରାକରଣ : ନୋଟବନ୍ଦୀ ପରେ ଏବେ ମୁଦ୍ରାବନ୍ଦୀ

ENO Beuro

ବରିଷ୍ଠ ସାମ୍ବାଦିକ କୁଳଦୀପ ନାୟାରଙ୍କ ୯୫ ବର୍ଷ ବୟସରେ ପରଲୋକ

ENO Beuro

2 comments

Leave a Comment