• Home
  • News
  • ଶେଷ୍ଠ ଶତକ ତାଲିକାରେ ଭାରତ, ଗୋଟିଏ ବର୍ଷରେ ୩୦ ସ୍ଥାନ ଉପରକୁ ଉଠିଛି
News

ଶେଷ୍ଠ ଶତକ ତାଲିକାରେ ଭାରତ, ଗୋଟିଏ ବର୍ଷରେ ୩୦ ସ୍ଥାନ ଉପରକୁ ଉଠିଛି

ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ୍‌ (ବ୍ୟବସାୟ ଅନୁକୂଳ ରାଷ୍ଟ୍ର) ତାଲିକାରେ ଭାରତ ବିଶାଳ ଲମ୍ଫ ମାରିଛି । ପ୍ରଥମ ଥର ପାଇଁ ବିଶ୍ଵର ୧୦୦ ଟି ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇଛି । ଆଜି ବିଶ୍ୱବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଡୁଇଙ୍ଗ ବିଜନେସ୍‌ ରିପୋର୍ଟ ୨୦୧୮ ରେ ଏହା ଦର୍ଶାଯାଇଛି ।

ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ୍‌ ଗ୍ଲୋବାଲ ତାଲିକାରେ ଭାରତ ଗୋଟିଏ ବର୍ଷ ଭିତରେ ୩୦ ସ୍ଥାନ ଉପରକୁ ଉଠି ୧୦୦ତମ ସ୍ଥାନରେ ପହଞ୍ଚିଛି । ୨୦୧୭ରେ ଭାରତର ସ୍ଥାନ ଥିଲା ୧୩୦ (୧୯୦ ଦେଶ ମଧ୍ୟରୁ ) । ଏ ବର୍ଷ ୧୦୦ ତମ ସ୍ଥାନକୁ ଉଠିଛି ।

ବିକାଶଶୀଳ ରାଷ୍ଟ୍ର ମଧ୍ୟରେ ଭାରତର ପ୍ରତିଦ୍ଵନ୍ଦୀ ଭାବେ ଗଣାଯାଉଥିବା ଚୀନ ଏବେ ଆଉ ବ୍ୟବସାୟ ଅନୁକୂଳ ପରିବେଶରେ ବେଶି ଉପରେ ନାହିନ । ବର୍ଷେ ତଳେ ଚୀନ ଓ ଭାରତ ମଧ୍ୟରେ ୫୨ ଟି ସ୍ଥାନର ଦୂରତା ଥିଲା । ଚୀନ ଥିଲା ୭୮ ଓ ଭାରତର ୧୩୦ । ଏବର୍ଷ ଚୀନ ସେଇ ୭୮ରେ ଅଛି । ଭାରତଠୁ ମାତ୍ର ୨୨ଟି ସ୍ଥାନ ଉପରେ ।

ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସୂଚନା ଦେଇ ସ୍ପଷ୍ଟ କରିଛନ୍ତି ଯେ ଭାରତରେ ବ୍ୟବସାୟ କରିବା ଅଧିକ ସହଜ ହୋଇଛି। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତର ର‍୍ୟାଙ୍କିଙ୍ଗ୍‌ରେ ଜବରଦସ୍ତ ଉନ୍ନତି ଦେଖିବାକୁ ମିଳିଛି। ଆଗକୁ ଶ୍ରେଷ୍ଠ ୫୦ରେ ସାମିଲ ହେବା କଷ୍ଟକର ନୁହେଁ ବୋଲି ଜେଟ୍‌ଲି କହିଛନ୍ତି। ଜେଟ୍‌ଲି କହିଛନ୍ତି ଯେ ଭାରତରେ ଟିକସ ବ୍ୟବସ୍ଥାର ସରଳୀକରଣ କରାଯାଇଛି। ଋଣ ଗ୍ରହଣ କରିବା ମଧ୍ୟ ସହଜ ହୋଇଛି। ଏ ସବୁ ବ୍ୟବସ୍ଥା ଯୋଗୁଁ ଭାରତରେ ବ୍ୟବସାୟ କରିବା ଅଧିକ ସହଜ ହୋଇପାରିଛି।

ବିଭିନ୍ନ କ୍ଷେତ୍ରର ଭାରତ କିଭଳି ପ୍ରଦର୍ଶନ କରିଛି ସେ ବିଷୟରେ ମଧ୍ୟ ଜେଟ୍‌ଲି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ କ୍ଷୁଦ୍ର ଅଂଶଧନକାରୀଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ବ୍ୟବସାୟ ପାଇଁ ଋଣ ଉପଲବ୍ଧ କରାଇବାରେ ଭାରତକୁ ୨୯ତମ ସ୍ଥାନ ମିଳିଛି। ବ୍ୟବସାୟ ପାଇଁ ବିଦ୍ୟୁତ ସଂଯୋଗ ପ୍ରଦାନ କରିବା କ୍ଷେତ୍ରରେ ଏହା ୨୯ତମ ସ୍ଥାନରେ ରହିଛି। ମାତ୍ର ଟିକସ ଦାଖଲ କରିବା ମାମଲାରେ ଭାରତକୁ ୧୧୯ତମ ସ୍ଥାନ ମିଳିଛି । ଏହା ପୂର୍ବରୁ ଟିକସ ପ୍ରଦାନ କରିବାରେ ୧୭୨ତମ ସ୍ଥାନରେ ଭାରତ ଥିଲା । ଏ କ୍ଷେତ୍ରରେ ଆମେ ସୁଧାର ଆଣିଛୁ ବୋଲି ଜେଟ୍‌ଲି କହିଛନ୍ତି। ଇନ୍‌ସଲ୍‌ଭେନ୍‌ସି ମାମଲା ସମାଧାନ କରିବା କ୍ଷେତ୍ରରେ ଭାରତ ୩୩ଟି ପାହାଚ ଉପରକୁ ଉଠି ୧୦୩ତମ ସ୍ଥାନରେ ପହଞ୍ଚିଛି। ସରକାର ଗ୍ରହଣ କରିଥିବା ଅନ୍ୟ ସୁଧାର ପଦକ୍ଷେପଗୁଡ଼ିକର ପ୍ରଭାବ ଆଗାମୀ ଦିନରେ ଦେଖିବାକୁ ମିଳିବ ବୋଲି ଜେଟ୍‌ଲି କହିଛନ୍ତି। ସରକାର ର‍୍ୟାଙ୍କିଙ୍ଗରେ ଲଗାତାର ସୁଧାର ଆଣିବାକୁ ଉଦ୍ୟମ ଜାରି ରଖିବେ ବୋଲି ସେ କହିଛନ୍ତି। କନଷ୍ଟ୍ରକ୍ସନ୍‌ ପରମିଟ୍‌ ପ୍ରଦାନ କରିବା କ୍ଷେତ୍ରରେ ଭାରତ ୧୮୧ତମ ସ୍ଥାନରେ ରହିଛି। ଏ କ୍ଷେତ୍ରର ଭାରତ ଆଠଟି ସ୍ଥାନ ଉପରକୁ ଉଠିଛି।

ଶେଷ୍ଠ ଶତକ ତାଲିକାରେ ଭାରତ, ଗୋଟିଏ ବର୍ଷରେ ୩୦ ସ୍ଥାନ ଉପରକୁ ଉଠିଛି  ଶେଷ୍ଠ ଶତକ ତାଲିକାରେ ଭାରତ, ଗୋଟିଏ ବର୍ଷରେ ୩୦ ସ୍ଥାନ ଉପରକୁ ଉଠିଛି

ପଢନ୍ତୁ, ବିଚାରପତିମାନଙ୍କର ବେତନ ବଢାଇବା ପାଇଁ ଭୁଲିଯାଇଛନ୍ତି କି ?- ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ

Related posts

ଆଇପିଏଲ୍‌ରେ ବେଟିଂ ଅଭିଯୋଗ:ବଲିଉଡ ଅଭିନେତା ଅରବାଜଙ୍କୁ ଥାନେ ପୁଲିସର ସମନ୍

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଘୋଷଣା, ଯୁକ୍ତ ୨ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ

Krishna Kumar Manoj

କେନ୍ଦ୍ର କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୭%କୁ ବୃଦ୍ଧି

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More