Spread the loveଓଡିଆ ସିନେମାର ଆଇଟମ ଗୀତ “ସେକ୍ସି ବିଲ୍ଲି” ରେ ନୃତ୍ୟର ଚମତ୍କାରିତା ଦେଖାଇ ଦର୍ଶକଙ୍କ ନିକଟରେ ଖୁବ ପରିଚିତ ଚେହେରା ହେଇଯାଇଥିଲେ ବିଦୂସ୍ମିତା ମନ୍ତ୍ରୀ । ତାଙ୍କୁ ଇତିମଧ୍ୟରେ ବେଶ୍‌... ଚଳଚ୍ଚିତ୍ର ଅପେକ୍ଷା ଆଇଟମ ଗୀତ ରେ ଭିର୍ଣ୍ଣ ପରିଚୟ ମିଳେ – ବିଦୂସ୍ମିତା ମନ୍ତ୍ରୀ
Spread the love

ଓଡିଆ ସିନେମାର ଆଇଟମ ଗୀତ “ସେକ୍ସି ବିଲ୍ଲି” ରେ ନୃତ୍ୟର ଚମତ୍କାରିତା ଦେଖାଇ ଦର୍ଶକଙ୍କ ନିକଟରେ ଖୁବ ପରିଚିତ ଚେହେରା ହେଇଯାଇଥିଲେ ବିଦୂସ୍ମିତା ମନ୍ତ୍ରୀ । ତାଙ୍କୁ ଇତିମଧ୍ୟରେ ବେଶ୍‌ କେତୋଟି ଓଡ଼ିଆ ସିନେମାରେ ଆଇଟମ୍‌ ଗାର୍ଲ ଭାବେ ଦେଖିସାରିଛନ୍ତି ତାଙ୍କର ପ୍ରଶଂସକ । ନିକଟରେ ଏକ ସାକ୍ଷାତକାରରେ ଆଇଟମ୍‌ ଗୀତ କାହିଁ ବାଛୁଛନ୍ତି ର ଉତ୍ତରରେ ବିଦୂସ୍ମିତା କହିଥିଲେ ଯେ, ଚଳଚ୍ଚିତ୍ର ଅପେକ୍ଷା ଆଇଟମ ଗୀତ ରେ ଭିର୍ଣ୍ଣ ପରିଚୟ ମିଳେ, ଦର୍ଶକମାନେ ଚଳଚ୍ଚିତ୍ରଟିକୁ ଭୁଲିଯାନ୍ତି ପଛେ କିନ୍ତୁ ଆଇଟମ୍‌ ଗୀତକୁ ଭୁଲନ୍ତିନି । ସବୁ ସ୍ଥାନରେ ଗୀତର ମହତ୍ଵ ରହେ ।

ଆଲ୍‌ବମ୍‌ ଜଗତରେ ସଫଳତା ଓ ଲୋକପ୍ରିୟତା ହାସଲ କଲାପରେ ବିଦୁସ୍ମିତା ପାଦ ଥାପିଥିଲେ ଓଡ଼ିଆ ସିନେମାରେ। ଶୈଳେନ୍ଦ୍ରଙ୍କ ନିର୍ଦ୍ଦେଶନାରେ ଓଡିଆ ଚଳଚ୍ଚିତ୍ର “ବଧୂ ନୁହେଁ ବନ୍ଧୁ” ରେ ମୁଖ୍ୟ ନାୟିକା ରୂପରେ ଅବତୀର୍ଣ୍ଣ ହୋଇଥିଲେ । ସେହି ପାରିବାରିକ କାହାଣୀ ଭିତ୍ତିକ ସିନେମାରେ ସୁନ୍ଦରୀ ବିଦୁସ୍ମିତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଦର୍ଶକ ଦେଖିବାକୁ ପାଇଥିଲେ ଅଭିନେତା ରାଜାଙ୍କୁ ।

କିନ୍ତୁ ଚଳଚ୍ଚିତ୍ରରେ ଅଭିନୟ ଅପେକ୍ଷା ସେ ଆଇଟମ୍‌ ଗୀତକୁ ନିଜର କ୍ୟାରିୟର କରିନେଲେ । ଏଯାବତ୍‌ ସେ ଯେତେ ସିନେମାରେ ଆଇଟମ୍‌ ନମ୍ବର୍‌ କରିଛନ୍ତି,ସେଥିମଧ୍ୟରୁ ବେଶି ଚର୍ଚ୍ଚିତ ହୋଇଥିଲା -ଆଇଟମ୍‌ ଗୀତ ମୁଁ ସେକ୍ସି ବିଲ୍ଲି..ମିଆଉଁ ମିଆଉଁ ….ମତେ ଜମା ଛୁଅଁନା …। ଏଥିସହିତ ଏବେ ପୁଣିଥରେ ବିଦୁସ୍ମିତାଙ୍କୁ ଆଉ ଗୋଟିଏ ସିନେମାର ଆଇଟମ୍‌ ଗୀତରେ ତାଙ୍କର ପ୍ରଶଂସକ ଦେଖିବାକୁ ପାଇବେ ।

ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ପ୍ରଯୋଜିତ ତଥା ସରୋଜକାନ୍ତଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା “ତୋ ପ୍ରେମରେ ପଡ଼ିଲା ପରେ” ର ଆଇଟମ୍‌ ନମ୍ବର ବେଲୁନୁ ଗଲା ଫାଟି ଲୋ…. ରେ ପୁଣିଥରେ ବିଦୁସ୍ମିତାଙ୍କ ହଟ୍‌ ଅନ୍ଦାଜ୍‌ ଦର୍ଶକଙ୍କୁ ଘାଇଲା କରିବ । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଦାସ ଓ ଏହି ଆଇଟମ  ଗୀତରେ କଣ୍ଠଦାନ କରିଛନ୍ତି ପ୍ରତିଭାବାନ୍‌ କଣ୍ଠଶିଳ୍ପୀ ସଞ୍ଜୁ ମହାନ୍ତି ।

ଚଳଚ୍ଚିତ୍ର ଅପେକ୍ଷା ଆଇଟମ ଗୀତ ରେ ଭିର୍ଣ୍ଣ ପରିଚୟ ମିଳେ – ବିଦୂସ୍ମିତା ଦାସ ମନ୍ତ୍ରୀ

ପଢନ୍ତୁ, ସମାଜସେବୀ ତଥା ଦୁର୍ନୀତି ବିରୋଧୀ ନେତା ଆନ୍ନା ହଜାରେ ଙ୍କର ଆଜିଠାରୁ ତିନିଦିନିଆ ଓଡିଶା ଗସ୍ତ

Your email address will not be published. Required fields are marked *