News

ବଳିଆ ସ୍ୱାସ୍ଥ୍ୟରେ ଉନ୍ନତି, ସ୍ୱତନ୍ତ୍ର ପ୍ରାଇଭେଟ ଓ୍ଵାର୍ଡରେ ଭେଣ୍ଟିଲେଟରରେ ଅଛି

ଏମ୍ସରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ ବଳିଆ ଅସ୍ତ୍ରୋପଚାର ଦ୍ୱାରା ଅଲଗା ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଦୁଇ ଭାଇ । ଗତକାଲି ବଳିଆକୁ ସ୍ୱତନ୍ତ୍ର ପ୍ରାଇଭେଟ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇ ଭେଣ୍ଟିଲେଟରରେ ରଖାଯାଇଛି । ବଳିଆକୁ ଟ୍ରାକିଓଟୋମି କରାଯିବା ପରେ ତାକୁ ତରଳ ଖାଦ୍ୟ ଦିଆଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସୂଚନା ଦେଇଛନ୍ତି।

ଗତକାଲି ବଳିଆକୁ ସ୍ୱତନ୍ତ୍ର ପ୍ରାଇଭେଟ୍ ଓ୍ଵାର୍ଡକୁ ସ୍ଥାନାନ୍ତରିତ କରାଯିବାପରେ ମଧ୍ୟ ବଳିଆର ସ୍ୱାସ୍ଥ୍ୟବସ୍ଥାକୁ ଚବିଶ ଘଣ୍ଟା ମନିଟରିଂ କରାଯିବ ବୋଲି ଏମ୍ସ ସୁତ୍ରରୁ ଜଣାପଡ଼ିଛି । ବଳିଆର ସ୍ୱାସ୍ଥ୍ୟବସ୍ଥାରେ ଧିରେ ଧିରେ ଉନ୍ନତି ହୋଇପାରେ ବୋଲି ଡାକ୍ତରୀଦଳ ଆଶା ପ୍ରକଟ କରିଛନ୍ତି । ନିର୍ଦ୍ଧିଷ୍ଟ କେତେଦିନ ପର୍ଯ୍ୟନ୍ତ ବଳିଆ ଭେଣ୍ଟିଲେଟରରେ ରହିବ ତଥା ବିପଦ ମୁକ୍ତ ହେବ ଏନେଇ ଏମ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଜଗାର ଅବସ୍ଥା ପୂର୍ବାପେକ୍ଷା ଆହୁରି ସୁଧିରିଥିବା ଲକ୍ଷ୍ୟ କରାଯାଇଛି। ଜଗା ଖାଇବା ପିଇବା ସହିତ ମାଆ ଓ ବାପାଙ୍କ ଉପସ୍ଥିତିରେ ଅତ୍ୟନ୍ତ ଖୁସିଥିବା କୁହାଯାଇଛି ।

ବଳିଆ ସ୍ୱାସ୍ଥ୍ୟରେ ଉନ୍ନତି, ସ୍ୱତନ୍ତ୍ର ପ୍ରାଇଭେଟ ଓ୍ଵାର୍ଡରେ ଭେଣ୍ଟିଲେଟରରେ ଅଛି

ପଢନ୍ତୁ, ଗ୍ରୀନ ଚିଲ୍ଲିଜ ଡାଇରେକ୍ଟରଙ୍କ ସହ ଟେଲି ଧାରାବାହିକ ଅଭିନେତ୍ରୀ ଶୈଳଜା ରାଓ ଙ୍କ ନିର୍ବନ୍ଧ

Related posts

ଫେସ୍‌ବୁକ୍‌ ତଥ୍ୟ ଚୋରି ମାମଲା: ଭାରତରେ ୫.୬ ଲକ୍ଷ ଲୋକ ପ୍ରଭାବିତ!

ENO Beuro

Central Research Institute Of Yoga & Naturopathy (CRIYN) at Bhubaneswar

ENO Beuro

ଡିସେମ୍ବର ୧୫ ସୁଦ୍ଧା ସରକାରୀ ଆଇଟିଆଇ କର୍ମଚାରୀଙ୍କ ପାଇଁ ଡ୍ରେସକୋଡ ଲାଗୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More