SPORTS

ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ଶୃଙ୍ଖଳା ପୂର୍ବରୁ ହିଁ ଜସପ୍ରିତ ବୁମରାହଙ୍କୁ ମିଳିଲା ଫାଇଦା

ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ଶୃଙ୍ଖଳା ପୂର୍ବରୁ ହିଁ ଜସପ୍ରିତ ବୁମରାହଙ୍କୁ ମିଳିଲା ଫାଇଦା

କ୍ଷିପ୍ର ବୋଲର ଜସପ୍ରିତ ବୁମରାହ ଆଇସିସି ଟି୨୦ କ୍ରମରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି । କାଲି ଠାରୁ ହେବାକୁ ଯାଉଥିବା ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ନ୍ୟୁଜିଲାଣ୍ଡକୁ ହରେଇଲେ ଭାରତୀୟ ଦଳ ପଞ୍ଚମ ସ୍ଥାନରୁ ଦ୍ଵିତୀୟ ସ୍ଥାନରେ ପହଞ୍ଚିବେ ।

ବୁମରାହ ୭୨୯ ରେଟିଙ୍ଗ ଅଙ୍କ ସହିତ ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କ ପରେ ବୋଲରମାନଙ୍କ ରେଟିଙ୍ଗରେ ପାକିସ୍ତାନର ଇଦମାଦ ୱସିମ ୭୧୯ ଅଙ୍କ ସହିତ ଦ୍ଵିତୀୟ ସ୍ଥାନରେ ଅଛନ୍ତି । ତାଙ୍କ ପରେ ଆଫଗାନିସ୍ତାନର ବୋଲର ଶଶିଦ ଖାନ ୭୧୭ ଅଙ୍କ ସହିତ ତୃତୀୟ ସ୍ଥାନରେ ଅଛନ୍ତି ।

ଜସପ୍ରିତଙ୍କୁ ଛାଡିଦେଲେ ଅନ୍ୟ କେହି ଭାରତୀୟ ବୋଲର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ନାହାନ୍ତି । ଏହି ତାଲିକାରେ ପରବର୍ତୀ ଭାରତୀୟ ବୋଲରଙ୍କ ନାମ ୧୫ ନମ୍ବର ରେ ଅଛି , ଯିଏକି ରବି ଚନ୍ଦ୍ରନ ଅଶ୍ଵିନ ।

ଦଳୀୟ କ୍ରମ ଅନୁସାରେ ଭାରତ ଯଦି ନ୍ୟୁଜିଲାଣ୍ଡକୁ ହରାଇ ଦିଏ ତେବେ ପାକିସ୍ତାନ ଶୀର୍ଷ ସ୍ଥାନରେ ପହଞ୍ଚିଯିବ । ଟି୨୦ କ୍ରମରେ ନ୍ୟୁଜିଲାଣ୍ଡ ପ୍ରଥମ ସ୍ଥାନରେ ଅଛି । ଭାରତ ପଞ୍ଚମ ସ୍ଥାନରେ ଅଛି । ଭାରତ ନ୍ୟୁଜିଲାଣ୍ଡକୁ ୩-୦ ରେ ହରେଇଲେ ଶୀର୍ଷ ସ୍ଥାନ ପାଇପାରିବ । ପାକିସ୍ତାନ ଏବେ ୧୨୪ ଅଙ୍କ ସହିତ ଶୀର୍ଷରେ ପହଞ୍ଚିଯିବ ଓ ନ୍ୟୁଜିଲାଣ୍ଡ ୧୧୪ ଅଙ୍କ ସହିତ ପଞ୍ଚମ ସ୍ଥାନକୁ ଖସିଆସିବ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ଶୃଙ୍ଖଳା ପୂର୍ବରୁ ହିଁ ଜସପ୍ରିତ ବୁମରାହଙ୍କୁ ମିଳିଲା ଫାଇଦା

Related posts

୧୯୯୨ ମସିହା ପରେ ପ୍ରତି ବିଶ୍ଵ କପରେ ବଦଳୁଛି ଟିମ୍ ଭାରତର ଜର୍ସି

Ratnamani Moharana

କୋଲକାତା ନାଇଟ ରାଇଡର୍ସ ୭୧ରନ୍ ରେ ବିଜୟୀ !

ENO Beuro

ପ୍ରଥମ ଟି-୨୦: ଭାରତ ୫ ୱିକେଟରେ ବିଜୟୀ

ENO Beuro

4 comments

Leave a Comment