Spread the loveପୁରୀ ସମୁଦ୍ରକୁ ବହୁ ପର୍ଯ୍ୟଟକ ପରିଦର୍ଶନରେ  ଆସନ୍ତି । ସମୁଦ୍ରରେ ସ୍ନାନ ବେଳେ ବହୁଲୋକ ଜୀବନ ହାରୁଛନ୍ତି । ସେଥିପାଇଁ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ରକ୍ଷାପାଇଁ ପୁରୀ ସମୁଦ୍ରରେ ଆରମ୍ଭ ହେଇଛି ଜୀବନ ରକ୍ଷକ ଜେଟ୍‌ସ୍କି ବ୍ୟବସ୍ଥା । ଆଜି ଠାରୁ ଏହା... ପୁରୀ ସମୁଦ୍ରରେ ଜୀବନ ରକ୍ଷକ ଜେଟ୍‌ସ୍କି, ଅଗ୍ନିଶମ ସେବା ସଂସ୍ଥା ଡିଜି ବିନୟ ବେହେରା ଙ୍କ ସୂଚନା
Spread the love

ପୁରୀ ସମୁଦ୍ରକୁ ବହୁ ପର୍ଯ୍ୟଟକ ପରିଦର୍ଶନରେ  ଆସନ୍ତି । ସମୁଦ୍ରରେ ସ୍ନାନ ବେଳେ ବହୁଲୋକ ଜୀବନ ହାରୁଛନ୍ତି । ସେଥିପାଇଁ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ରକ୍ଷାପାଇଁ ପୁରୀ ସମୁଦ୍ରରେ ଆରମ୍ଭ ହେଇଛି ଜୀବନ ରକ୍ଷକ ଜେଟ୍‌ସ୍କି ବ୍ୟବସ୍ଥା । ଆଜି ଠାରୁ ଏହା ପୁରୀ ସମୁଦ୍ରରେ କାମ କରିବା ଆରମ୍ଭ କରିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଏକ ବ୍ୟବସ୍ଥା କରାଯାଇଛି । ଜୀବନ ରକ୍ଷକ ଜେଟ୍‌ସ୍କି ଫଳରେ ସମୁଦ୍ର ସ୍ନାନ ଜନିତ ମୃତ୍ୟୁ ସଂଖ୍ୟା କମିବ ବୋଲି ଅଗ୍ନିଶମ ସେବା ସଂସ୍ଥା ଡିଜି ବିନୟ ବେହେରା ସୂଚନା ଦେଇଛନ୍ତି ।

ଗତ କାଲି (୧୪ ସେପ୍ଟେମ୍ବର) ଏଠାରେ ଏହି ଅତ୍ୟାଧୁନିକ ବ୍ୟବସ୍ଥାକୁ ଶ୍ରୀ ବିନୟ ବେହେରା ଲୋକାର୍ପଣ କରିଛନ୍ତି । ବର୍ତମାନ କେବଳ ଗୋଟିଏ ଜେଟ୍‌ ପର୍ଯ୍ୟଟକଙ୍କ ଜୀବନ ରକ୍ଷା କାର୍ଯ୍ୟରେ ନିୟୋଜିତ ହେଇଛି ଏବୋଂ ଖୁବ ଶୀଘ୍ର  ଆଉ ଗୋଟିଏ ଆସିବାର ଯୋଜନା ରହିଛି । ଏହି ମେସିନ୍‌ର ବଜାର ଦର ୧୯ ଲକ୍ଷ ଟଙ୍କା ରହିଛି ।

ଏହି କାର୍ଯ୍ୟକ୍ରମରେ ପୁରୀ ଏସପି ଡା. ସାର୍ଥକ ଷଡ଼ଙ୍ଗୀ, ଆଇଜି ଡା. ସନ୍ତୋଷ ବାଲା, ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ, ବ୍ରଜେନ୍ଦୁ ଭୁଷଣ ଦାସ, ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼େଇ ଏବଂ ଡେପୁଟି ଉପ-ଅଗ୍ନିଶମ ଅଧିକାରୀ ବିଚିତ୍ର କୁମାର ପଣ୍ଡା ପ୍ରମୁଖଙ୍କ ଉପସ୍ଥିତ ଥିଲେ ।

ସୂଚାନାଯୋଗ୍ୟ ପୁରୀ ସମୁଦ୍ରରେ ସ୍ନାନ ବେଳେ ଦୁର୍ଘଟଣା ସ୍ଥିତି ଉଦ୍‌ବେଗଜନକ ରହିଛି । ୨୦୧୭ରେ ଏ ପର୍ଯ୍ୟନ୍ତ ସମୁଦ୍ରରେ ସ୍ନାନ ବେଳେ ୭ଜଣଙ୍କର ମୃତ୍ୟୁ ଘଟିଛି । ପ୍ରତ୍ୟେକ ବର୍ଷ ଡକରା, ଉଦ୍ଧାର ଓ ମୃତ୍ୟୁସଂଖ୍ୟା ଉଦ୍‌ବେଗ ଜନକ ଭାବରେ ବଢ଼ି ବଢ଼ି ଚାଲିଛି । ଏହି ଜେଟସ୍କି ସମୁଦ୍ରଜଳରେ ଭାସି ସ୍ନାନରତ ପର୍ଯ୍ୟଟକମାନଙ୍କ ଉପରେ କଡ଼ା ନଜର ରଖିବ ।

ପୁରୀ ସମୁଦ୍ରରେ ଜୀବନ ରକ୍ଷକ ଜେଟ୍‌ସ୍କି, ଅଗ୍ନିଶମ ସେବା ସଂସ୍ଥା ଡିଜି ବିନୟ ବେହେରା ଙ୍କ ସୂଚନା

ଅଧିକ ଜାଣନ୍ତୁ ଡକୁମେଣ୍ଟାରୀ ଫିଲ୍ମ ସମ୍ବଲପୁରୀ ୱେଭର୍ସ ବିଷୟରେ ।

Your email address will not be published. Required fields are marked *