Spread the loveହିନ୍ଦୁ ଧର୍ମରେ ପ୍ରତ୍ୟେକ ବର୍ଷ ୧୨ଟି ପୂର୍ଣ୍ଣିମା ପାଳନ ହୁଏ ଓ ସେଥି ମଧ୍ୟରୁ କାର୍ତ୍ତିକ ପୂର୍ଣ୍ଣିମା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି ପୂର୍ଣ୍ଣିମାକୁ ତିପୁରା ପୂର୍ଣ୍ଣିମା ବା ଗଙ୍ଗା... କାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଯାଣନ୍ତୁ କିପରି ବ୍ରତ ପାଳନ କଲେ ଲାଭ କରିପାରିବେ ଅଶେଷ ପୁଣ୍ୟଫଳ
Spread the love

ହିନ୍ଦୁ ଧର୍ମରେ ପ୍ରତ୍ୟେକ ବର୍ଷ ୧୨ଟି ପୂର୍ଣ୍ଣିମା ପାଳନ ହୁଏ ଓ ସେଥି ମଧ୍ୟରୁ କାର୍ତ୍ତିକ ପୂର୍ଣ୍ଣିମା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି ପୂର୍ଣ୍ଣିମାକୁ ତିପୁରା ପୂର୍ଣ୍ଣିମା ବା ଗଙ୍ଗା ସ୍ନାନ ପୂର୍ଣ୍ଣିମା କୁହାଯାଏ । ହିନ୍ଦୁ ଶାସ୍ତ୍ରରେ କାର୍ତ୍ତିକ ପୂର୍ଣ୍ଣିମାର ବହୁତ ମହତ୍ଵ ରହିଛି । କିମ୍ବଦନ୍ତୀ ଅଛି ଯେ ଏହି ଦିନ ଭଗବାନ ବିଷ୍ଣୁ ପ୍ରଥମ ଅବତାର ନେଇଥିଲେ ଯାହାକି ମତ୍ସ୍ୟ ଅବତାର ନାମରେ ବିଦିତ ।

ଏହି ପୂର୍ଣ୍ଣିମାକୁ ତ୍ରିପୁରା ବା ଗଙ୍ଗା ସ୍ନାନ ପୂର୍ଣ୍ଣିମା ମଧ୍ୟ କୁହାଯାଏ ।ପୁର୍ଣିମା ଦିନ ଚନ୍ଦ୍ର ଠିକ ୧୮୦ ଡିଗ୍ରୀରେ ଅବସ୍ଥାନ କରନ୍ତି ।ଏହି ଦିନ ଚନ୍ଦ୍ରଙ୍କ ଠାରୁ ବାହାରୁଥିବା କିରଣ ଅତ୍ୟନ୍ତ ସକାରାତ୍ମକ ହୋଇଥାଏ ଯାହାକି ସିଧା ଭାବରେ ମସ୍ତିସ୍କରେ ପ୍ରଭାବ ପକାଏ । ଯେହେତୁ ପୃଥିବୀ ଚନ୍ଦ୍ର ନିକଟରେ ଅବସ୍ଥିତ ଏଣୁ ଏହି କିରଣର ପ୍ରଭାବ ଅଧିକ ପୃଥିବୀ ଉପରେ ପଡେ ।

କ’ଣ କରିବା ଉଚିତ ଏହି ଦିନ :-

ପୂରଣ ଅନୁସାରେ ଏହି ଦିନ ସ୍ନାନ-ଦାନ ପାଇଁ ସର୍ବଶ୍ରେଷ୍ଟ ଅଟେ । ଗଙ୍ଗା ସ୍ନାନ ସମ୍ଭବ ନହେଲେ ସ୍ନାନ କଳା ଜଳରେ ଟିକେ ଗଙ୍ଗଜଳ ମିଶାଇ ସ୍ନାନ କଲେ ଭଲ , ଏହାସହିତ ଏହିଦିନ ଭଗାନନ ବିଷ୍ଣୁଙ୍କର ଯଥା ବିଧିରେ ପୂଜାର୍ଚ୍ଚନା କରିବା ଅନିର୍ବାର୍ଜ୍ୟ ।

ଉକ୍ତ ପୁର୍ଣିମାକୁ ତ୍ରିପୁରା ପୂର୍ଣ୍ଣିମା କୁହାଯିବାର କାରଣ ପୁରାଣରେ ବର୍ଣ୍ଣିତ ଯେ , ଏହି ଦିନ ଭଗବାନ ଶଙ୍କର ତ୍ରିପୁରସୁର ନାମକ ଭୟାନକ ଅସୁରକୁ ବଦ୍ଧ କରିଥିଲେ ଯାହାଫଳରେ ତାଙ୍କ ନାମ ସେହି ଦିନରୁ ତ୍ରିପୁରରୀ ନାମରେ ନାମିତ ହୋଇଥିଲା ।

ଏହି ଦିନ ଶିଖ ଧର୍ମ ଗୁରୁ , ଗୁରୁ ନାନକଙ୍କ ଜନ୍ମଦିନ । ଏଣୁ ଉକ୍ତ ଦିନ ଗୁରୁ ନାନକ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଏ ।

କେମିତି କରିବେ କାର୍ତ୍ତିକ ପୂର୍ଣ୍ଣିମାରେ ପୂଜା :-

  • ସ୍ନାନ କରିସାରି ଭଗବାନ ବିଷ୍ଣୁଙ୍କ ଆରାଧନା କରନ୍ତୁ , ସମ୍ଭବ ହେଲେ ଗଙ୍ଗା ସ୍ନାନ କରନ୍ତୁ ।
  • ପୁରଦିନ ବ୍ରତ ପାଳନ କରନ୍ତୁ । ଏହି ଦିନ ଲୁଣଜାତୀୟ ସେବନ ବିଲକୁଲ କରନ୍ତୁ ନାହିଁ ।
  • ବିଶେଷ ଭାବରେ ବ୍ରହ୍ମଣମାନଙ୍କୁ ଦାନ କରନ୍ତୁ ।
  • ସନ୍ଧ୍ୟାରେ ଚନ୍ଦ୍ରଦେବଙ୍କ ନାମରେ ଅର୍ଘ୍ୟ ଦିଅନ୍ତୁ , ପୂଣ୍ୟ ପ୍ରାପ୍ତି ହେବ ।

କାର୍ତ୍ତିକ ପୁର୍ଣିମା

ପଢନ୍ତୁ, ୩ ନଭେମ୍ବର , ରାଶିଫଳ

Your email address will not be published. Required fields are marked *