VASTU

ଘରର କେଉଁ ସ୍ଥାନରେ କେଉଁ ଉପାୟ କଲେ ସୁଖ ସମୃଦ୍ଧି ବଜାୟ ରହିବ , ଆସନ୍ତୁ ଜାଣିବା

ଘରର କେଉଁ ସ୍ଥାନରେ କେଉଁ ଉପାୟ କଲେ ସୁଖ ସମୃଦ୍ଧି ବଜାୟ ରହିବ , ଆସନ୍ତୁ ଜାଣିବା

ପରିବାରରେ ସୁଖସମୃଦ୍ଧି ବଜାୟ ରଖିବା ପାଇଁ ମନୁଷ୍ୟ କଣ ନ କରେ । କିଏ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ଧନ ଉପାର୍ଜନ କରିବାରେ ଲାଗିଥାଏ ତ କେହି ଘରେ ଥିବା ବସ୍ତୁ ଦୋଷକୁ ନିବାରଣ କରିବାରେ ଲାଗିପଡିଥାଏ । କିନ୍ତୁ ବେଳେବେଳେ ଏତେ ପରିଶ୍ରମ ସତ୍ତ୍ୱେ ଆୟ ଅପେକ୍ଷା ବ୍ୟୟ ଅଧିକ ହୁଏ ଓ ସତ ଚେଷ୍ଟା ପରେ ବି ଘର ସୁଖଶାନ୍ତିରେ ବ୍ୟାଘାତ ସୃଷ୍ଟି ହୁଏ । ଫଳରେ ମନୁଷ୍ୟ ସର୍ବଦା ଚିନ୍ତାଗ୍ରସ୍ତ ରହିଥାଏ ।  ଏହାର କାରଣ ଘରର ବାସ୍ତୁଦୋଷ ହୋଇପାରେ। ବାସ୍ତୁଶାସ୍ତ୍ର ଅନୁସାରେ କିଛି ଛୋଟ ଛୋଟ କଥା ମାନିଲେ ଆପଣଙ୍କ ସୁଖ ସମୃଦ୍ଧି ବଜାୟ ରହିପାରେ। ଆସନ୍ତୁ ଜାଣିବା କେଉଁ ଜିନିଷ ପ୍ରତି ଧ୍ୟାନ ଦେବେ।

  • ଘରେ ସର୍ବଦା ଅଗରବତି ଓ ଧୂପର ବ୍ୟବହାର କରନ୍ତୁ। ଅଗରବତିର ଧୂଆଁ ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ।
  • ଘରର ମୁଖ୍ୟ ଦ୍ୱାରରେ କଣ୍ଟା ବାଡ଼ାନ୍ତୁ ନାହିଁ। ଏହି ସ୍ଥାନରେ କୌଣସି କପଡା, ଘଣ୍ଟା କିମ୍ବା କ୍ୟାଲେଣ୍ଡର ଟାଙ୍ଗନ୍ତୁ ନାହିଁ।
  • ଘର ଭିତରେ ମନିପ୍ଲାଣ୍ଟ ଗଛ ଲଗାନ୍ତୁ। ଏହା ଘରର ସୁଖସମୃଦ୍ଧି ବଢ଼ାଇଥାଏ। ଘରେ ଶୁଖିଲା ଗଛ ଥିଲେ ତୁରନ୍ତ ହଟାଇ ଦିଅନ୍ତୁ।
  • ଘରେ ଆଲମିରା ଭିତରେ ଲାଫିଙ୍ଗ ବୁଦ୍ଧ ରଖନ୍ତୁ। ଏହା ଦାରିଦ୍ର୍ୟ ଦୂର କରେ।
  • ଘରର ମୁଖ୍ୟ ଦ୍ୱାରରେ ଦର୍ପଣ ଲାଗି ଥିଲେ ତାହାକୁ ହଟାଇ ଦିଅନ୍ତୁ। ଏହା ଘରର ସମୃଦ୍ଧିକୁ ରୋକିଥାଏ। ଉକ୍ତ ସ୍ଥାନରେ ଆପଣ ତମ୍ବାର ତିନିଟି ମୁଦ୍ରାକୁ ଲାଲ ସୂତାରେ ବାନ୍ଧି ଝୁଲାଇ ପାରିବେ।
  • ହିନ୍ଦୁ ଧର୍ମରେ ଝାଡୁର ମହତ୍ତ୍ୱ ଖୁବ୍‌ ଅଧିକ। ଏହା ଘରୁ ଦାରିଦ୍ର୍ୟ ଦୂର କରେ। ଝାଡୁକୁ କେବେ ବି ରୋଷେଇ ଘରର ଖାଲି ସ୍ଥାନ କିମ୍ବା ଡ୍ରଇଁ ରୁମରେ ରଖନ୍ତୁ ନାହିଁ। ଘରର ଅନ୍ୟ କୌଣସି ସ୍ଥାନରେ ଏହାକୁ ଲୁଚାଇ ରଖନ୍ତୁ। ଏପରି କଲେ ଘରେ ଧନ ବଢ଼ିଥାଏ।

ଘରର କେଉଁ ସ୍ଥାନରେ କେଉଁ ଉପାୟ କଲେ ସୁଖ ସମୃଦ୍ଧି ବଜାୟ ରହିବ , ଆସନ୍ତୁ ଜାଣିବା

ପଢନ୍ତୁ, ଗୃହରେ ବାରମ୍ବାର ଏସବୁ ଅଘଟଣ ଘଟୁଛି କି ? କୌଣସି ବଡ ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ

Related posts

ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ରଙ୍ଗର ପର୍ସ ଶୁଭ 

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ପୂଜା କରିବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ଜାଣନ୍ତୁ ?

ENO Beuro

ତଳେ ବସି ଖାଇବା ଦ୍ୱାରା ମିଳିଥାଏ ଅନେକ ସ୍ୱାସ୍ଥଗତ ଲାଭ ! ଜାଣନ୍ତୁ

ENO Beuro

1 comment

Leave a Comment