News

ବିଶ୍ୱ ବ୍ରିନସ ବିଶ୍ୱ ବିଦ୍ୟାଳୟ ମୂଲ୍ୟାଙ୍କ ତାଲିକାରେ ଯୋଡିହେଲା ଓଡ଼ିଶାର କିଟ ବିଶ୍ୱ ବିଦ୍ୟାଳୟ

ବିଶ୍ୱ ବ୍ରିନସ ବିଶ୍ୱ ବିଦ୍ୟାଳୟ ମୂଲ୍ୟାଙ୍କ ତାଲିକାରେ ଯୋଡିହେଲା ଓଡ଼ିଶାର କିଟ ବିଶ୍ୱ ବିଦ୍ୟାଳୟ

ସମ୍ମାନୀୟ ବିଶ୍ୱ ବ୍ରିନସ ବିଶ୍ୱ ବିଦ୍ୟାଳୟ ମୂଲ୍ୟାଙ୍କ ତାଲିକାରେ ଯୋଡିହେଲା ଓଡ଼ିଶାର କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ବା କିଟ ବିଶ୍ୱ ବିଦ୍ୟାଳୟ । ପ୍ରଥମ ଥର ପାଇଁ ଓଡ଼ିଶାର ଏକମାତ୍ର ଘରୋଇ ବିଶ୍ୱ ବିଦ୍ୟାଳୟ ଭାବେ କିଟ୍ ର ନାମ ଏହି ତାଲିକାରେ ରହିଛି । କିଟ୍ ଖୁବ୍ କମ୍ ଦିନରେ ନିଜର ସ୍ଥିତିକୁ ବେଶ ମଜଭୁତ କରିପାରିଥିବାରୁ ଖୁସି ପ୍ରକଟ କରିଛନ୍ତି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।

କିଟ୍  ୨୫୧-୩୦୦ ମୂଲ୍ୟାଙ୍କ ପାଇଛି । କ୍ୟୁଏସ ମୂଲ୍ୟାଙ୍କ ଅନୁସାରେ କିଟ୍ କୁ ଭାରତର ପ୍ରତିଷ୍ଠିତ ଘରୋଇ ଅନୁଷ୍ଠାନ ମଧ୍ୟରେ ୮ମ ସ୍ଥାନ ମିଳିଛି ।

ଛାତ୍ର-ଅଧ୍ୟାପକ ହାର, ପିଏଚଡ଼ି ଡିଗ୍ରୀଧାରୀ  ଅଧ୍ୟାପକଙ୍କ ସଂଖ୍ୟା, ଶିକ୍ଷାବିତ୍ ଓ ନିଯୁକ୍ତି ଦାତାଙ୍କ ଦୃଷ୍ଟିରେ ଅନୁଷ୍ଠାନର ଖ୍ୟାତି, ପରିସରରେ ଉପଲବ୍ଧ ସୁବିଧା ସୁଯୋଗ, ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଉପରେ ଅନୁଧ୍ୟାନ କରାଯାଇ ଏହି ମୂଲ୍ୟାଙ୍କ ପ୍ରଦାନ କରାଯାଇଥାଏ ।

ପଢନ୍ତୁ, ଆସନ୍ତାବର୍ଷ ଜାନୁଆରିରୁ ରାଜ୍ୟରେ ଆରମ୍ଭ ହେବ ମିଳିମିଳା, ରୁବେଲା ଟିକାକରଣ ଅଭିଯାନ

Related posts

ଶଶି ଥରୁରଙ୍କୁ ମିଳିଲା ଆଗୁଆ ଜାମିନ

ENO Beuro

ଗୁଣୁପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୫ ବଖରା ଘର

ENO Beuro

ରାଗିଂରେ ଓଡ଼ିଶା ୬ ନମ୍ବର ,୧ ନମ୍ବରରେ ୟୁପି

ENO Beuro

1 comment

Leave a Comment