Spread the loveଗତକାଲିର କୁମାରପୂର୍ଣ୍ଣିମା ପର୍ବକୁ ନିଆରା ଢଙ୍ଗରେ ପାଳିଛନ୍ତି ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଏଲିନା ଦାଶ । । ନୟାଗଡ଼ ର ଖଣ୍ଡପଡା ଅଞ୍ଚଳରେ ଓଡିଆ ସିନେ ଜଗତରେ... ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଏଲିନା ଦାଶ ଙ୍କ ନିଆରା କୁମାରପୂର୍ଣ୍ଣିମା ପାଳନ
Spread the love

ଗତକାଲିର କୁମାରପୂର୍ଣ୍ଣିମା ପର୍ବକୁ ନିଆରା ଢଙ୍ଗରେ ପାଳିଛନ୍ତି ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଏଲିନା ଦାଶ । । ନୟାଗଡ଼ ର ଖଣ୍ଡପଡା ଅଞ୍ଚଳରେ ଓଡିଆ ସିନେ ଜଗତରେ କାୟା ବିସ୍ତାର କରିଥିବା ବର୍ଷା ଓ ଛୋଟ ପରଦାର ଅଭିନେତ୍ରୀ ଏଲିନା ଏହି ପର୍ବଟିକୁ ଖୁବ ଉପୋଭୋଗ କରିଛନ୍ତି । ପୁରା ଖଣ୍ଡପଡା ଅଞ୍ଚଳର ଲୋକଙ୍କ ସହ ଉଭୟ କୁମାରପୂର୍ଣ୍ଣମୀର ମଜା ନେଇଥିଲେ ।

ଏହି ସୁନ୍ଦର କାମରେ ଯୋଗଦେଇକି ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ଗାଁ ଓ ଏଠାର ଲୋକମାନେ ଖୁବ ସ୍ନେହୀ । ବହୁତ ଭଲପାଇବା ମିଳିଲା ଏଠି । ପର୍ବଟି ଭଲରେ କଟୁ ଓ ସମସ୍ତଙ୍କ ଜୀବନ ସୁଖମୟ ହେଉ ବୋଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ କହିଛନ୍ତି ।

ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମାର ବିଶେଷ ଅବସରରେ ଆମେ ଏଠି ଝିଅମାନକୁ ବାର୍ତା ଦେବାକୁ ଆସିଛୁ କି ସମସ୍ତ ଝିଅ ଘରର ଲକ୍ଷ୍ମୀ କିନ୍ତୁ ଦରକାର ବେଳେ ମା ଦୂର୍ଗାଙ୍କ ରୂପ ମଧ୍ୟ ଧାରଣ କରନ୍ତୁ । ଅନ୍ୟାୟ ବିରୁଦ୍ଧରେ ଳଢନ୍ତୁ ବୋଲି ଏଲିନା କହିଛନ୍ତି ।

ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ଙ୍କ ସହାୟତାରେ ସବୁ ପ୍ରକାରର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହେଇଥିଲା । ସେ ଉଭୟ ଅଭିନେତ୍ରୀଙ୍କ ଉପସ୍ଥିତି ପାଇଁ ସେମାନଙ୍କୁ ଧନ୍ୟବାଦ ଦେବାସହ ପୁରା ଖଣ୍ଡପଡା ବାସୀଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।  ସମସ୍ତଙ୍କ ମିଳିତ ଉପସ୍ଥିତିର ଏହି ନିଆରା ପର୍ବ ପାଳନ ଟି ଖୁବ ସୁରୁଖୁରୁରେ ସମ୍ପାଦନ ହେଲା ବୋଲି ବିଧାୟକ ଖୁସି ପ୍ରକାଶ କରିଛନ୍ତି ।

ଦେଖନ୍ତୁ, ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ଭିଡିଓ

Your email address will not be published. Required fields are marked *