Spread the loveମହାନଦୀ ବିବାଦ ସମାଧାନ ପାଇଁ ନଭେମ୍ବର ୧୯ ତାରିଖକୁ ବଛା ଯାଇଥିଲା, ତାରିଖ ଗଲା ହେଲେ ବିବାଦର ସମାଧାନ ଏବେବି ଅଧା । ସୁପ୍ରିମକୋର୍ଟରେ ଏହି ତାରିଖ ସୁଦ୍ଧା ଟ୍ରିବ୍ୟୁନାଲ୍... ସମୟସୀମା ପୂରିଯାଇଥିଲେ ବି ମହାନଦୀ ବିବାଦ ଟ୍ରିବ୍ୟୁନାଲ୍ ଗଠନ କାର୍ଯ୍ୟକାରୀ ହେଲା ନାହିଁ
Spread the love

ମହାନଦୀ ବିବାଦ ସମାଧାନ ପାଇଁ ନଭେମ୍ବର ୧୯ ତାରିଖକୁ ବଛା ଯାଇଥିଲା, ତାରିଖ ଗଲା ହେଲେ ବିବାଦର ସମାଧାନ ଏବେବି ଅଧା । ସୁପ୍ରିମକୋର୍ଟରେ ଏହି ତାରିଖ ସୁଦ୍ଧା ଟ୍ରିବ୍ୟୁନାଲ୍ ଗଠନ ପାଇଁ କହିଥିବା ସତ୍ତ୍ୱେ ତାହା କାର୍ଯ୍ୟକାରୀ ହେଲା ନାହିଁ । ସମୟସୀମା ପୂରିଯାଇଥିଲେ ବି ଟ୍ରିବ୍ୟୁନାଲ୍ ଗଠନ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେନ୍ଦ୍ର ସରକାର ଏ ନେଇ ବି ସମ୍ପୂର୍ଣ୍ଣ ନିରବ । ଏନେଇ କୌଣସି ସୂଚନା ଏଯାଏଁ ମିଳିନି ।

ଏଠାରେ ସୂଚନା ଯେ, ସୁପ୍ରିମକୋର୍ଟରେ ମହାନଦୀ ପ୍ରସଙ୍ଗରେ ମାମଲା ଚାଲିଥିଲା ବେଳେ ଗତ ଅକ୍ଟୋବର ୯ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ରିବ୍ୟୁନାଲ୍ ଗଠନ ହେବ ବୋଲି କୁହାଯାଇଥିଲା । ନିର୍ଦ୍ଧାରିତ ସମୟ ନଭେମ୍ବର ୧୯ ତାରିଖ ପୂର୍ବରୁ ଟ୍ରିବ୍ୟୁନାଲ୍ ଗଠନ ନେଇ ବିଜ୍ଞପ୍ତି ଜାରି କରାଯିବ ବୋଲି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଅବଗତ କରାଇଥିଲେ । ଟ୍ରିବ୍ୟୁନାଲ୍ ଗଠନ ପାଇଁ ରାଜ୍ୟ ପକ୍ଷରୁ ବର୍ଷକ ଭିତରେ ବିଭିନ୍ନ ସମୟରେ କେନ୍ଦ୍ରକୁ ଚିଠି ଦିଆଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ । କିନ୍ତୁ କେନ୍ଦ୍ରରୁ ଏ ନେଇ କୌଣସି ଉତ୍ତର ମିଳି ନାହିଁ ।

ଆସନ୍ତା ଡିସେମ୍ବର ମାସରେ ସୁପ୍ରିମକୋର୍ଟରେ ମହାନଦୀ ମାମଲାର ପରବର୍ତ୍ତୀ ଶୁଣାଣି ଅଛି । ଦେଖାଯାଉ କଣ ହଉଛି ।

ସମୟସୀମା ପୂରିଯାଇଥିଲେ ବି ମହାନଦୀ ବିବାଦ ଟ୍ରିବ୍ୟୁନାଲ୍ ଗଠନ କାର୍ଯ୍ୟକାରୀ ହେଲା ନାହିଁ

ପଢନ୍ତୁ, ଭାରତ ଓ ଶ୍ରୀଲଙ୍କା ଆନ୍ତର୍ଜାତିକ ଟେ୍ଵଣ୍ଟି-୨୦ କ୍ରିକେଟ ମ୍ୟାଚ ପାଇଁ ଟିକେଟ ବିକ୍ରି ଆରମ୍ଭ

Your email address will not be published. Required fields are marked *